ETV Bharat / entertainment

ମାଆ ହେବେ ସୋନାକ୍ଷୀ ! ଲାଟେଷ୍ଟ ପୋଷ୍ଟ ଦେଲା ହିଣ୍ଟ୍, ଛୁଟିଲା ଶୁଭେଚ୍ଛାର ସୁଅ

ସୋନାକ୍ଷୀ ସିହ୍ନା ତାଙ୍କ ସ୍ୱାମୀଙ୍କ ସହ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହା ପରେ ଫ୍ୟାନ୍ସ ତାଙ୍କୁ ଗର୍ଭଧାରଣ ପାଇଁ ଅଭିନନ୍ଦନ ଜଣାଉଛନ୍ତି ।

sonakshi sinha pregnant
sonakshi sinha pregnant (IANS)
author img

By ETV Bharat Entertainment Team

Published : 2 hours ago

Updated : 2 hours ago

ହାଇଦ୍ରାବାଦ: ଚର୍ଚ୍ଚାରେ ବଲିଉଡ ଲୋକପ୍ରିୟ ଦମ୍ପତି ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ । ଖୁବଶୀଘ୍ର ଏହି ଦମ୍ପତିଙ୍କ ଘରକୁ ଆସିବ କୁନି ଅତିଥି । ଆଜି ସୋନାକ୍ଷୀ ନିଜ ସ୍ୱାମୀ ଜାହିରଙ୍କ ସହ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଏମିତି କିଛି ଲେଖିଛନ୍ତି ଯାହା ପ୍ରେଗନ୍ସିର ହିଣ୍ଟ୍ ଦେବା ମନେ ହେଉଛି । ଏହି ପୋଷ୍ଟ ସେୟାର ପରେ ଉଭୟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସ ଏହି ଖୁସି ଖବର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ମାଆ ହେବେ ସୋନାକ୍ଷୀ !

ଆଜି, ଅକ୍ଟୋବର 28 ରେ, ସୋନାକ୍ଷୀ ସିହ୍ନା ସ୍ୱାମୀ ଜାହିରଙ୍କ ସହ ଏକ ଫଟୋ ସେୟାର କରିଥିଛନ୍ତି । ଏହି ଫଟୋରେ ସୋନାକ୍ଷୀ ସିହ୍ନା ଲାଲ ରଙ୍ଗର ସାଲୱାରରେ ନଜର ଆସିଥିବା ବେଳେ ଜୌହିର ବ୍ଲାକ ଏବଂ ହ୍ୱାଇଟ କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ଏଥିରେ ସୋନାକ୍ଷୀ କୁକୁରଟିକୁ ନିଜ କୋଳରେ ଧରିଛନ୍ତି । ସୋନାକ୍ଷୀ ଏହି ଫଟୋ ସେୟାର କରି ଏପରି କ୍ୟାପସନ୍ ଦେଇଛନ୍ତି, ଯାହା ସୋନାକ୍ଷୀ ଗର୍ଭବତୀ ଥିବା ଭାବିବାକୁ ଲୋକଙ୍କୁ ବାଧ୍ୟ କରୁଛି । ସୋନାକ୍ଷୀ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, Guess The Pookie (ଦ ପୁକି ଅନୁମାନ କର) ।

sonakshi sinha latest post
sonakshi sinha latest post (INSTAGRAM)

ଛୁଟିଲା ଶୁଭେଚ୍ଛାର ସୁଅ

ବର୍ତ୍ତମାନ ଏହି ପୋଷ୍ଟ ପରେ ସୋନାକ୍ଷୀ ସିହ୍ନା ଗର୍ଭବତୀ ଥିବା ଚର୍ଚ୍ଚା ଜୋର ଧରିଛି । ଜଣେ ଫ୍ୟାନ୍ସ ସୋନାକ୍ଷୀଙ୍କ ପୋଷ୍ଟରେ ଲେଖିଛନ୍ତି, 'ଅଭିନନ୍ଦନ, ଛୋଟ ଅତିଥି ଆସିବାକୁ ଯାଉଛନ୍ତି ।' ଅନ୍ୟ ଜଣେ ଲେଖିଛନ୍ତି, ଗର୍ଭଧାରଣ ପାଇଁ ଶୁଭେଚ୍ଛା । ଆଉ ଜଣେ ଲେଖିଛନ୍ତି, ଆପଣ ଗର୍ଭବତୀ ଅଟନ୍ତି । ଏଥିସହ ସୋନାକ୍ଷୀ ଏବଂ ଜାହିରଙ୍କ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ ହାର୍ଟ ଏବଂ ଫାୟାର ଇମୋଜି ପୋଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାତ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର, ରିସେପ୍ସନରେ ସାମିଲ ହେଲେ ବି-ଟାଉନ ସେଲିବ୍ରିଟି

କହିରଖୁଛୁ କି, 23 ଜୁନ୍ 2024 ରେ ଏକ ବ୍ୟକ୍ତିଗତ ସମାରୋହରେ ଏହି ଦମ୍ପତି ବିବାହ କରିଥିଲେ । ଜାହିର-ସୋନାକ୍ଷୀଙ୍କ ବିବାହରେ କେବଳ ପରିବାର ଏବଂ କିଛି ସମ୍ପର୍କୀୟ, ସାଙ୍ଗସାଥୀ ଯୋଗ ଦେଇଥିଲେ । ଉଭୟ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ କୋର୍ଟ ମ୍ୟାରେଜ କରିଥିବା ବେଳେ ପରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ରିସ୍ପେସନ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ । ବିବାହ ପରେ ସୋନାକ୍ଷୀ ଦୁଇଥର ହନିମୁନ୍‌ରେ ଯାଇଥିଲେ । ସ୍ୱାମୀ ଜାହିର ଇକବାଲଙ୍କ ସହ ସୋନାକ୍ଷୀ ଏବେ ତାଙ୍କର ନୂତନ ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି । ସୋନାକ୍ଷୀ-ଜାହିର ମଧ୍ୟ ବଲିଉଡ ପାର୍ଟୀରେ ନଜର ଆସିଥାନ୍ତି । ବର୍ତ୍ତମାନ ସୋନାକ୍ଷୀ ଏବଂ ଜାହିରଙ୍କୁ ଏକ ଦିୱାଲୀ ପାର୍ଟୀରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ନା ପଡିବ ହାତଗଣ୍ଠି ନା କରିବେ ନିକାହ, ଏପରି ହେବ ଜାହିର-ସୋନାକ୍ଷୀଙ୍କ ବିବାହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.