ETV Bharat / entertainment

ଗ୍ରାମୀ ଆୱାର୍ଡ ଜିତି ଭାରତ ଫେରିଲେ ମହାଦେବନ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

author img

By ETV Bharat Odisha Team

Published : Feb 8, 2024, 12:40 PM IST

Shankar Mahadevan: ଗ୍ରାମୀ ଆୱାର୍ଡ ଜିତିବା ପରେ ବର୍ତ୍ତମାନ ମୁମ୍ୱାଇ ଫେରିଛନ୍ତି ଶଙ୍କର ମହାଦେବନ । ଏୟାରପୋର୍ଟରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିବା ବେଳେ ଖୁସିବ୍ୟକ୍ତି କରିଛନ୍ତି କଣ୍ଠଶିଳ୍ପୀ । ଅଧିକ ପଢନ୍ତୁ

Etv Bharat
Etv Bharat
ଗ୍ରାମୀ ଆୱାର୍ଡ ଜିତି ଭାରତ ଫେରିଲେ ମହାଦେବନ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ

ହାଇଦ୍ରାବାଦ: ଲସ୍ ଆଞ୍ଜେଲସରେ ଆୟୋଜିତ ୬୬ତମ ଗ୍ରାମୀ ଆୱାର୍ଡ ୨୦୨୪ରେ ଭାରତୀୟ ସଙ୍ଗୀତକାରଙ୍କ ଜଲୱା ଦେଖିବାକୁ ମିଳିଥିଲା । ତବଲା ବାଦକ ଜାକିର ହୁସେନ, ମ୍ୟୁଜିକ କମ୍ପୋଜର ଶଙ୍କର ମହାଦେବନ ଏବଂ ସେଲଭାଗଣେଶ ସମେତ ଅନ୍ୟ ସଙ୍ଗୀତକାରମାନେ ଗ୍ରାମୀ ଆୱାର୍ଡ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ସଙ୍ଗୀତକାରଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶ ଆପଣମାନଙ୍କ ପାଇଁ ଗର୍ବିତ ଥିବା କହିଥିଲେ । ବର୍ତ୍ତମାନ ଆମେରିକାରୁ ଭାରତ ଫେରିଛନ୍ତି ସଙ୍ଗୀତକାର । ମୁମ୍ୱାଇ ବିମାନବନ୍ଦରରେ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ସ୍ପଟ ହୋଇଥିବା ବେଳେ ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ସେ ତାଙ୍କର ସଫଳତା ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ ।

ଶଙ୍କର ମହାଦେବନଙ୍କୁ ମୁମ୍ୱାଇ ବିମାନବନ୍ଦରରେ ଯେତେବେଳେ ଏହି ବିଜୟ ବିଷୟରେ ପଚରାଗଲା, ସେ ଏହି ନିଜ ବ୍ୟାଣ୍ଡର ନାଁ ଶକ୍ତି ନେଇ କହିଛନ୍ତି ଯେ, ଏହା ପ୍ରକୃତରେ ମୋ ସ୍ୱପ୍ନ ସାକାର ହେଲା ଭଳି ଲାଗୁଛି । ଏହା ମୋ ପାଇଁ ଏବଂ ମୋ ବ୍ୟାଣ୍ଡର ସମସ୍ତ ସଦସ୍ୟ ଜାକିର ହୁସେନ୍, ସେଲଭା ଗଣେଶ, ଗଣେଶ ଗୋପାଳଙ୍କ ପାଇଁ ବିଶେଷ ମୁହୂର୍ତ୍ତ । ଆମେ ଶ୍ରେଷ୍ଠ ଗ୍ଲୋବାଲ୍ ଆଲବମ୍ ପୁରସ୍କାର ଜିତିଛୁ, ଯାହା ଆମ ପାଇଁ ଅତ୍ୟନ୍ତ ସମ୍ମାନଜନକ । ମୁଁ ପୂର୍ବରୁ ଏହି ବ୍ୟାଣ୍ଡ ବିଷୟରେ ଶୁଣିଥିଲି । ମୋର ବହୁତ ଇଚ୍ଛା ଥିଲା ଏଥିରେ ସାମିଲ ହେବା ପାଇଁ ଏବଂ ୨୦ ବର୍ଷ ପରେ ମୁଁ ଏହାର ସଦସ୍ୟ ହେଲି । ୨୫ ବର୍ଷ ଧରି ଆମେ ସମସ୍ତେ ଏକାଠି କାମ କଲୁ ଏବଂ ଶେଷରେ ଆମେ ଏକ ଗ୍ରାମୀ ଆୱାର୍ଡ ଜିତିବାରେ ସଫଳ ହେଲୁ ।

ଏହା ମଧ୍ୟ ପଢନ୍ତୁ: ଗ୍ରାମୀ ଆୱାର୍ଡରେ ବାଜି ମାରିଲା ଭାରତ, ଜାକିର-ମହାଦେବନଙ୍କ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ

ସେପଟେ ଜାକିର ହୁସେନଙ୍କ ପ୍ରଂଶସା କରି ମହାଦେବନ କହିଛନ୍ତି, ତାଙ୍କ ଭଳି କେହି ନୁହଁ । ସେ ମୋ ଗୁରୁ, ସାଙ୍ଗ ଏବଂ ସେ ମୋ ପାଇଁ ମାର୍ଗଦର୍ଶିକା ମଧ୍ୟ ଅଟନ୍ତି । ମୁଁ ତାଙ୍କ ଠାରୁ କେବଳ ସଙ୍ଗୀତ ନୁହଁ ବରଂ ବହୁତ କିଛି ଶିଖିଛି । ଶେଷରେ ମହାଦେବନ ନିଜ ପତ୍ନୀ ଏବଂ ଦେଶବାସୀଙ୍କୁ ଏହି ପୁରସ୍କାର ଉତ୍ସର୍ଗୀକୃତ କରିଥିଲେ । କହିରଖୁଛୁ କି, ଜାକିର ୩ଟି ଗ୍ରାମୀ ପୁରସ୍କାର ହାସଲ କରିଛନ୍ତି । ଜାକିର ପାସ୍ତୋ ସମେତ 'ଏଜ ୱି ସ୍ପିକ' ଏବଂ 'ମୋସନ' ଗୀତ ପାଇଁ ପୁରସ୍କାର ହାସଲ କରିଛନ୍ତି । ରାକେଶ ଚୌରାସିଆ 'ପାସ୍ତୋ' ଏବଂ 'ମୋସନ' ଗୀତ ପାଇଁ ପୁରସ୍କାର ଜିତିଥିବା ବେଳେ ‘ଦିସ ମୁମେଣ୍ଟ’ ପାଇଁ ଶ୍ରେଷ୍ଠ ଶଙ୍କର ମହାଦେବନ, ଜନ୍ ମ୍ୟାକଲାଉଲିନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ ପୁରସ୍କାର ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.