ETV Bharat / entertainment

ହିନ୍ଦୁ ମନ୍ଦିର ଉଦଘାଟନ ପୂର୍ବରୁ ଆବୁଧାବିରେ ସୋନୁ ନିଗମ, ମୋଦିଙ୍କ ପ୍ରଶଂସାରେ କହିଲେ ଏହି କଥା

author img

By ETV Bharat Odisha Team

Published : Feb 13, 2024, 10:11 AM IST

Updated : Feb 13, 2024, 10:25 AM IST

Sanu Nigam In Abu Dhabi Temple: ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିରେ ପ୍ରଥମ BAPS ହିନ୍ଦୁ ମନ୍ଦିର ଉଦଘାଟନ କରିବେ । ତେବେ ଏହାପୂର୍ବରୁ ବଲିଉଡର ଗାୟକ ସୋନୁ ନିଗମ ସେଠାରେ ପହଞ୍ଚିଛନ୍ତି । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମନ୍ଦିର ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ହିନ୍ଦୁ ମନ୍ଦିର ଉଦଘାଟନ ପୂର୍ବରୁ ଆବୁଦାବିରେ ସୋନୁ ନିଗମ, ମୋଦିଙ୍କ ପ୍ରଶଂସାରେ କହିଲେ ଏହି କଥା

ହାଇଦ୍ରାବାଦ: ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ପରେ ଏବେ ଆବୁଧାବିରେ ପ୍ରଥମ BAPS ହିନ୍ଦୁ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ୍ ପେବୃଆରୀ ୧୪ରେ ଏହି ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମ ମନ୍ଦିର ପରି ଏହି ମନ୍ଦିର ନେଇ ବି ଲୋକେ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡର ଲୋକପ୍ରିୟ କଣ୍ଟଶିଳ୍ପୀ ସୋନୁ ନିଗମ ଆବୁଦାବି ପହଞ୍ଚିଛନ୍ତି । ସେଠାରେ ମନ୍ଦିର ପରିଦର୍ଶନ କରି ପିଏମ ମୋଦିଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଏହା ହୋଇପାରିଛି ।''

ଆବୁଧାବିରେ ମନ୍ଦିର ପରିଦର୍ଶନ ପରେ ସୋନୁ ନିଗମ ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି । ମନ୍ଦିର ନେଇ ସେ ନିଜର ଖୁସିବ୍ୟକ୍ତ କରିବା ସହ ମୋଦିଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଅନନ୍ୟ, ମୋ ପାଖରେ ପ୍ରକାଶ କରିବାକୁ କୌଣସି ଶବ୍ଦ ନାହିଁ । ମୁଁ ପରିଦର୍ଶନର ସୁଯୋଗ ପାଇଥିବାରୁ ବହୁତ ଭାଗ୍ୟବାନ ମନେ କରୁଛି । ସାରା ଦୁନିଆ ଆସନ୍ତାକାଲିଠାରୁ ଏହି ମନ୍ଦିରର ଦର୍ଶନ କରିବେ । ପିଏମ ମୋଦିଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି । BAPS ହିନ୍ଦୁ ମନ୍ଦିର ମଧ୍ୟ-ପୂର୍ବର ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିର ହେବାକୁ ଯାଉଛି । ଆବୁ ମୁରିଖା ଅଞ୍ଚଳରେ ଅବସ୍ଥିତ ଏହି ମହାନ ମନ୍ଦିର ସାଂସ୍କୃତିକ ଶାନ୍ତି ଏବଂ ସହଯୋଗର ଆତ୍ମାକୁ ପ୍ରତୀତ କରିଥାଏ ଏବଂ ଏହା ଭାରତ ଏବଂ ୟୁଏଇ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରମାଣ ଅଟେ ।

ଏହା ମଧ୍ୟ ପଢନ୍ତୁ: ଆଉ 2ଟା ଦିନ, ଉଦଘାଟନ ଅପେକ୍ଷାରେ ଆବୁଧାବିର ବିଶାଳ ହିନ୍ଦୁ ମନ୍ଦିର

ସୂଚନା ଥାଉକି, BAPS ମନ୍ଦିରର ଉଦଘାଟନ ପାଇଁ ଆବୁଧାବିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆବୁଧାବିର କ୍ରାଉନ୍ ପ୍ରିନ୍ସ ତଥା ୟୁଏଇ ସଶସ୍ତ୍ର ବାହିନୀର ଡେପୁଟି ସୁପ୍ରିମୋ କମାଣ୍ଡର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ମନ୍ଦିର ନିର୍ମାଣ ପାଇଁ ୨୦୧୫ରେ ୧୩.୫ ଏକର ଜମି ଦାନ କରିଥିଲେ । ତେବେ ମନ୍ଦିର ପ୍ରାୟ ୨୭ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଡିସେମ୍ବରରେ BAPS ସ୍ୱାମୀ ଇଶ୍ୱର ଚରଣଦାସ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ୧୪ ଫେବୃଆରୀରେ ଆବୁଧାବିରେ BAPS ମନ୍ଦିରର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି କ୍ରମରେ ଆସନ୍ତାକାଲି ମନ୍ଦିର ଉଦଘାଟନ କରିବେ ମୋଦି ।

Last Updated : Feb 13, 2024, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.