ETV Bharat / entertainment

ଇଦରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କଲେ ଭାଇଜାନ - Salman Khan New Film

Salman Khan Action Movie: ଇଦ୍ ଅବସରରେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି ସଲମାନ ଖାନ । ନିଜ ଆଗାମୀ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଏଥିସହ ଏହା କେବେ ରିଲିଜ ହେବ ତାହା ମଧ୍ୟ ପ୍ରକାଶ କରିଛନ୍ତି ।

author img

By ETV Bharat Odisha Team

Published : Apr 11, 2024, 12:59 PM IST

ଇଦରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କଲେ ଭାଇଜାନ

ହାଇଦ୍ରାବାଦ: ପୁଣି ଇଦରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ଆଜି ଇଦ ଅବସରରେ ସଲମାନ ନିଜ ଆଗାମୀ ପିଲ୍ମର ଟାଇଟଲ ଉପରୁ ପରଦା ହଟାଇଛନ୍ତି । ଅଭିନେତା ନିଜ ଫିଲ୍ମର ଟାଇଟଲ 'ସିକନ୍ଦର' ଘୋଷଣା କରି ଫ୍ୟାନ୍ସଙ୍କୁ ଇଦ୍ ଭେଟି ଦେଇ ଫ୍ୟାନ୍ସଙ୍କୁ ଇଦ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ।

ସଲମାନ ଖାନଙ୍କ ଆଗାମୀ 'ସିକନ୍ଦର' ଫିଲ୍ମ ପାଇଁ ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ସାଉଥ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆର ମୁରୁଗାଦୋସଙ୍କ ସହ ହାତ ମିଳାଇଛନ୍ତି । ନିକ ରମଜାନରେ ଫିଲ୍ମ ଘୋଷଣା କରିଥିବା ବେଳେ ସଲମାନ ଆଜି ଏହାର ଟାଇଟଲ ଘୋଷଣା କରିଛନ୍ତି । ସଲମାନ ନିଜ ଇନଷ୍ଟାଗ୍ରାମରେ ତାଙ୍କ ନୂଆ ଚଳଚ୍ଚିତ୍ରର ନାମ ପ୍ରକାଶ କରି ଲେଖିଛନ୍ତି, ''ଏହି ଇଦରେ 'ବଡେ ମିୟାଁ ଛୋଟେ ମିୟାଁ' ଏବଂ 'ମୈଦାନ' ଦେଖ । ଆଗାମୀ ଇଦରେ 'ସିକନ୍ଦର' ଦେଖିବ ଅର୍ଥାତ୍ ଏହି ଫିଲ୍ମ ଆସନ୍ତା ବର୍ଷ (୨୦୨୫) ଇଦରେ ରିଲିଜ ହେବ । ଆପଣ ସମସ୍ତଙ୍କୁ ଇଦ ମୁବାରକ ।''

ସଲମାନ ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ସିକନ୍ଦର' ଆକ୍ସନ୍ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ । ନିକଟରେ ଫିଲ୍ମକୁ ନେଇ ଗଜିନି ନିର୍ଦ୍ଦେଶକ ଆର୍ ମୁରୁଗାଡୋସ୍ ଏକ ସାକ୍ଷାତକାରରେ କହିଥିଲେ, ''ସଲମାନ ଏବଂ ମୁଁ ପାଞ୍ଚ ବର୍ଷ ପୂର୍ବେ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲୁ, କିନ୍ତୁ କିଛି ପରିସ୍ଥିତି ହେତୁ ଆମେ ଏହି ପ୍ରକଳ୍ପକୁ ଆଗକୁ ନେଇ ପାରିଲୁ ନାହିଁ । ବର୍ତ୍ତମାନ ଫିଲ୍ମ ପ୍ରସ୍ତୁତ କରୁଛୁ । ଏହା ଲୋକଙ୍କୁ ଏକ ସାମାଜିକ ବାର୍ତ୍ତା ଦେବ । ଏହା ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଦର୍ଶକମାନେ ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ଏକ ଭିନ୍ନ ଅବତାର ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର ସୁଟିଂ ପର୍ତ୍ତୁଗାଲ ଏବଂ ୟୁରୋପର ଅନେକ ଦେଶରେ ହେବାକୁ ଯାଉଛି । ଏଥିସହିତ ଫିଲ୍ମର କିଛି ଅଂଶ ଭାରତରେ ମଧ୍ୟ ସୁଟିଂ କରାଯିବ ।''

ଏହା ମଧ୍ୟ ପଢନ୍ତୁ: ରମଜାନରେ ଫ୍ୟାନ୍ସଙ୍କୁ ଭେଟି; ଗଜିନି ନିର୍ଦ୍ଦେଶକଙ୍କ ସହ ସଲମାନଙ୍କ ନୂଆ ଫିଲ୍ମ ଘୋଷଣା, ଏହି ଦିନ ହେବ ରିଲିଜ

ସୂଚନା ଥାଉ କି, ସଲମାନ ଖାନଙ୍କ ପୂର୍ବରୁ ଆମୀର ଖାନ ଆର୍ ମୁରୁଗାଦୋସଙ୍କ ସହ କାମ କରିଥିଲେ । ସେ ଆମୀର ଖାନ-ଆସିନଙ୍କ ୨୦୦୮ ଚଳଚ୍ଚିତ୍ର 'ଗଜିନି' ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ଅକ୍ଷୟ କୁମାର ଆର୍ ମୁରୁଗାଦୋସଙ୍କ ସହ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ନିର୍ଦ୍ଦେଶକ । ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.