ହାଇଦ୍ରାବାଦ: ଏଥର ବକ୍ସ ଅଫିସରେ ଦୁଇଟି ବଡ ଚଳଚ୍ଚିତ୍ରର କଡା ଟକ୍କର ହେବାକୁ ଯାଉଛି । ରୋହିତ ଶେଟ୍ଟୀଙ୍କ ମଲ୍ଟି ଷ୍ଟାରର 'ସିଙ୍ଘମ ଏଗେନ' ଏବଂ ଆନିସ୍ ବାଜମିଙ୍କ 'ଭୁଲ ଭୁଲେୟା 3' ସହ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଦୀପାବଳି ଅବସରରେ ଉଭୟ ଫିଲ୍ମ ନଭେମ୍ବର 1 ରେ ମୁକ୍ତିଲାଭ କରିବ । 'ସିଙ୍ଘମ ଏଗେନ' ରୋହିତ ଶେଟ୍ଟୀଙ୍କ କପ ବ୍ରହ୍ମାଣ୍ଡରେ ରାମାୟଣର କିଛି ଉପାଦାନ ଯୋଡିଥିବାବେଳେ 'ଭୁଲ ଭୁଲେୟା 3' ଏକ ହରର କମେଡି ଫିଲ୍ମ । ବର୍ତ୍ତମାନ କେବଳ କାହାଣୀ ହିଁ ବକ୍ସ ଅଫିସରେ ଉଭୟ ଚଳଚ୍ଚିତ୍ର କିପରି ପ୍ରଦର୍ଶନ କରେ ତାହା କହିବ । ଏହାରି ମଧ୍ୟରେ ବର୍ତ୍ତମାନ ସେନ୍ସର ବୋର୍ଡ (ସିବିଏଫସି) 'ସିଙ୍ଘମ ଏଗେନ' କିଛି ପରିବର୍ତ୍ତନ ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ରକୁ U / A ସାର୍ଟିଫିକେଟ୍ ମିଳିଥିବା ବେଳେ କିଛି ଦୃଶ୍ୟକୁ ଫିଲ୍ମରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
'ସିଙ୍ଘମ ଏଗେନ'ରୁ ହଟିଲା ଏହି ସବୁ ସିନ୍
ରିପୋର୍ଟ ଅନୁଯାୟୀ, ଫିଲ୍ମରୁ 7 ମିନିଟର 12 ସେକେଣ୍ଡର ଏକ ଭିଡିଓ ହଟାଯାଇଛି । ଆବଶ୍ୟକତା ଅନୁଯାୟୀ ଦୁଇଟି ସ୍ଥାନରେ 23 ସେକେଣ୍ଡ ଲମ୍ବା ମ୍ୟାଚ୍ କଟ୍ ସିନ୍ ପରିବର୍ତ୍ତନ କରିବାକୁ ସେନ୍ସର ବୋର୍ଡ କମିଟି କହିଛି। ପ୍ରଥମ 23 ସେକେଣ୍ଡର ଲମ୍ବା ସିନରେ ପ୍ରଭୁ ରାମ ଓରଫ ସିଙ୍ଘମ (ଅଜୟ ଦେବଗନ୍), ମାତା ସୀତା ଓରଫ ଅବନୀ (କରୀନା କପୁର) ଏବଂ ହନୁମାନ ଓରଫ ସିମ୍ବା (ରଣଭୀର ସିଂ) ଭାବରେ ଅଭିନୟ କରିଛନ୍ତି । ଅନ୍ୟ ଏକ ସିନରେ, ସିଙ୍ଘମ ଏବଂ ଶ୍ରୀ ରାମଙ୍କ ପାଦ ଛୁଇଁଥିବା ଭିଡିଓରେ କିଛି ଛୋଟ ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଇଛି । ଏଥିସହ ରାବଣର 'ସୀତାଙ୍କୁ ଧରିବା, ଟାଣିବା ଏବଂ ଠେଲିବା' ର 16 ସେକେଣ୍ଡର ସିନ୍ ହଟାଇବାକୁ ସେନ୍ସର ବୋର୍ଡ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କୁ କହିଛନ୍ତି ।
ଏହା ବ୍ୟତୀତ ସେନସର ବୋର୍ଡ ମଧ୍ୟ 29 ସେକେଣ୍ଡର ସିନ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ହନୁମାନ ଜଳୁଥିବା ବେଳେ ସିମ୍ବା ଫ୍ଲର୍ଟ କରୁଥିବା ଦେଖିବାକୁ ମିିଳିଛି । ଟିମକୁ 26 ସେକେଣ୍ଡର ସଂଳାପ ଏବଂ ସିନ ହଟାଇବାକୁ କୁହାଯାଇଥିଲା କାରଣ ଏହା ପଡୋଶୀ ରାଜ୍ୟ ସହ ଭାରତର ଆନ୍ତର୍ଜାତୀୟ କୂଟନୈତିକ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁଭବ କରିଥିଲେ । ଫିଲ୍ମ ଆରମ୍ଭରେ ଡିସକ୍ଲାମର ଦେଖାଯିବ । ଏଥିରେ ଲେଖାଯିବ 'ଏହି ଚଳଚ୍ଚିତ୍ରଟି ଏକ କାଳ୍ପନିକ କାର୍ଯ୍ୟ ଉପରେ ଆଧାରିତ । ଯଦିଓ ଏହି ଚଳଚ୍ଚିତ୍ର ପ୍ରଭୁ ରାମଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି, କାହାଣୀ କିମ୍ବା ଚରିତ୍ରମାନଙ୍କୁ ସମ୍ମାନିତ ଦେବତା ଭାବରେ ଦେଖାଯିବା ଉଚିତ୍ ନୁହେଁ । କାହାଣୀରେ ଆଜିର ଚରିତ୍ର, ଲୋକ, ସମାଜ, ସେମାନଙ୍କର ସଂସ୍କୃତି, ରୀତିନୀତି, ଅଭ୍ୟାସ ଏବଂ ପରମ୍ପରା ଚିତ୍ରିତ ହୋଇଛି । ତେବେ ଫିଲ୍ମ 2 ଘଣ୍ଟା 24 ମିନିଟ୍ 12 ସେକେଣ୍ଡର ରହିଛି ।
ଏହା ମଧ୍ୟ ପଢନ୍ତୁ: ରୁହ ବାବାଙ୍କ ଉପରେ ଭାରୀ ପଡିବେ କି ସିଙ୍ଘମ ? ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ କଲାଣି 'ଭୁଲ ଭୁଲେୟା 3-ସିଙ୍ଘମ ଏଗେନ'
'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ