ETV Bharat / entertainment

ବକ୍ସ ଅଫିସରେ 'ତେରି ବାତୋଁ ମେ ଏସା ଉଲଝା ଜିଆ' ଜଲୱା, ପ୍ରଥମ ଦିନରେ ଏତିକି କଲେକ୍ସନ

author img

By ETV Bharat Odisha Team

Published : Feb 10, 2024, 2:19 PM IST

Teri Baaton Mein Aisa Uljha Jiya Worldwide Collection: ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ତେରି ବାତୋଁ ମେ ଏସା ଉଲଝା ଜିଆ'ର ପ୍ରଥମ ଦିନରେ ଜାଣନ୍ତୁ କେତେ କୋଟି ଟଙ୍କା କଲେକ୍ସନ ହୋଇଛି । ଅଧିକ ପଢନ୍ତୁ

Teri Baaton Mein Aisa Uljha Jiya
Teri Baaton Mein Aisa Uljha Jiya

ହାଇଦ୍ରାବାଦ: ରିଲିଜ ହୋଇଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଲଭ୍-ରୋମାନ୍ସ ଭରା ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଫିଲ୍ମ ରିଲିଜର ପ୍ରଥମ ଦିନର ଅଫିସିଆଲ କଲେକ୍ସନ ସାମ୍ନାକୁ ଆସିଛି । ଫିଲ୍ମ ନିର୍ମାତା ମାଡୋକ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଦିନର ବିଶ୍ୱବ୍ୟାପୀ କଲେକ୍ସନ ସେୟାର କରିଛନ୍ତି । ଫିଲ୍ମଟି ଗତକାଲି ଅର୍ଥାତ ଫେବୃଆରୀ ୯ ତାରିଖରେ ଚକୋଲେଟ ଡେ'ରେ ରିଲିଜ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଫିଲ୍ମ ପ୍ରଥମ ଦିନରେ ବିଶ୍ୱବ୍ୟାପୀ ବକ୍ସ ଅଫିସ କଲେକ୍ସନ କେତେ କୋଟି କରିଛି ।

'ତେରି ବାତୋଁ ମେ ଏସା ଉଲଝା ଜିଆ'ର ବିଶ୍ୱବ୍ୟାପୀ କଲେକ୍ସନ: ୭୫ କୋଟି ଟଙ୍କାରେ ନିର୍ମିତ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' ପ୍ରଥମ ଦିନରେ ବିଶ୍ୱ ବକ୍ସ ଅଫିସରେ 14.04 କୋଟି ଟଙ୍କା ବ୍ୟବସାୟ କରିଛି । ଚଳଚ୍ଚିତ୍ର ନିର୍ମାତା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଦିନ କଲେକ୍ସନ ସେୟାର କରିଛନ୍ତି । 2 ଘଣ୍ଟା 45 ମିନିଟର ଚଳଚ୍ଚିତ୍ର 'ତେରି ବାତୋଁ ମେ ଏସା ଉଲଝା ଜିଆ' ସାରା ଦେଶରେ 2500ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା । ସେହିପରି ରିଲିଜର ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସରେ ଆନୁମାନିକ 6.50 କୋଟି ଟଙ୍କା କଲେକ୍ସନ ହୋଇଛି ।

  • " class="align-text-top noRightClick twitterSection" data="">

ସେହିପରି ଆଜି ଫିଲ୍ମ ରିଲିଜର ଦ୍ୱିତୀୟ ଦିନ । ଭାଲେଣ୍ଟାଇନ୍ ସପ୍ତାହରେ ଟେଡି ଡେ'ରେ ଫିଲ୍ମ ଏକ ବଡ଼ ସଂଗ୍ରହ କରିପାରିବ ବୋଲି କହିବା ଭୁଲ ହେବ ନାହିଁ । ଏହି ଫିଲ୍ମ ଆଜି 8 ରୁ 10 କୋଟି ଟଙ୍କା ସଂଗ୍ରହ କରିବା ନେଇ ଅନୁମାନ କରାଯାଉଛି । ଅମିତ ଯୋଶୀ ଏବଂ ଆରଧ୍ୟନା ଶାହା ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- 'ତେରି ବାତୋଁ ମେ ଏସା ଉଲଝ ଜିଆ' ରିଭ୍ୟୁ: ଭାଲେଣ୍ଟାଇନ ଡେ ପାଇଁ ଶ୍ରେଷ୍ଠ ଫିଲ୍ମ କହିଲେ ୟୁଜର୍ସ

'ତେରି ବାତୋଁ ମେ ଏସା ଉଲଝା ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ସିନେମାରେ ସାହିଦ ଆର୍ଯ୍ୟନ ନାମକ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଭୂମିକାରେ ଅଭିନୟ କରିଥିବା ବେଳେ କ୍ରିତି ଏକ ରୋବଟ୍ ଶିଫ୍ରା ଭୂମିକାରେ ଅଭିନୟ କରିଛନ୍ତି । ଆର୍ଯ୍ୟନ ଶିଫ୍ରାଙ୍କୁ ଭଲ ପାଉଛନ୍ତି ଏବଂ ଉଭୟ ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ହେଲେ ଦିନେ ସାହିଦ ଜାଣିବାକୁ ପାଆନ୍ତି ଯେ, SIFRA- 'ସୁପର ଇଣ୍ଟେଲିଜେଣ୍ଟ୍ ମହିଳା ରୋବଟ୍ ଅଟୋମେସନ୍' ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଟେ । ଏହାପରେ କାହାଣୀରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.