ETV Bharat / entertainment

ଅଡୁଆରେ ସନ୍ନି ଦେଓଲ, ଠକେଇ ଅଭିଯୋଗ ଆଣିଲେ ପ୍ରଡ୍ୟୁସର - Sunny Deol

author img

By ETV Bharat Odisha Team

Published : May 31, 2024, 11:20 AM IST

Sunny Deol: ଅଡୁଆରେ ଛନ୍ଦି ହେଲେ ଅଭିନେତା ସନ୍ନି ଦେଓଲ । ଜଣେ ଚଳଚ୍ଚିତ୍ର ନିର୍ମାତା ସନ୍ନି ଦେଓଲଙ୍କ ନାଁରେ ଠକେଇ ଏବଂ ଜାଲିଆତି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଅଡୁଆରେ ସନ୍ନି ଦେଓଲ, ଠକେଇ ଅଭିଯୋଗରେ ଫସିଲେ ଅଭିନେତା
ଅଡୁଆରେ ସନ୍ନି ଦେଓଲ, ଠକେଇ ଅଭିଯୋଗରେ ଫସିଲେ ଅଭିନେତା (IANS)

ହାଇଦ୍ରାବାଦ: ବିବାଦରେ ଛନ୍ଦି ହେଲେ ଅଭିନେତା ସନ୍ନି ଦେଓଲ । ଜଣେ ଚଳଚ୍ଚିତ୍ର ନିର୍ମାତା ସନ୍ନି ଦେଓଲଙ୍କ ନାଁରେ ଠକେଇ ଏବଂ ଜାଲିଆତି ଅଭିଯୋଗ କରିଛନ୍ତି । ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଗୌରବ ଗୁପ୍ତା ଅଭିନେତାଙ୍କ ନାଁରେ ଏହି ଅଭିଯୋଗ ଆଣିଥିବା ବେଳେ ସେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛନ୍ତି । ଫିଲ୍ମ ନିର୍ମାତା ଦାବି କରିଛନ୍ତି ଯେ ସନ୍ନି ତାଙ୍କଠାରୁ ଆଡଭାନ୍ସ ଟଙ୍କା ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଫିଲ୍ମ ଆରମ୍ଭ କରିନାହାଁନ୍ତି ।

ସନ୍ନି ଦେଓଲଙ୍କ ବିରୋଧରେ ଅଭିଯୋଗ କ'ଣ ?

ସାମ୍ୱାଦିକ ସମ୍ମିଳନୀରେ ପୁରା ଘଟଣା ବିଷୟରେ ବର୍ଣ୍ଣନା କରି ଫିଲ୍ମ ନିର୍ମାତା କହିଛନ୍ତି, ୨୦୧୬ ମସିହାରେ ସନ୍ନି ଏବଂ ମୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏଥିପାଇଁ ମୁଁ ସନ୍ନିଙ୍କୁ ୧ କୋଟି ଟଙ୍କାର ଆଡଭାନ୍ସ ଦେଇଥିଲି । କିନ୍ତୁ ଫିଲ୍ମ ସାଇନ ଏବଂ ଆଡଭାନ୍ସ ଟଙ୍କା ନେଇ ମଧ୍ୟ ସନ୍ନି ତାଙ୍କ ଫିଲ୍ମ କରିନାହାନ୍ତି । ବରଂ ତାଙ୍କ ଚଳଚ୍ଚିତ୍ର କରିବା ପରିବର୍ତ୍ତେ ସେ ୨୦୧୭ ମସିହାରେ ତାଙ୍କ ଭାଇ ବବିଙ୍କ ସହ ଫିଲ୍ମ ପୋଷ୍ଟର ବୟଜ କରିଥିଲେ । ଯାହାକୁ ଶ୍ରେୟସ୍ ତାଲପଡେ ନିର୍ଦ୍ଦେଶନା ଦେଇଥିଲେ । ସନ୍ନି ମୋତେ ବାରମ୍ୱାର ଟଙ୍କା ମାଗିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତାଙ୍କୁ ୨.୫୫ କୋଟି ଟଙ୍କା ଦେଇଛି । ସୁଟିଂ ଆରମ୍ଭ କରିବା ପାଇଁ ଆମେ ଷ୍ଟୁଡିଓ ମଧ୍ୟ ବୁକ୍ କରିଥିଲୁ, କିନ୍ତୁ ସବୁକିଛି ବୃଥା ହୋଇଗଲା । ତାଙ୍କ ଏବଂ ତାଙ୍କ ଟିମ ଦ୍ୱାରା ଆମକୁ ବିଶ୍ୱାସଘାତକତା କରାଯାଇଥିବା ସେ କହିଛନ୍ତି ।

ସୌରଭ ଗୁପ୍ତା କହିଛନ୍ତି ଯେ ସେ ସନ୍ନିଙ୍କ ବିରୋଧରେ ପୋଲିସ ଅଭିଯୋଗ ମଧ୍ୟ କରିଛନ୍ତି । ସୌରଭ ଏହା ମଧ୍ୟ କହିଛନ୍ତି ଯେ ସନ୍ନି ଚୁକ୍ତି ହୋଇଥିବା ଚୁକ୍ତିରେ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷ ସନ୍ନି ମଧ୍ୟ ଅଧିକ ଟଙ୍କା ହାସଲ କରିବାକୁ ଚୁକ୍ତି କରିଥିଲେ। ସେ କହିଛନ୍ତି- ଆମେ ଦସ୍ତଖତ ରାଶି ୪ କୋଟି ଟଙ୍କା ସ୍ଥିର କରିଛୁ, କିନ୍ତୁ ଯେତେବେଳେ ଆମେ ଚୁକ୍ତି ଦେଖିଲୁ, ସେଥିରେ ୮ କୋଟି ଟଙ୍କା ଥିଲା । ଏବଂ ଏହାର ଲାଭ ଏହା ୨ କୋଟି ଥିଲା । ଯେତେବେଳେ ମୁଁ ଏସବୁ କହିଲି, ସେମାନଙ୍କ ଟିମ ଆମକୁ କୌଣସି ଉତ୍ତର ଦେଇ ନାହାଁନ୍ତି । ଆମେ ମଧ୍ୟ ଏକ ନୋଟିସ ପଠାଇଛୁ, କିନ୍ତୁ ତାଙ୍କ ଟିମ କହିଛନ୍ତି ଯେ ସେ ଦେଶରେ ନାହାଁନ୍ତି । ତେବେ ସନ୍ନି ଦେଓଲ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଲାହୋର ୧୯୪୭'ରେ ପ୍ରୀତି ଜିଣ୍ଟାଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ଆସିବେ ନଜର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.