ETV Bharat / entertainment

'ଦ ସାବରମତି ରିପୋର୍ଟ'; ଏହି ଦିନ ପରଦାକୁ ଆସିବ ଫିଲ୍ମ - The Sabarmati Report

author img

By ETV Bharat Odisha Team

Published : Apr 23, 2024, 11:40 AM IST

The Sabarmati Report Release Date: '୧୨th ଫେଲ' ପରେ ବିକ୍ରାନ୍ତ ମାସି ଖୁବଶୀଘ୍ର ଫିଲ୍ମ 'ଦ ସାବରମତି ରିପୋର୍ଟ'ରେ ନଜର ଆସିବେ । ବର୍ତ୍ତମାନ ନିର୍ମାତାଙ୍କ ଫିଲ୍ମର ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି । କେବେ ଫିଲ୍ମ ରିଲିଜ ହେବ, ଜାଣନ୍ତୁ?

'ଦ ସାବରମତି ରିପୋର୍ଟ'; ଏହି ଦିନ ପରଦାକୁ ଆସିବ ଫିଲ୍ମ

ହାଇଦ୍ରାବାଦ: ନିଜ ଫିଲ୍ମକୁ ନେଇ ଆଜିକାଲି ବଲିଉଡ ଅଭିନେତା ବିକ୍ରାନ୍ତ ମାସି ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଗତବର୍ଷ ରିଲିଜ କରିଥିବା ଫିଲ୍ମ '୧୨th ଫେଲ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏପରିକି ଓଟିଟି ପ୍ଲାଟଫର୍ମରେ ମଧ୍ୟ ଧମାକା କରିଥିଲା । ସେଲିବ୍ରିଟିଙ୍କ ଠାରୁ ଶିଳ୍ପପତି ଏବଂ ଫ୍ୟାନ୍ସ ଏହି ଫିଲ୍ମର ଖୁବ ପ୍ରଶଂସା କରିବା ସହ ବିକ୍ରାନ୍ତଙ୍କ ଫ୍ୟାନ ହୋଇଥିଲେ । ତେବେ ଏହି ଫିଲ୍ମର ସଫଳତା ପରେ ଏବେ ବିକ୍ରାନ୍ତ ଖୁବଶୀଘ୍ର ଫିଲ୍ମ 'ଦ ସାବରମତି ରିପୋର୍ଟ'ରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ନିର୍ମାତାଙ୍କ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ଏହି ଫିଲ୍ମ ପରଦାକୁ ଆସିବ ।

ବିକ୍ରାନ୍ତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସାବରମତି ରିପୋର୍ଟର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ପୂର୍ବରୁ ମେ ୩ରେ ରିଲିଜ୍ ହେବାର ଥିଲା, ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୨ ରେ ପ୍ରେକ୍ଷାଳୟକୁ ଆସିବ । ତେବେ 'ସାବରମତି ରିପୋର୍ଟ'ର ଟିଜର ଦେଖିବା ପରେ ଜଣାପଡିଥିଲା ​​ଯେ ଫେବୃଆରୀ ୨୭, ୨୦୦୨ରେ ଗୁଜୁରାଟର ଗୋଦ୍ରା ରେଳଷ୍ଟେସନ ନିକଟ ସାବରମତି ଏକ୍ସପ୍ରେସରେ ଘଟିଥିବା ଘଟଣା ଉପରେ ଫିଲ୍ମଟି ଆଧାରିତ ।

ଫେବୃଆରୀ ୨୭ ରେ, ବିକ୍ରାନ୍ତ ମାସି ଟିଜର ସେୟାର କରିଥିଲେ । ଯେଉଁଥିରେ ସେ ଜଣେ ହିନ୍ଦୀ ସାମ୍ବାଦିକ ସମର କୁମାରଙ୍କ ଭୂମିକାରେ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଥିଲେ, 'ଆଜି ମୁଁ ୨୨ ବର୍ଷ ପୂର୍ବେ ଗୋଦ୍ରା ଟ୍ରେନ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୫୯ ନିରୀହ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ଘଟଣାର ପ୍ରକୃତ କାହାଣୀ ଜାଣିବା ପାଇଁ ସମଗ୍ର ଲୋକ ଏହାକୁ ଦେଖିବାକୁ ଉତ୍ସାହର ଅପେକ୍ଷା କରିରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗଦରକୁ ଟକ୍କର ଦେଇ ଇତିହାସ ରଚିଲା '12th ଫେଲ'

ସୂଚନା ଥାଉ କି, ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସେ, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚାନ୍ଦେଲ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନ ଫିଲ୍ମ ନିର୍ମାତା ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.