ETV Bharat / entertainment

ସାତ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର, ରିସେପ୍ସନରେ ସାମିଲ ହେଲେ ବି-ଟାଉନ ସେଲିବ୍ରିଟି - Sonakshi Sinha Zaheer Iqbal Weeding

author img

By ETV Bharat Odisha Team

Published : Jun 24, 2024, 10:52 AM IST

Sonakshi Sinha Zaheer Iqbal Weeding: ହାତକୁ ଦି' ହାତ ହେଲେ ସାନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ । ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସିଛି ଉଭୟ ବିବାହ ସମାରୋହର ଫଟୋ ଏବଂ ଭିଡିଓ । ଦେଖନ୍ତୁ,

ସାତ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର, ରିସ୍ପେସନରେ ସାମିଲ ହେଲେ ବି-ଟାଉନ ସେଲିବ୍ରିଟି
ସାତ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର, ରିସ୍ପେସନରେ ସାମିଲ ହେଲେ ବି-ଟାଉନ ସେଲିବ୍ରିଟି (@aslisona, Instagram)

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ଦିନର ଡେଟିଂ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ ହାତ ଧରିଲେ ସୋନାକ୍ଷୀ । ଗତକାଲି (ଜୁନ ୨୩)ରେ ମୁମ୍ୱାଇରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଛନ୍ତି । ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଥିବା ବେଳେ ସନ୍ଧ୍ୟାରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଏହି ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, ସଲମାନ ଖାନ, ହୀରାମଣ୍ଡିର ଷ୍ଟାରକାଷ୍ଟ ସାମିଲ ହୋଇଥିଲେ । ବର୍ତ୍ତମାନ ଉଭୟଙ୍କ ବିବାହ ସମାରୋହର ଅନେକ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ବିବାହ ପରେ ପ୍ରଥମ ଫଟୋ ସେୟାର କଲେ ସୋନାକ୍ଷୀ-ଜାହିର

ସୋନାକ୍ଷୀ ସିହ୍ନା ଜୁନ ୨୩ ସନ୍ଧ୍ୟାରେ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଜାହିର ଇକବାଲ ତାଙ୍କ ପତ୍ନୀ ସୋନାକ୍ଷୀଙ୍କ ହାତକୁ ରକିସ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ, ସେ ତାଙ୍କ ପରିବାର ସହ ନଜର ଆସିଛନ୍ତି ଏବଂ ଜାହିର ଏକ କାଗଜରେ ଦସ୍ତଖତ କରୁଛନ୍ତି । ଶେଷ ଫଟୋରେ, ସୋନାକ୍ଷୀ ତାଙ୍କୁ ହଗ୍‌ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଉଭୟ କ୍ୟାପସନରେ ଲେଖିଛନ୍ତି, ''ଆଜିର ଦିନ, 7 ବର୍ଷ ପୂର୍ବେ (23.06.2017) ଆମେ ପରସ୍ପରକୁ ଭେଟିଥିଲୁ ଏବଂ ଆଜି ଏହି ସମ୍ପର୍କକୁ ଆମେ ଏକ ନାମ ଦେଉଛୁ । ଆମେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ବିବାହ କଲୁ । ଉଭୟ ପରିବାର ଏବଂ ଆମର ଉଭୟ ଭଗବାନଙ୍କ ଆଶୀର୍ବାଦ ସହ ଆମେ ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀ ଅଟୁ ।''

କୋର୍ଟ ମ୍ୟାରେଜ କଲେ ସୋନାକ୍ଷୀ-ଜାହିର

ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର । ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ । ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଛନ୍ତି । ଏହି ଆକ୍ଟ ଅନୁଯାୟୀ, ଯାହାର ଉଭୟ ଧର୍ମ ସହ କୌଣସି ସମ୍ପର୍କ ନାହିଁ । ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯାଏ ନାହିଁ ।

ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା

ବିବାହ ପରେ ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, "ପ୍ରତ୍ୟେକ ପିତା ଏହି ମୁହୂର୍ତ୍ତକୁ ଅପେକ୍ଷା କରନ୍ତି ଯେତେବେଳେ ତାଙ୍କ ଝିଅ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ ବିବାହ କରନ୍ତି । ମୋ ଝିଅ ଜାହିରଙ୍କ ସହ ବେଶ ଖୁସିରେ ରହୁଛନ୍ତି । ଏହା ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଭଗବାନ ଉଭୟ ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସୁରକ୍ଷିତ ରଖନ୍ତୁ ।"

ରିସେପ୍ସନରେ ବି-ଟାଉନ ତାରକାଙ୍କ ମେଳି

ବାନ୍ଦ୍ରା ସ୍ଥିତ ସୋନାକ୍ଷୀଙ୍କ ଆପାର୍ଟମେଣ୍ଟରେ ବିବାହ ହୋଇଥିଲା । ଏହା ପରେ ଏହି ଦମ୍ପତି ମୁମ୍ବାଇର ଲିଙ୍କ୍ ରୋଡରେ ଥିବା ରେଷ୍ଟୁରାଣ୍ଟ ବେଷ୍ଟିୟନରେ ରିସେପ୍ସନ ପାର୍ଟି ଆୟୋଜନ କରିଥିଲେ । ପାର୍ଟି ପାଇଁ ସୋନାକ୍ଷୀ ଏକ ଲାଲ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଜାହିର ହ୍ୱାଇଟ ରଙ୍ଗର ଶେରୱାନିରେ ନଜର ଆସିଥିଲେ । ଏହି ସମୟରେ ଉଭୟ ପାପାରାଜିଙ୍କ ସାମ୍ନାରେ ଏକାଠି ପୋଜ ଦେଇଥିଲେ । ଏହି ପାର୍ଟିରେ ବଲିଉଡର ତମାମ ସେଲିବ୍ରିଟି ଯୋଗ ଦେଇଥିଲେ । ସଲମାନ ଖାନ, କାଜୋଲ, ରବୀନା ଟଣ୍ଡନ, ଅନୀଲ କପୁର, ଚଙ୍କି ପାଣ୍ଡେ, ହ୍ୟୁମା କ୍ୟୁରେଶୀଙ୍କ ସମେତ ହୀରାମଣ୍ଡି ତାରକା ଅଦିତି ରାଓ ନିଜ ପ୍ରେମିକ ସିଦ୍ଧାର୍ଥଙ୍କ ସହ ଏବଂ ଆଦିତ୍ୟ ରୟ କପୁର, ରେଖା ଭଳି ଅନେକ ବଲିଉଡ ତାରକା ଏହି ରିସେପ୍ସନ ପାର୍ଟୀରେ ଯୋଗ ଦେଇଥିଲେ ।

ପତ୍ନୀଙ୍କ ସହ ରୋମାଣ୍ଟିକ୍ ହେଲେ ଜାହିର

ବିବାହ ପରେ ଜାହିର ଇକବାଲ ନିଜ ପତ୍ନୀ ସୋନାକ୍ଷୀଙ୍କ ସହ ରୋମାଣ୍ଟିକ ହୋଇତିବା ନଜର ଆସିଛନ୍ତି । ସେ ପାର୍ଟିରେ ତାଙ୍କ ଲେଡି ଲଭଙ୍କ ସହ 'ଆଫ୍ରିନ୍ ଆଫ୍ରିନ୍' ଗୀତରେ ଏକ ରୋମାଣ୍ଟିକ୍ ଡ୍ୟାନ୍ସ କରିଥିଲେ । ଏହା ସହ ସମସ୍ତ ତାରକାଙ୍କ ସହ ଏବଂ ହନ୍ନି ସିଂଙ୍କ ଲାଇଭ ପରପର୍ମରେ ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଛନ୍ତି । ତେବେ ଉଭୟଙ୍କ ବିବାହ ସମାରୋହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନା ପଡିବ ହାତଗଣ୍ଠି ନା କରିବେ ନିକାହ, ଏପରି ହେବ ଜାହିର-ସୋନାକ୍ଷୀଙ୍କ ବିବାହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.