ETV Bharat / entertainment

ବକ୍ସ ଅଫିସରେ 'ରୁହ ବାବା- ସିଙ୍ଘମ' ଲଢେଇ, ପ୍ରଥମ ଦିନରେ କିଏ ମାରିଲା ବାଜି ? - SINGHAM AGAIN VS BHOOL BHULAIYAA 3

ନଭେମ୍ୱର 1ରେ 'ସିଙ୍ଘମ ଏଗେନ ଏବଂ ଭୁଲ ଭୁଲେୟା 3' ଏକାସାଙ୍ଗେ ରିଲିଜ ହୋଇଛି। ଉଭୟ ଫିଲ୍ମ ଦର୍ଶକଙ୍କ ମନ ଜିତିଥିବା ବେଳେ ପ୍ରଥମ ଦିନରେ କିଏ କେତେ ଆୟ କରିଛି? ଜାଣନ୍ତୁ,

Singham Again Vs Bhool Bhulaiyaa 3
Singham Again Vs Bhool Bhulaiyaa 3 (film poster)
author img

By ETV Bharat Entertainment Team

Published : Nov 2, 2024, 1:18 PM IST

ହାଇଦ୍ରାବାଦ: ଦୀପାବଳି ଅବସରରେ, 2024 ବର୍ଷର ଦୁଇଟି ବଡ଼ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' ବକ୍ସ ଅଫିସରେ ରିଲିଜ ହୋଇଛି । ଏହି ଉଭୟ ଫିଲ୍ମ ନଭେମ୍ୱର 1 ଅର୍ଥାତ୍ ଶୁକ୍ରବାର ଦିନ ରିଲିଜ କରିଛି । ଉଭୟ ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥିବା ବେଳେ ବର୍ତ୍ତମାନ ପ୍ରଥମ ଦିନରେ ବକ୍ସ ଅଫିସରେ ଉଭୟ ଫିଲ୍ମ ନିଜ ଯାଦୁ ଦେଖାଇବାରେ ସଫଳ ହୋଇଛି । 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' ପ୍ରଥମ ଦିନରେ ବମ୍ପର କଲେକ୍ସନ କରିଛି । ତେବେ ଜାଣନ୍ତୁ ପ୍ରଥମ ଦିନରେ କେଉଁ ଫିଲ୍ମ କେତେ କଲେକ୍ସନ କରିଛି ଏବଂ କିଏ ମାରିଛି ବାଜି

'ସିଙ୍ଘମ ଏଗେନ' ପ୍ରଥମ ଦିନ ବକ୍ସ ଅଫିସ କଲେକ୍ସନ

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ରିଲିଜ୍ ହେବାର ପ୍ରଥମ ଦିନରେ ଦର୍ଶକଙ୍କ ମନ ଜିତିଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ କରୀନା କପୁର, ଅକ୍ଷୟ କୁମାର, ରଣଭୀର ସିଂ, ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅର୍ଜୁନ କପୁର ଏଥିରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରୁଥିବାବେଳେ ସଲମାନ ଖାନ୍ ଚୁଲବୁଲ ପାଣ୍ଡେ ଚରିତ୍ର ସହ ଏକ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ତେବେ ଏହି 9 ତାରକାଙ୍କ ଅଭିନୟ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ କଲେକ୍ସନରେ 'ଭୁଲ ଭୁଲେୟା 3'କୁ ପଛରେ ପକାଇଛି । ଫିଲ୍ମର ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ, ସାକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ସିଙ୍ଘମ ଏଗେନ' ରିଲିଜ୍ ହେବାର ପ୍ରଥମ ଦିନରେ 43.50 କୋଟି ଟଙ୍କା ଆୟ କରିଛି । ଏହିପରି ଚଳଚ୍ଚିତ୍ର ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠୁ ବଡ ଓପନର୍ ହୋଇଥିବା ବେଳେ 'ଭୁଲ ଭୁଲେୟା 3'କୁ ମଧ୍ୟ ପଛରେ ପକାଇଛି ।

'ଭୁଲ୍ ଭୁଲେୟା 3' ପ୍ରଥମ ଦିନ ବକ୍ସ ଅଫିସ କଲେକ୍ସନ

କାର୍ତ୍ତିକ ଆର୍ଯ୍ୟନ ପୁଣିଥରେ କମେଡି ଫ୍ରାଞ୍ଚାଇଜ୍ 'ଭୁଲ ଭୁଲେୟା'ର ତୃତୀୟ କିସ୍ତିରେ ରୁହ ବାବା ସହ ଫେରିଛନ୍ତି । ବିଦ୍ୟା ବାଲାନ୍ ଏହି ଚଳଚ୍ଚିତ୍ରରେ ତାଙ୍କର ଆଇକନ୍ ଚରିତ୍ର ମଞ୍ଜୁଲିକା ଚରିତ୍ରରେ ଫେରିଥିବା ବେଳେ ମାଧୁରୀ ଦୀକ୍ଷିତ ଏବଂ ତିପ୍ତି ଡିମ୍ରିଙ୍କ ଏଣ୍ଟ୍ରି ଫିଲ୍ମରେ ଚାର୍ ଚାନ୍ଦ୍ ଲଗାଇଛି । ଦିୱାଲୀ ଅବସରରେ 'ସିଙ୍ଘମ ଏଗେନ' ସହ ଟକ୍କର ସତ୍ତ୍ୱେ 'ଭୁଲ୍ ଭୁଲେୟା 3' ଭଲ ପ୍ରଦର୍ଶନ କରିଛି ସତ ହେଲେ ଏହା 'ସିଙ୍ଘମ ଏଗେନ'ଠୁ କମ ଆୟ କରିଛି । ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ, ସାକ୍ନିଲକଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ 35.50 କୋଟି ଟଙ୍କା କଲେକ୍ସନ କରିଛି । ଯାହା 'ସିଙ୍ଘମ ଏଗେନ' ପ୍ରଥମ ଦିନର କଲେକ୍ସନ ଅପେକ୍ଷା କମ୍ ହୋଇଛି । କିନ୍ତୁ ଏହି ଚଳଚ୍ଚିତ୍ର କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସର୍ବୋଚ୍ଚ ଓପନର୍ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' ଆସିଲା ରିଭ୍ୟୁ; ବ୍ଲକବ୍ଲଷ୍ଟର ନା ଫ୍ଲପ୍...ଅଜୟ ଦେବଗନ ନା କାର୍ତ୍ତିକ ଆର୍ଯ୍ୟନ, କିଏ କାହା ଉପରେ ପଡିଲା ଭାରୀ ?

ବକ୍ସ ଅଫିସର କିଏ ମାରିଲା ବାଜି ?

ଶୁକ୍ରବାର ଦିନ 'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ମଧ୍ୟରେ ହୋଇଥିବା ଟକ୍କରରେ ଅଜୟ ଦେବଗନ ବାଜି ମାରିଛନ୍ତି । ଅଜୟଙ୍କ ଫିଲ୍ମ (43.50 କୋଟି) କାର୍ତ୍ତିକଙ୍କ ଫିଲ୍ମ (35.50 କୋଟି) କୁ 8 କୋଟି ଅଧିକ ଆୟ କରି ବକ୍ସ ଅଫିସରେ ରାଜ କରିଛି । ତେବେ ଉଭୟ ଚଳଚ୍ଚିତ୍ର ଭିନ୍ନ କାହାଣୀ ରହିଥିବା ବେଳେ ତେଣୁ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏହି ଦୁଇଟି ଚଳଚ୍ଚିତ୍ର ମଧ୍ୟରୁ କିଏ ସପ୍ତାହ ଶେଷରେ ବକ୍ସ ଅଫିସ୍ ରେସରେ ଆଗରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.