ETV Bharat / entertainment

ବିପଦରେ ସଲମାନ ଖାନଙ୍କ ଜୀବନ, ପୁଣି ମିଳିଲା ହତ୍ୟା ଧମକ - SALMAN KHAN DEATH THREAT

ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗରୁ ପୁଣି ମିଳିଲା ଧମକ । ଅଧିକ ପଢନ୍ତୁ,

SALMAN KHAN DEATH THREAT
SALMAN KHAN DEATH THREAT (ETV Bharat Odisha)
author img

By ETV Bharat Entertainment Team

Published : Nov 8, 2024, 9:41 AM IST

ହାଇଦ୍ରାବାଦ: ବିପଦରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଜୀବନ । ବାବା ସିଦ୍ଦିକିଙ୍କ ହତ୍ୟା ପରେ ଅଭିନେତାଙ୍କୁ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ଅନେକ ଥର ହତ୍ୟା ଧମକ ମିଳୁଛି । ଯାହା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲେ ହେଁ ବର୍ତ୍ତମାନ ଆଜି ପୁଣି ଥରେ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ସଲମାନଙ୍କୁ ହତ୍ୟା ଧମକ ମିଳିଛି । ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ସଲମାନଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । ଗୁରୁବାର ରାତି ପ୍ରାୟ 12:00 ସମୟରେ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା । ଏଥିରେ ଲେଖାଯାଇଛି ଯେ ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୌଇ ଉପରେ ଏକ ଗୀତ ଲେଖାଯାଇଛି । ତାକୁ ଛଡ଼ା ଯିବ ନାହିଁ । ତେବେ ସଲମାନ ଖାନଙ୍କୁ ପଠାଯାଇଥିବା ଧମକପୂର୍ଣ୍ଣ ମେସେଜରେ କ'ଣ ଲେଖା ହୋଇଛି, ଜାଣନ୍ତୁ...

ଧମକପୂର୍ଣ୍ଣ ମେସେଜରେ ଏହା ଲେଖାହୋଇଛି....

ଧମକପୂର୍ଣ୍ଣ ମେସେଜରେ ଲେଖାହୋଇଛି, ''ଏକ ମାସ ମଧ୍ୟରେ ଗୀତ ଲେଖକଙ୍କୁ ହତ୍ୟା କରାଯିବ, ଗୀତ ଲେଖକଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାମରେ ଗୀତ ଲେଖିପାରିବେ ନାହିଁ। ଯଦି ସଲମାନ ଖାନଙ୍କର ସାହସ ଅଛି ତେବେ ସେ ତାଙ୍କୁ ବଞ୍ଚାଇ ଦେଖାନ୍ତୁ ।'' ଏହି ଧମକପୂର୍ଣ୍ଣ ମେସେଜ ନେଇ ମୁମ୍ବାଇ ପୋଲିସ ବର୍ତ୍ତମାନ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ସଲମାନ ଖାନଙ୍କ ଦ୍ୱାରା ମିଳିଥିବା ନୂତନ ଧମକକୁ ନେଇ ମୁମ୍ବାଇର ୱର୍ଲି ପୋଲିସରେ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: '5 କୋଟି ଦିଅ କିମ୍ୱା ମନ୍ଦିରରେ କ୍ଷମା ମାଗ ନହେଲେ...' ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ

ସଲମାନ ଖାନ କେଉଁଠାରେ ଅଛନ୍ତି ?

କହିରଖୁଛୁ କି, ଆଜିକାଲି ସଲମାନ ଖାନ ତାଙ୍କର ଦୁଇଟି ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ପ୍ରଥମ,'ବିଗ୍ ବସ୍ 18' ଏବଂ ଦ୍ୱିତୀୟ, ସଲମାନ ଖାନ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର' ସୁଟିଂରେ ବ୍ୟସ୍ତ ଅଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ସଲମାନ ଖାନ ହାଇଦ୍ରାବାଦରେ ଅଛନ୍ତି ଏବଂ ଫିଲ୍ମର ସୁଟିଂ କରୁଛନ୍ତି । ନିକଟରେ ସଲମାନ ଖାନ ବିଗ୍ ବସ୍ 'ୱିକେଣ୍ଡ୍ କା ୱାର୍'ର ସୁଟିଂ ମଧ୍ୟ କରିଥିଲେ। ବର୍ତ୍ତମାନ ରୋହିତ ଶେଟ୍ଟୀ ଏବଂ ଏକତା କପୁର ସଲମାନ ଖାନଙ୍କ ସ୍ଥାନରେ ଏହି ଶୋ' ଆୟୋଜନ କରିବେ । ଶୋ’ର ପ୍ରମୋ ମଧ୍ୟ ରିଲିଜ୍ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 'ସୁରକ୍ଷିତ ରହିବାକୁ ଚାହୁଁଥିଲେ ଦିଅ 2 କୋଟି ନହେଲେ...' ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ପୂର୍ବରୁ ମଧ୍ୟ ତିନି ଥର ମିଳିସାରିଛି ହତ୍ୟା ଧମକ

ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ସଲମାନ ଖାନ କ୍ରମାଗତ ଭାବରେ ଏଭଳି ଧମକ ପାଉଛନ୍ତି । ଏହାପୂର୍ବରୁ ଝାଡଖଣ୍ଡର ଜଣେ ବ୍ୟକ୍ତି ହ୍ୱାର୍ଟସପ୍ ମେସେଜ୍ ପଠାଇ 5 କୋଟି ଟଙ୍କା ମାଗିଥିଲେ । ପରେ ବ୍ୟକ୍ତି ଜଣକ କହିଥିଲେ ଯେ ମୁଁ ଏକ ଭୁଲ କରିଛି । ଏହା ପରେ ସଲମାନଙ୍କୁ ପୁଣି ଲରେନ୍ସ ବିଷ୍ଣୌଇ ନାଁରେ ଧମକ ମିଳିଥିଲା । ସଲମାନ ଖାନ ସୁରକ୍ଷିତ ରହିବାକୁ ଚାହୁଁଥିଲେ 2 କୋଟି ଟଙ୍କା ଦିଅ । ପୁଣି ନଭେମ୍ୱର 5 ତାରିଖରେ ଆଉଥରେ ଲରେନ୍ସ ବିଷ୍ଣୌଇ ନାଁରେ ଏକ ଧମକ ମିଳିଥିଲା । ତେବେ କ୍ରମାଗତ ଭାବେ ସଲମାନଙ୍କୁ ହତ୍ୟା ଧମକ ମିଳୁଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.