ETV Bharat / entertainment

ରଣବୀର-ବିକିଙ୍କ ପରେ ଏବେ ସାହିଦଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ, ନୂଆ ଫିଲ୍ମ ଘୋଷଣା - shahid kapoor triptii dimri film

author img

By ETV Bharat Entertainment Team

Published : Sep 13, 2024, 1:37 PM IST

Shahid Kapoor and Triptii Dimri Film: ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ପରଦାରେ ଧମାକା କରିବା ପରେ ଏବେ ସାହିଦ କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ତ୍ରିପ୍ତୀ ଡିମ୍ରି । ଆଜି ଉଭୟଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି । ତେବେ କିଏ ଏହି ଫିଲ୍ମ ପ୍ରସ୍ତୁତ କରୁଛି ଏବେ କେବେ ସୁଟିଂ ଆରମ୍ଭ ? ଜାଣନ୍ତୁ,

ରଣବୀର-ବିକିଙ୍କ ପରେ ଏବେ ସାହିଦଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ, ନୂଆ ଫିଲ୍ମ ଘୋଷଣା
ରଣବୀର-ବିକିଙ୍କ ପରେ ଏବେ ସାହିଦଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ, ନୂଆ ଫିଲ୍ମ ଘୋଷଣା (IMAGE- IANS)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରିଙ୍କୁ ମିଳିଲା ଆଉ ଏକ ଫିଲ୍ମ । 'ଆନିମଲ'ରେ ଦମଦାର ଅଭିନୟ ପରେ ବର୍ତ୍ତମାନ ତ୍ରିପ୍ତୀ ଡିମ୍ରିଙ୍କୁ ଗୋଟିଏ ଗୋଟିଏ ଫିଲ୍ମ ଅଫର୍ ହେଉଛି । ଏହି ଫିଲ୍ମରେ ସେ ରଣଭୀର କପୁରଙ୍କ ସହ ନଜର ଆସିଥିବା ବେଳେ ଇଣ୍ଟିମେଟ ସିନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ବିକି କୌଶଲଙ୍କ ସହ 'ବ୍ୟାଡ ନ୍ୟୁଜ'ରେ ନଜର ଆସିଥିଲେ । ଏହି ଫିଲ୍ମ ସହ ମଧ୍ୟ ସେ ଧମାକା କରିଥିଲେ । ବର୍ତ୍ତମାନ ରଣବୀର ଏବଂ ବିକିଙ୍କ ପରେ ଅଭିନେତ୍ରୀ ଅଭିନେତା ସାହିଦ କପୁରଙ୍କ ଅନସ୍କ୍ରିନ ରୋମାନ୍ସ କରିବାକୁ ଯାଉଛନ୍ତି । ଆଜି (ଶୁକ୍ରବାର) ତାଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି ।

'ସିକନ୍ଦର' ନିର୍ମାତା କରିବେ ତ୍ରିପ୍ତୀଙ୍କ ନୂଆ ଫିଲ୍ମ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର'ର ନିର୍ମାତା ନାଦିଆଡୱାଲା ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ନୂଆ ଫିଲ୍ମ ଘୋଷଣା କରିଛନ୍ତି। ଏହି ଫିଲ୍ମ ପାଇଁ ନାଦିଆଡୱାଲା ସାହିଦ କପୁର ଏବଂ ତ୍ରିପ୍ତୀ ଡିମ୍ରିଙ୍କ ନୂଆ ଯୋଡି ସହ ହାତ ମିଳାଇଛନ୍ତି । ଫିଲ୍ମର ଟାଇଟଲ ଘୋଷଣା ହୋଇନଥିବା ବେଳେ ଏହି ଚଳଚ୍ଚିତ୍ରଟି ଏକ ଆକ୍ସନ୍ ମନୋରଞ୍ଜନରେ ଭରପୁର ରହିବ ବୋଲି ଜଣାପଡିଛି । ବିଶାଲ ଭରଦ୍ୱାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଖୁବ ଶୀଘ୍ର ସୁଟିଂ ଆରମ୍ଭ ହେବ

କହିରଖୁଛୁ କି, ବିଶାଲ ଭରଦ୍ୱାଜ ସାହିଦ କପୁରଙ୍କ ସହ ରେଙ୍ଗୁନ (2017) ଚଳଚ୍ଚିତ୍ର ମଧ୍ୟ କରିଥିଲେ, ଯାହା ଏକ ବଡ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା। ପରେ ବିଶାଲ ଏବଂ ସାହିଦଙ୍କ ଫିଲ୍ମ 'କମିନେ' (2009) ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା ।ବର୍ତ୍ତମାନ ସାତ ବର୍ଷ ପରେ ବିଶାଲ ଏବଂ ସାହିଦ କପୁର ଏକ ଫିଲ୍ମ ପାଇଁ ଏକାଠି ହୋଇଛନ୍ତି। ଏହାର ଅର୍ଥ ବିଶାଲ ଏବଂ ସହିଦଙ୍କ ଯୋଡିଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ସେପଟେ ପ୍ରଥମ ଥର ସାହିଦ ଏବଂ ତ୍ରିପ୍ତୀ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'ର ଟ୍ରେଲର ଆଉଟ୍, ରୋମାନ୍ସ ସହ କମେଡି ତଡକା ଲଗାଇଲେ ରାଜକୁମାର-ତ୍ରିପ୍ତୀ

ସେପଟେ ତ୍ରିପ୍ତୀ ଏବଂ ସାହିଦଙ୍କ ଅନୟ ଫିଲ୍ମ ବିଷୟରେ କହିବାକୁ ଗଲେ, ସାହିଦ କପୁର ଆଜିକାଲି ତାଙ୍କ ଆକ୍ସନ୍ ଫିଲ୍ମ ‘ଦେବ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପୂର୍ବରୁ ସାହିଦ କପୁରଙ୍କୁ କ୍ରିତି ସାନନଙ୍କ ସହ ରୋମ-କମ ଫିଲ୍ମ 'ତେରୀ ବାତୋଁ ମେ ଏସା ଉଲଝା ଜିଆ'ରେ ଦେଖିବାକୁ ମିଳିଥିଲା, ଯାହା ଏକ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ସେପଟେ ତ୍ରିପ୍ତୀଙ୍କୁ 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ରେ ରାଜକୁମାର ରାଓଙ୍କ ସହ ଦେଖିବାକୁ ମିଳିବ । ଏହି ଫିଲ୍ମ ଅକ୍ଟୋବର 11, 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.