ETV Bharat / entertainment

ଦଶହରାରେ କର୍ମର ଫଳକୁ ନେଇ ଆସୁଛି ଫିଲ୍ମ, ଟ୍ରେଣ୍ଡରେ 'ଚିରିଂ ଚିରିଂ' ଗୀତ

ରିଲିଜ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'କର୍ମ'। 'ଚିରିଂ ଚିରିଂ' ଏମିତି ଏକ ଆଇଟମ ଗୀତ ଯେଉଁଥିରେ ଅଭିନେତ୍ରୀ ନଥାଇ ବି ଟ୍ରେଣ୍ଡିଂରେ ଚାଲିଥିବା କହିଛନ୍ତି ଅନୁଭବ ।

author img

By ETV Bharat Odisha Team

Published : 2 hours ago

Odia Film Karma
Odia Film Karma (ETV Bharat Odisha)

ଭୁବନେଶ୍ବର: କର୍ମର ଫଳ ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'କର୍ମ'। ଓଡ଼ିଆ ଚଳଚ୍ଚିତ୍ର 'କର୍ମ'ର ରିଲିଜ ପୂର୍ବରୁ ଅନେକ ଅକୁହା କଥା ବଖାଣିଛନ୍ତି ପୁରା ଟିମ । ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ସୁପରଷ୍ଟାର ଅନୁଭବ ମହାନ୍ତି ଫିଲ୍ମକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନୁଭବ କହିଛନ୍ତି, "ଯିଏ ଯେମିତି କରିବ ସେ ସେମିତି ଫଳ ପାଇବ ଅର୍ଥାତ ଏଠାରେ କର୍ମର ଫଳ ସମସ୍ତଙ୍କୁ ମିଳିବ । କିଭଳି ଆମ କର୍ମର ଫଳ ଆମକୁ ମିଳେ ସେ ଆଧାରରେ ସିନେମାଟି ପ୍ରସ୍ତୁତ ହୋଇଛି ।" ଥ୍ରିଲର ସସପେନ୍ସ ଓ ରୋମାଞ୍ଚ ଭରା ଏହି ସିନେମା ଦଶହରା ବଜାରରେ ଲୋକଙ୍କୁ ନିରାଶ କରିବ ନାହିଁ ବୋଲି ସେ କହିଛନ୍ତି ।

ଏମିତି କହିଲେ ଅନୁଭବ:

Odia Film Karma (ETV Bharat Odisha)

ଅନୁଭବ କହିଛନ୍ତି, "ଅମୀୟ ପଟ୍ଟନାୟକ ବ୍ୟାନରରେ କାମ କରିବାକୁ ବହୁତ ଇଚ୍ଛା ଥିଲା । କାରଣ ମୋ ପ୍ରଥମ ଆଲବମ ମୁଁ ଏଇଠୁ ଆରମ୍ଭ କରିଥିଲି । ଆଉ ଅନୁପମ ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ପାଇଁ ତାହା ପୁରା ହୋଇଛି । ସମସ୍ତେ ବହୁତ ଭଲ କରିଛନ୍ତି । ତେଣୁ ସିନେମାଟି ପ୍ରତିଟି ସିନେପ୍ରେମୀଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି ।" ଏହାସହ ସୂର୍ଯ୍ୟମୟୀଙ୍କ ସହ ରୋମାନ୍ସକୁ ନେଇ ଅନୁଭବ କହିଛନ୍ତି, "ଦର୍ଶକ ଯୋଡିକୁ କେତେ ପସନ୍ଦ କରନ୍ତି ତାହା ଫିଲ୍ମ ରିଲିଜ ହିଁ ଜଣାପଡିବ। ଦଶହରାରେ ଆସୁଥିବା ସବୁ ଚଳଚ୍ଚିତ୍ରକୁ ଶୁଭେଚ୍ଛା ଦେବା ସହ ମୁଁ ଅନ୍ୟ ପ୍ରଡକ୍ସନର ସିନେମା ଦେଖିବି ।"

ବାପାଙ୍କୁ ମନେ ପକାଇଲେ ଅନୁଭବ:

Odia Film Karma
Odia Film Karma (ETV Bharat Odisha)

ବାପାଙ୍କୁ ମନେ ପକାଇ ଅନୁଭବ ଭାବବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି, "ବାପାଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ମୁଁ ସବୁଠି ତାଙ୍କର ଉପସ୍ଥିତି ଅନୁଭବ କରେ।"

ଏହା ବି ପଢନ୍ତୁ...ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ବି ପଢନ୍ତୁ...ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ - Interview With Suryamaye

ଏହା ବି ପଢନ୍ତୁ...'କର୍ମ'ରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ଆଉଟ୍; ଫିଲ୍ମର ଚରିତ୍ର ଉପରୁ ବି ଉଠିଲା ପରଦା - Suryamaye First Look Out From KARMA

ଏହା ମଧ୍ୟ ପଢନ୍ତୁ: 'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ

ଟ୍ରେଣ୍ଡିଂରେ ଚିରିଂ ଚିରିଂ ଗୀତ:

ସେହିପରି ଚିରିଂ ଚିରିଂ ଗୀତ ବେଶ ଟ୍ରେଡିଂରେ ଥିବାବେଳେ ଅନୁଭବ କହିଛନ୍ତି, "ଏହା ଏମିତି ଗୋଟେ ଆଇଟମ ଗୀତ ଯେଉଁଥିରେ କେହି ଝିଅ ନାହାନ୍ତି ।" ସୂର୍ଯ୍ୟମୟୀ ମଧ୍ୟ ଅନୁଭବଙ୍କ ସହ ଅନେକ ଦିନର କାମ କରିବାର ଇଚ୍ଛା ପୂରା ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟମୟୀ କହିଛନ୍ତି, "ମୁଁ ଚେଷ୍ଟା କରିଛି ଭଲ ଅଭିନୟ କରିବା ପାଇଁ। ତେଣୁ ଆମ ଦୁଇଜଣଙ୍କ ଯୋଡିକୁ ଦର୍ଶକ ଭଲ ପାଇବା ଦେବେ ବୋଲି ଆଶା ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.