ETV Bharat / entertainment

ଜ୍ୟାକଲିନଙ୍କ ଜନ୍ମଦିନରେ ମହାଠକ ସୁକେଶ ଦେଲେ ଖାସ୍ ଗିଫ୍ଟ, ୱାୟନାଡ ଭୂସ୍କଳନ ପାଇଁ ୧୫କୋଟିର ସହାୟତା - SUKESH GIFTS YACHT TO JACQUELINE

author img

By ETV Bharat Odisha Team

Published : Aug 12, 2024, 11:40 AM IST

Updated : Aug 12, 2024, 11:50 AM IST

Sukesh On Jacqueline Birthday: ଗତକାଲି ଅର୍ଥାତ୍ ଅଗଷ୍ଟ ୧୧ ରେ ଜ୍ୟାକଲିନ ଫର୍ଣ୍ଣାଡିଜ ତାଙ୍କ ୩୯ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ମହାଠକ ସୁକେଶ ଚନ୍ଦ୍ରଶେଖର ନିଜ ଗାର୍ଲଫ୍ରେଣ୍ଡକୁ ଜନ୍ମଦିନ ମୂଲ୍ୟବାନ ଉପହାର ଦେବା ସହ ୱାୟନାଡ ଭୂସ୍କଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ,

ଜ୍ୟାକଲିନଙ୍କ ଜନ୍ମଦିନରେ ମହାଠକ ସୁକେଶ ଦେଲେ ଏହି ଗିପ୍ଟ, ୱାୟନାଡ ଭୂସ୍କଳନ ପାଇଁ ୧୫ କୋଟିର କଲେ ସହାୟତା
ଜ୍ୟାକଲିନଙ୍କ ଜନ୍ମଦିନରେ ମହାଠକ ସୁକେଶ ଦେଲେ ଏହି ଗିପ୍ଟ, ୱାୟନାଡ ଭୂସ୍କଳନ ପାଇଁ ୧୫ କୋଟିର କଲେ ସହାୟତା (ETV Bharat Odisha)

ହାଇଦ୍ରାବାଦ: ଦିଲ୍ଲୀ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ତାଙ୍କ ଜନ୍ମଦିନ ବିଶେଷ ଉପହାର ଦେଇଛନ୍ତି । ୧୧ ଅଗଷ୍ଟରେ ଜ୍ୟାକଲିନ ତାଙ୍କର 39 ତମ ଜନ୍ମଦିନ ପାଳନ କରିଥିବା ବେଳେ ସୁକେଶ ତାଙ୍କୁ ଏକ ଜାହାଜ ଉପହାର ଦେଇଛନ୍ତି । ଅଭିନେତ୍ରୀଙ୍କୁ ସୁକେଶ ଦେଇଥିବା ଏହି ଜାହାଜର ନାମ ମଧ୍ୟ ଜ୍ୟାକଲିନଙ୍କ ନାମରେ ରଖାଯାଇଛି । ଅଭିନେତ୍ରୀଙ୍କୁ ଚିଠି ଲେଖି ସୁକେଶ ଏହା ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଗାର୍ଲଫ୍ରେଣ୍ଡର ଜନ୍ମଦିନରେ ସୁକେଶ ୱାୟନାଡ ଭୂସ୍କଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ।

ଏହି ଜାହାଜର ନାମ ହେଲା 'ଲେଡି ଜ୍ୟାକଲିନ'

ଏହା ହେଉଛି ସମାନ ଜାହାଜ ଯାହାକି ୨୦୨୧ ମସିହାରେ ଜ୍ୟାକଲିନଙ୍କ ପାଇଁ ସୁକେଶ ବାଛିଥିଲେ, ସୁକେଶ ତାଙ୍କ ଚିଠିରେ କହିଛନ୍ତି ଯେ 'ଲେଡି ଜ୍ୟାକଲିନ' ନାମକ ଏହି ଜାହାଜ ଏହି ମାସରେ ଡେଲିଭର କରାଯିବ । ସେ କହିଛନ୍ତି ଯେ ଜାହାଜର ସମସ୍ତ ଟିକସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ । ଜ୍ୟାକଲିନ ମଧ୍ୟ ପଶୁ କଲ୍ୟାଣ କ୍ଷେତ୍ର ପାଇଁ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ସୁକେଶ କହିଛନ୍ତି ଯେ ସେ ବେଙ୍ଗାଲୁରୁର ଗୃହପାଳିତ ପଶୁମାନଙ୍କ ପାଇଁ ଏକ ଡାକ୍ତରଖାନା ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଛନ୍ତି ।

ୱାୟନାଡ ଭୂସ୍ଖଳନ ପୀଡିତଙ୍କୁ କଲେ ସହାୟତା

ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶ ୱାୟନାଡ ଭୂସ୍ଖଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କା ଏବଂ ୩୦୦ ଘର ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଜ୍ୟାକଲିନଙ୍କ ଉପରେ ସୁଟିଂ ହୋଇଥିବା 'ୟିମି ୟିମି' ଗୀତକୁ ସୁପରହିଟ୍ କରିବା ପାଇଁ ସେ ୧୦୦ ଆଇଫୋନ୍ 15 ପ୍ରୋ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇଡି ଖୋଲିଲା ଗୁମର, ସୁକେଶଙ୍କ ମନି ଲଣ୍ଡରିଂ ସଂପର୍କରେ ଜାଣିଥିଲେ ଜ୍ୟାକଲିନ୍

ମନିଂ ଲଣ୍ଡରିଂ ମାମଲାରେ ଦିଲ୍ଲୀ ଜେଲରେ ଅଛନ୍ତି ସୁକେଶ

ସୂଚନା ଥାଉ କି, ୨୦୧୫, ମେ ୨୯ରେ ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ସେବେଠାରୁ ସେ ଦିଲ୍ଲୀ ଜେଲରେ ରହିଛନ୍ତି । ଡିସେମ୍ବର ୨୦୨୧ରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ମନିଂ ଲଣ୍ଡରିଂ ମାମଲାରେ ଜ୍ୟାକଲିନ ସାମ୍ନାକୁ ଆସିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ଯାଞ୍ଚ କରି ଅଭିନେତ୍ରୀ ଏଥିରେ ଜଡିତ ଥିବା ନେଇ ତାଙ୍କୁ ଅନେକ ଥର ପଚରାଉଚରା କରିଥିଲା, ଯେଉଁଥିରେ ଜଣାପଡିଥିଲା ​​ଯେ ଜ୍ୟାକଲିନ ସୁକେଶଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଜେଲରେ ଦେଖା କରୁଥିଲେ । ସୁକେଶ ତାଙ୍କୁ ଦାମୀ ଉପହାର ଦେଉଥିଲେ । ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲା ବିଚାରାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2024, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.