ETV Bharat / entertainment

ମହିଳା ପ୍ରିମିୟର ଲିଗ୍‌ ୨୦୨୪: ଓପନିଂ ସେରିମନିରେ ପରଫର୍ମ କରିବେ ଶାହାରୁଖ - WPL 2024

Shah Rukh Khan to perform at WPL: ଫେବୃଆରୀ 23ରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ 2024 । ଓପନିଂ ସମାରୋହରେ ପରଫର୍ମ କରିବେ ସୁପରଷ୍ଟାର ଶାହାରୁଖଙ୍କ ସହିତ କାର୍ତ୍ତିକ ଆର୍ଯ୍ୟନ, ସିଦ୍ଧାର୍ଥ ମଲହୋତ୍ରା ଓ ଅନ୍ୟାନ୍ୟ ଲୋକପ୍ରିୟ ଅଭିନେତା । ଅଧିକ ପଢନ୍ତୁ,

Shah Rukh Khan perform at WPL
ମହିଳା ପ୍ରିମିୟର ଲିଗ୍‌ ୨୦୨୪
author img

By ETV Bharat Odisha Team

Published : Feb 22, 2024, 12:48 PM IST

ମୁମ୍ବାଇ: ଫିଲ୍ମ 'ଜିରୋ' ଫ୍ଲପ ହେବା ପରେ ବଲିଉଡ ବାଦଶାହା ଶାହାରୁଖ ଖାନ ଫିଲ୍ମି ଦୁନିଆରୁ ଦୂରେଇ ରହିଥିଲେ । ଏହାପରେ ଦୀର୍ଘ ୪ ବର୍ଷର ବ୍ରେକ ପରେ ସେ ୨୦୨୩ରେ ଦମଦାର କମବ୍ୟାକ କରିଥିଲେ । ଏହି ବର୍ଷ ଶାହାରୁଖଙ୍କ ଅଭିନୀତ ୩ଟି ଫିଲ୍ମ 'ପଠାନ, ଜବାନ ଏବଂ ଡଙ୍କି' ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ ସହ ବ୍ଲକବ୍ଲଷ୍ଟର ହୋଇଥିଲା । ବର୍ତ୍ତମାନ ଲାଇଭ୍ ପରଫରମାନ୍ସ ସହିତ ଫ୍ୟାନଙ୍କ ହୃଦୟ ଜିତିବେ କିଙ୍ଗଖାନ । ସେ ଆରମ୍ଭ ହେବାକୁ ଯାଉଥିବା ମହିଳା ପ୍ରିମିୟର ଲିଗ(WPL) ଦ୍ବିତୀୟ ସିଜନର ଓପନିଂ ସେରିମନିରେ ପରଫର୍ମ କରିବେ । ସେହିପରି ଏହି କାର୍ଯ୍ୟକ୍ରମରେ ଶାହାରୁଖଙ୍କ ସମେତ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ପରଫର୍ମ କରିବାର ନଜର ଆସିବେ ।

ଏହାକୁ ନେଇ WPLର ସୋସିଆଲ ମିଡିଆ ଟିମ୍ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । WPL ର ଉଦଘାଟନୀ ସମାରୋହରେ କିଙ୍ଗ ଖାନଙ୍କୁ ଷ୍ଟାର ଅଭିନେତା ଭାବରେ ଚୟନ କରାଯାଇଛି ବୋଲି ଟିମ୍ ସୂଚନା ଦେଇଛି । ତେବେ ଏହି ପୋଷ୍ଟକୁ ସେୟାର କରି ଟିମ୍ ଲେଖିଛି ଯେ, 'ବନ୍ଧୁଗଣ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଶାହାରୁଖ ଖାନଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି, ଯିଏକି 23 ଫେବୃଆରୀରେ କ୍ରିକେଟର କ୍ବିନଡମ୍ ପାଳନ କରିବେ ! ଆପଣ ଟାଟା WPL 2024 ର ଉଦଘାଟନୀ ସମାରୋହକୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରୁ ଘରେ ବସି ଷ୍ଟାର ସ୍ପୋର୍ଟସ 18ରୁ ଲାଇଭ ଦେଖିପାରିବେ । ସେହିପରି ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ସିଦ୍ଧାର୍ଥ ମଲହୋତ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ମହିଳା ପ୍ରିମିୟର ଲିଗରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଫେବୃଆରୀ 23ରୁ ମହିଳା ପ୍ରିମିୟର ଲିଗ୍‌; ବେଙ୍ଗାଲୁରୁ ଓ ଦିଲ୍ଲୀରେ ହେବ ଫାଇଟ୍‌

ସୂଚନା ଥାଉକି, ଫେବୃଆରୀ 23ରୁ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଏଥର ସିଜିନ୍‌ରେ କେବଳ ସିଙ୍ଗିଲ୍‌ ହେଡର ରହିବ । ଅର୍ଥାତ, ଦିନକୁ ଗୋଟିଏ ମ୍ୟାଚ୍‌ ହିଁ ଖେଳାଯିବ । ପ୍ରତି ମ୍ୟାଚ୍‌ ସନ୍ଧ୍ୟା 7.30ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ 11ଟି ମ୍ୟାଚ୍‌ ବେଙ୍ଗାଲୁରୁରେ ଖେଳାଯିବା ନେଇ ମହିଳା ପ୍ରିମିୟର ଲିଗ୍‌ର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଘୋଷଣା କରାଯାଇଥିବା ବେଳେ ଅବଶିଷ୍ଟ 9ଟି ମ୍ୟାଚ୍‌ ଏବଂ ଦୁଇଟି ପ୍ଲେ ଅଫ୍‌ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ । ଲିଗ୍‌ ପର୍ଯ୍ୟାୟ ଶେଷ ହେବା ସୁଦ୍ଧା ପଏଣ୍ଟସ୍‌ ଟେବୁଲର ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲ୍‌କୁ ପ୍ରବେଶ କରିବ । ଏହାପରେ ଦ୍ବିତୀୟ ଫାଇନାଲିଷ୍ଟ ପାଇଁ ପଏଣ୍ଟସ୍‌ ଟେବୁଲର 2ୟ ଓ 3ୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ ।

ଏଥର ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ସଂସ୍କରଣ ଖେଳାଯିବ । ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଥମ ସଂସ୍କରଣର ରନର୍ସ ଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫେବୃଆରୀ 23ରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ । ଏହାପରେ 24 ଫେବୃଆରୀରେ ପ୍ରଥମ ଥର ପାଇଁ ହୋମ୍‌ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୟୁପି ୱାରିଅର୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ଆର୍‌ସିବି । ଏହାପରେ ପୁଣିଥରେ ଡେଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ମୈଦାନକୁ ଓହ୍ଲାଇବ । ଏଥର ମୁମ୍ବାଇ ବିପକ୍ଷରେ ଡବ୍ଲୁପିଏଲ୍‌ ଅଭିଯାନ ଆରମ୍ଭ କରିବ ଗୁଜରାଟ ଜାଏଣ୍ଟସ୍‌ । ତେବେ 5ରୁ 13 ମାର୍ଚ୍ଚ ପର୍ଯ୍ୟନ୍ତ ଅବଶିଷ୍ଟ ଲିଗ୍‌ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.