ହାଇଦ୍ରାବାଦ: ଆଜିକାଲି ସୋସିଆଲ ମିଡିଆରେ ରିଲ୍ସ କରିବା ଏକ ଟ୍ରେଣ୍ଡ ହୋଇଯାଇଛି । ରିଲ୍ସ ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ସେହିପରି ବର୍ତ୍ତମାନ ଜଣେ ଇନଫ୍ଲୁଏନ୍ସରଙ୍କୁ ରିଲ୍ସ କରିବା ପଡିଲା ମହଙ୍ଗା । ୩୦୦ ଫୁଟ ଉଚ୍ଚରୁ ପଡ଼ି ହେଲା ମୃତ୍ୟୁ ହୋଇଛି । ଏହି ଟ୍ରାଭେଲ ଇନଫ୍ଲୁଏନ୍ସ ଜଣକ ମୁମ୍ବାଇର ୨୬ ବର୍ଷିୟ ଅନଭି କାମଦାର ବୋଲି ଜଣାପଡିଛି।
ଏମିତି ହେଲା ଅନଭିଙ୍କ ମୃତ୍ୟୁ
ସୂଚନା ଅନୁସାରେ, ଅନଭି କାମଦାର ଜଣେ ଭ୍ରମଣକାରୀ ଇନଫ୍ଲୁଏନ୍ସ ଥିଲେ ଏବଂ ଇନଷ୍ଟାଗ୍ରାମ ରିଲ ଶୁଟିଂକୁ ଭଲ ପାଉଥିଲେ। ବର୍ଷା ଋତୁକୁ ଉପଭୋଗ କରିବାକୁ ସେ ନିଜ ସାଙ୍ଗମାନଙ୍କ ସହ ମହାରାଷ୍ଟ୍ରର କୁମ୍ବେ ଜଳପ୍ରପାତକୁ ଯାଇଥିଲେ । ଜଳପ୍ରପାତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିବାବେଳେ ଅନଭିଙ୍କ ପାଦ ଖସିଗଲା ଏବଂ ସେ ସିଧା ୩୦୦ଫୁଟ ଉଚ୍ଚରୁ ପଡ଼ିଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମଙ୍ଗଳା ପୋଲିସ ଅଧିକାରୀ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଖାଲରେ ପଡ଼ିଯିବା ପରେ ଜୀବିତ ଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ସେ ଆଖି ବୁଜିଥିଲେ ।
ଏହା ମଧ୍ୟ ପଢନ୍ତୁ: କଣ୍ଠଶିଳ୍ପୀ ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ ଉଥୁପଙ୍କ ପରଲୋକ
ସୋସିଆଲ ମିଡିଆ ଷ୍ଟାର ଥିଲେ ଅନଭି
ଅନଭି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ତାଙ୍କୁ ଇନଷ୍ଟାଗ୍ରାମରେ ୨ ଲକ୍ଷ ୬୧ ହଜାର ବ୍ୟବହାରକାରୀ ପୋଲର୍ସ ଥିଲେ । ଅନଭିଙ୍କ ବିଷୟରେ କୁହାଯାଉଛି ଯେ ସେ ଚାର୍ଟାର୍ଡ ଆକାଉଣ୍ଟସ ଅଧ୍ୟୟନ କରିଛନ୍ତି ଏବଂ କିଛି ସମୟ ପାଇଁ ଡେଲଏଟ୍ ନାମକ ଏକ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ତାଙ୍କର ଅନନ୍ୟ ଭ୍ରମଣ ଅଭିଜ୍ଞତା ଏବଂ ମୌସୁମୀ ପର୍ଯ୍ୟଟନ ହାଇଲାଇଟ୍ ପାଇଁ ଜଣାଶୁଣା । ଅନଭିଙ୍କ ରିଲ୍ ତିଆରି କୌଶଳ ତାଙ୍କୁ ଖ୍ୟାତି ସହ ପ୍ରଶଂସା ଅର୍ଜନ କରିଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ଏବଂ ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ଟାଇଟାନିକ ନିର୍ମାତା ଜନ ଲ୍ୟାଣ୍ଡୋ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ