ETV Bharat / entertainment

ଓଟିଟିରେ ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି' - Dunki

Dunki Releases On OTT: ବଡ ପରଦା ପରେ ଏବେ ଓଟିଟିରେ ଧମାକା କରିବ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' । ଆଜି ଓଟିଟିରେ ଫିଲ୍ମ ରିଲିଜ ହୋଇଥିବା ବେଳେ କେଉଁ ପ୍ଲାଟଫର୍ମରେ ଏହାକୁ ଦେଖିପାରିବେ? ଜାଣନ୍ତୁ

ଓଟିଟିରେ ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି'

author img

By ETV Bharat Odisha Team

Published : Feb 15, 2024, 1:00 PM IST

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଡ ପରଦା ପରେ ଏବେ ଓଟିଟିରେ ରିଲିଜ ହେଲା ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' । ଗତକାଲି (ବୁଧବାର) ଶାହାରୁଖ ଏନେଇ ସୂଚନା ଦେଇଥିବା ବେଳେ ଆଜି ଓଟିଟିରେ ମୁକ୍ତିଲାଭ କରିଛି ଫିଲ୍ମ । 'ଡଙ୍କି' ବର୍ତ୍ତମାନ ନେଟଫ୍ଲିକ୍ସରେ ରିଲିଜ ହୋଇଛି ।

ଆଜି ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏହାର ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ଲେଖାହୋଇଛି, ମନ ପାଇଁ ଭିସା ଲାଗୁନି । ଆସୁଛୁ ଆପଣଙ୍କ ଘରକୁ । ଡଙ୍କି ନେଟଫ୍ଲିକ୍ସରେ ରିଲିଜ ହୋଇଛି । କହିରଖୁଛୁ କି, 'ଡଙ୍କି' ପରଦାରେ ଭଲ ପ୍ରଦର୍ଶନ କରିଥିଲା । ଏଥିସହ ବମ୍ପର କଲେକ୍ସନ ମଧ୍ୟ କରିଥିଲା । ବର୍ତ୍ତମାନ ଫିଲ୍ମଟି ଓଟିଟିରେ ରିଲିଜ ହୋଇଥିବା ବେଳେ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।

ଶାହାରୁଖଙ୍କ ଫିଲ୍ମ 'ଡଙ୍କି' ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୨୯.୨ କୋଟି ଟଙ୍କା କଲେକ୍ସନ ସହ ଓପନିଂ କରିଥିଲା । ଦୀର୍ଘ ଦିନ ଧରି ଏହା ଥିଏଟରେ ଚାଲୁ ରହିଥିବାବେଳେ ଘରୋଇ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି ମୋଟ ୨୧୨.୪୨ କୋଟି ଟଙ୍କା ଆୟ କରିଛି । ସେପଟେ ବିଶ୍ୱ ବକ୍ସ ଅଫିସରେ ଫିଲ୍ମର ଆୟ ୪୨୩ କୋଟି ସହ ସଫଳତା ହାସଲ କରିଛି ।

'ଡଙ୍କି' ଫିଲ୍ମଟି ଶାହାରୁଖ ଖାନଙ୍କ ୨୦୨୩ ବର୍ଷର ୩ୟ ତଥା ଶେଷ ଫିଲ୍ମ ଅଟେ । ଏହି ବର୍ଷ କିଙ୍ଗ ଖାନ ପ୍ରାୟ ୪ ବର୍ଷର ବ୍ରେକ ପରେ ଫିଲ୍ମ 'ପଠାନ' ସହ ପରଦାକୁ ଫେରିଥିଲେ । ପରେ ସେ ଫିଲ୍ମ 'ଜବାନ'ରେ ନଜର ଆସିଥିଲେ । ଏହି ଦୁଇଟିଯାକ ଫିଲ୍ମ ବକ୍ସ ଅଫିସରେ ଧମାକା କରିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହା ପରେ ସେ ଫିଲ୍ମ ଡଙ୍କି ସହ ବର୍ଷ ଶେଷ କରିଥିଲେ । ଏହି ଫିଲ୍ମକୁ ମଧ୍ୟ ଲୋକେ ବେଶ ପସନ୍ଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ଡଙ୍କି' ପରେ ଆଗାମୀ ଫିଲ୍ମ କ'ଣ ? ଏମିିତି କହିଲେ ଶାହରୁଖ...

'ଡଙ୍କି' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ବନ୍ଧୁଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ନିର୍ଦ୍ଦେଶକ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେବା ସହ ଏହି ଫିଲ୍ମକୁ ଲେଖିଛନ୍ତି । ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.