ETV Bharat / entertainment

ଦ ବକିଂହାମ ମର୍ଡର୍ସ ଟ୍ରେଲର ରିଲିଜ; ଡିଟେକ୍ଟିଭ ଭୂମିକାରେ କରୀନା କପୁର, ମର୍ଡର ମିଷ୍ଟ୍ରି ଉପରୁ ଉଠାଇବେ ପରଦା - The Buckingham Murders Trailer

author img

By ETV Bharat Entertainment Team

Published : Sep 3, 2024, 4:08 PM IST

The Buckingham Murders Trailer: ଆଉ ମାତ୍ର କିଛି ଦିନର ଅପେକ୍ଷା । ଖୁବଶୀଘ୍ର 'ବକିଂହାମ ମର୍ଡର୍ସ' ସହ ପରଦାକୁ ଫେରୁଛନ୍ତି କରୀନା କପୁର ଖାନ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ତାଙ୍କ ଆଗାମୀ ଫିଲ୍ମ 'ବକିଂହାମ ମର୍ଡର୍ସ'ର ଟ୍ରେଲର ଆଜି ମୁକ୍ତିଲାଭ କରିଛନ୍ତି । ଟ୍ରେଲରରେ କରୀନା କପୁର ଖାନଙ୍କୁ ବସ୍ ଲୁକରେ ଦେଖିବାକୁ ମିଳିଥିବା ବେଳେ ମର୍ଡର ମିଷ୍ଟ୍ରି ସମାଧାନ କରୁଥିବା ନଜର ଆସିଛନ୍ତି । ତେବେ ଫିଲ୍ମ କେବେ ରିଲିଜ ହେବ ଜାଣନ୍ତୁ?

ଦ ବକିଂହାମ ମର୍ଡର୍ସ ଟ୍ରେଲର ରିଲିଜ; ଡିଟେକ୍ଟିଭ ଭୂମିକାରେ କରୀନା କପୁର, ମର୍ଡର ମିଷ୍ଟ୍ରି ଉପରୁ ଉଠାଇବେ ପରଦା
ଦ ବକିଂହାମ ମର୍ଡର୍ସ ଟ୍ରେଲର ରିଲିଜ; ଡିଟେକ୍ଟିଭ ଭୂମିକାରେ କରୀନା କପୁର, ମର୍ଡର ମିଷ୍ଟ୍ରି ଉପରୁ ଉଠାଇବେ ପରଦା (Photo: Film poster)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'ଦ ବକିଂହାମ ମର୍ଡର୍ସ' ସହ ଫେରୁଛନ୍ତି । କରୀନାଙ୍କ ଫିଲ୍ମ 'କ୍ରୁ' ଚଳିତ ବର୍ଷ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଏକ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଏବେ କରୀନାଙ୍କ ଫିଲ୍ମ 'ଦ ବକିଂହାମ ମର୍ଡର୍ସ'ର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି । ଯେଉଁଥିରେ କରୀନା କପୁର ଖାନଙ୍କୁ ବସ୍ ଲୁକରେ ଦେଖିବାକୁ ମିଳିଥିବା ବେଳେ ମର୍ଡର ମିଷ୍ଟ୍ରି ସମାଧାନ କରୁଥିବା ନଜର ଆସିଛନ୍ତି । ଏହାକୁ ଫ୍ୟାନ୍ସ ଏବେ ପସନ୍ଦ କରିଥିବା ବେଳେ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ଦ ବକିଂହାମ ମର୍ଡର୍ସ' ଟ୍ରେଲର

ଟ୍ରେଲର ବିଷୟରେ କହିବାକୁ ଗଲେ ଏହା କରୀନା କପୁର ଖାନଙ୍କ ପଚରାଉଚରା ଠାରୁ ଆରମ୍ଭ ହୋଇଛି । ଟ୍ରେଲରରୁ ଏହା ଜଣାପଡିଛି ଯେ ଏହି ଚଳଚ୍ଚିତ୍ରଟି ଜଣେ ନାବାଳକଙ୍କ ହତ୍ୟା ବିଷୟରେ ରହିଛି । ଏଥିରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ମାମଲାର ସମାଧାନରେ ଆଉ ଏକ ସମସ୍ୟା ହେଉଛି ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବା ନାବାଳକ ଜଣକ ଜଣେ ମୁସଲମାନ । ଏଭଳି ପରିସ୍ଥିତିରେ କରୀନା କପୁରଙ୍କୁ ଏହି ମାମଲାର ସମାଧାନ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତେବେ ଫିଲ୍ମରେ ମର୍ଡର ମିଷ୍ଟ୍ରି ସମାଧାନ କରୁଥିବା ନଜର ଆସିବେ କରୀନା ।

ଏହା ମଧ୍ୟ ପଢନ୍ତୁ: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

ଏହି ଦିନ ରିଲିଜ ହେବ 'ଦ ବକିଂହାମ ମର୍ଡର୍ସ'

ଦ ବକିଂହାମ ମର୍ଡର୍ସ ଫିଲ୍ନର ର୍ଦ୍ଦେଶନା ଦେଇଛନ୍ତି ହଂଶଲ ମେହେତା । ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ ଜଣେ ଶକ୍ତିଶାଳୀ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ବିଶେଷ କଥା ହେଉଛି କରୀନା ମଧ୍ୟ ଏହି ଚଳଚ୍ଚିତ୍ରର ନିର୍ମାତା ଭାବରେ କାମ କରିଛନ୍ତି । କରୀନାଙ୍କ ବ୍ୟତୀତ ଫିଲ୍ମର ପ୍ରଡକ୍ସନ୍ କାମ ଏକତା କପୁର ଏବଂ ତାଙ୍କ ମାତା ଶୋଭା କପୁର ମଧ୍ୟ ପରିଚାଳନା କରିଛନ୍ତି । ସୂଚନାଯୋଗ୍ୟ ଯେ କରୀନା ଏବଂ ଏକତା ଏହି ଚଳଚ୍ଚିତ୍ର ମାଧ୍ୟମରେ ପୁଣିଥରେ ହାତ ମିଳାଇଛନ୍ତି । ଏହାପୂର୍ବରୁ କରୀନା କପୁର ଏବଂ ଏକତା କପୁର ଚଳିତ ବର୍ଷର 'କ୍ରୁ' ଏବଂ 'ଭୀରେ ଡି ୱେଡିଂ' ପାଇଁ ଏକାଠି କାମ କରିଥିଲେ । ସେପ୍ଟେମ୍ୱର 13ରେ ପରଦାକୁ ଆସିବ ଏହି ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.