ETV Bharat / entertainment

ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ - Srikanth Trailer - SRIKANTH TRAILER

Srikanth Trailer: ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଶ୍ରୀକାନ୍ତ' ଟ୍ରେଲର ମୁକ୍ତିଲାଭ କରିଛି । ଯେଉଁଥିରେ ଅଭିନେତା ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ

author img

By ETV Bharat Odisha Team

Published : Apr 10, 2024, 12:01 PM IST

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ପୁଣିଥରେ ତାଙ୍କ ଅଭିନୟ ସହ ସମସ୍ତଙ୍କ ମନ ଜିତିବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଶ୍ରୀକାନ୍ତ' ପାଇଁ ଶିରୋନାମାରେ ରହିଛନ୍ତି, ଯାହା ଏକ ବାୟୋପିକ ଚଳଚ୍ଚିତ୍ର ଅଟେ । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଅଭିନେତା ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

  • " class="align-text-top noRightClick twitterSection" data="">

'ଶ୍ରୀକାନ୍ତ' ଟ୍ରେଲର

୩ ମିନିଟ ୧୭ ସେକେଣ୍ଡର ଏହି ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ ରାଜକୁମାର ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ପିଲାଦିନରୁ ଦେଖିପାରୁନାହାନ୍ତି । ସେ ହୁଏତ ଦେଖିପାରୁନାହାଁନ୍ତି କିନ୍ତୁ ତାଙ୍କର ସ୍ୱପ୍ନ ବଡ଼ ରହିଛି । ଅଧ୍ୟୟନରେ ଶ୍ରୀକାନ୍ତ ବହୁତ ସ୍ମାର୍ଟ ଅଟନ୍ତି । କିନ୍ତୁ ସେ ଦୃଷ୍ଟି ବାଧିତ ହୋଇଥିବାରୁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଟ୍ରେଲରରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ସେ 98% ମାର୍କ ରଖି ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନରେ ଅଧ୍ୟୟନ କରିବାକୁ ଚାହାଁନ୍ତି । କିନ୍ତୁ ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଆଗକୁ ଅଧ୍ୟୟନ କରିବାକୁ ଅନୁମତି ଦିଆଯାଇନଥାଏ । ଏଭଳି ପରିସ୍ଥିତିରେ ଶ୍ରୀକାନ୍ତ ନିଷ୍ପତ୍ତି ନିଅନ୍ତି ଯେ ସେ ବର୍ତ୍ତମାନ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବେ ଏବଂ ମାମଲା ଦାୟର କରିବେ । ତେବେ ସେ ଏନେଇ କ'ଣ ପଦକ୍ଷେପ ନେଉଛନ୍ତି ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ । ଏହା ବ୍ୟତୀତ ଟ୍ରେଲରରେ ଭିନ୍ନକ୍ଷମଙ୍କ ବିଭିନ୍ନ ଅସୁବିଧା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

କହିରଖୁଛୁ କି, ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶିତ ଶ୍ରୀକାନ୍ତ ଫିଲ୍ମଟି ଦୃଷ୍ଟିହୀନ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ ଅଟେ । ଏହି ଫିଲ୍ମରେ ରାଜକୁମାର ରାଓ ଶ୍ରୀକାନ୍ତ ବୋଲାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ରାଜକୁମାର ରାଓଙ୍କ ବ୍ୟତୀତ ଜ୍ୟୋତିକା, ଅଲାୟା ଏଫ ଏବଂ ଶରଦ କେଲକର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମେ ମାସ 10 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ହରର କମେଡି ଫିଲ୍ମ ସ୍ତ୍ରୀ-2ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ ହେବ ଫିଲ୍ମ

ଶ୍ରୀକାନ୍ତ ବୋଲା କିଏ ?

ଭିଜୁଆଲି ଚ୍ୟାଲେଞ୍ଜ ହୋଇଥିବା ଶିଳ୍ପପତି ଶ୍ରୀକାନ୍ତ ବୋଲାଙ୍କ କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ସେ ବିଜ୍ଞାନ ପ୍ରତି ବହୁତ ଆଗ୍ରହୀ ଥିଲେ। ହେଲେ ସେ ଦୃଷ୍ଟିହୀନ ହୋଇଥିବାରୁ ଆଗକୁ ପଢିବାରେ ଅକ୍ଷମ ଦର୍ଶାଯାଇଥିଲା । ଯାହା ପରେ ସେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହାରମାନି ନଥିଲେ ଏବଂ ସେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢାଇ କରି ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ । ଶେଷରେ ସେ MIT ରୁ ମ୍ୟାନେଜମେଣ୍ଟ ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ଶ୍ରୀକାନ୍ତ ଏକ ବୋଲାଣ୍ଟ ଇଣ୍ଡଷ୍ଟ୍ରି (Bollant Industries) ପ୍ରତିଷ୍ଠା କରିଥିଲେ ଏବଂ ଏହି କମ୍ପାନୀରେ ତାଙ୍କ ପରି ଲୋକମାନଙ୍କୁ ଚାକିରି କରିବାକୁ ଅବସର ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ଷ୍ଟାର୍ଟଅପରେ ପ୍ରଥମ ପୁଞ୍ଜି ବିନିଯୋଗ ରାଷ୍ଟ୍ରପତି ଅବଦୁଲ କଲାମ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.