ETV Bharat / entertainment

ଆସିଲା 'ଅପରେସନ ଭାଲେଣ୍ଟାଇନ' ଟ୍ରେଲର, ପୁଲୱାମା ଆକ୍ରମଣର କାହାଣୀ କହିବ ଫିଲ୍ମ - Varun Tej

Operation Valentine Trailer: ବରୁଣ ତେଜ ଏବଂ ମାନୁଷୀ ଚିଲର ଷ୍ଟାରର ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍'ର ଟ୍ରେଲର ରିଲିଜ ହୋଇଛି । ସଲମାନ ଖାନ ଏବଂ ରାମ ଚରଣ ଆଜି ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି । ନଜର ପକାନ୍ତୁ ଫିଲ୍ମର ଟ୍ରେଲର ଉପରେ

ଆସିଲା 'ଅପରେସନ ଭାଲେଣ୍ଟାଇନ' ଟ୍ରେଲର, ପୁଲୱାମା ଆକ୍ରମଣର କାହାଣୀ କହିବ ଫିଲ୍ମ

author img

By ETV Bharat Odisha Team

Published : Feb 20, 2024, 2:07 PM IST

ହାଇଦ୍ରାବାଦ: ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ବରୁଣ ତେଜ ଏବଂ ମାନୁଷୀ ଚିଲରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍' ଟ୍ରେଲର । ସଲମାନ ଖାନ ଏବଂ ରାମ ଚରଣ ଆଜି ଏହି ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି । ଟ୍ରେଲରଟି ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଛି । ଏଥିରେ ପୁଲୱାମା ଆକ୍ରମଣର ଝଲକ ଦେଖିବାକୁ ମିଳିଥିବା ବେଳେ ଟ୍ରେଲର ଦେଖି ଲୋକେ ଫିଲ୍ମ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

  • " class="align-text-top noRightClick twitterSection" data="">

ସଲମାନ ଖାନ ନିଜ ଏକ୍ସ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ 'ଅପରେସନ୍ ଭାଲେଣ୍ଟାଇନ' ହିନ୍ଦୀ ସଂସ୍କରଣର ଟ୍ରେଲର ଲିଙ୍କ୍ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ''ଯାହା ହେବ ତାହା ଦେଖାଯିବ । 'ଅପରେସନ୍ ଭାଲେଣ୍ଟାଇନ' ଟ୍ରେଲର ଲଞ୍ଚ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ମୋ ତରଫରୁ ମାର୍ଚ୍ଚ ୧ ପାଇଁ ବରୁଣ ତେଜ ଏବଂ ସମଗ୍ର ଟିମକୁ ଶୁଭେଚ୍ଛା ।'' ସେପଟେ ରାମ ଚରଣ ମଧ୍ୟ ଫିଲ୍ମର ତେଲୁଗୁ ସଂସ୍କରଣର ଲିଙ୍କକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ବରୁଣ ଓ ଟିମକୁ ଶୁଭକାମନା ଜଣାଇଛନ୍ତି ।

କହିରଖୁଛୁ କି, ଚଳଚ୍ଚିତ୍ର 'ଅପରେସନ ଭାଲେଣ୍ଟାଇନ' ୨୦୧୯ରେ ଘଟିଥିବା ପୁଲୱାମା ଆକ୍ରମଣ ଘଟଣା ଉପରେ ଆଧାରିତ । ୨ ମିନିଟ ୪୬ ସେକେଣ୍ଡର ଟ୍ରେଲରରେ, ବରୁଣ ତେଜ ଏବଂ ମାନୁଷୀ ଚିଲର ଦମଦାର ଭୂମିକାର ଝଲକ ଦେଖିବାକୁ ମିଳିଛି । ଏଥିରେ ବରୁଣ ତେଜ ଭାରତୀୟ ବାୟୁସେନା (IAF) ଅଧିକାରୀ ଅର୍ଜୁନ ଦେବ ଭୂମିକାରେ ଅଭିନୟ କରିଥିବା ବେଳେ ଏକ ପୁରୁଣା ଘଟଣାର ଦୁଃସ୍ୱପ୍ନ ଦେଖି ଚିନ୍ତିତ ହୋଇଥିବା ଟ୍ରେଲରରେ ଦେଖିବାକୁ ମିଳୁଛି । ତଥାପି ଅର୍ଜୁନ ନିର୍ଭୟରେ ଏବଂ ନିଜର ଦୁଃସାହସିକ କାର୍ଯ୍ୟ ଏବଂ ମିଶନ ପ୍ରତି ଉତ୍ସାହୀ ରୁହନ୍ତି । ଦେଶପ୍ରେମରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରର କାହାଣୀ ଦୁଇଟି ଭାଷାରେ ରିଲିଜ ହେବ । ଚଳିତ ବର୍ଷ ମାର୍ଚ୍ଚ ୧ରେ ରିଲିଜ ହେବ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ଆକ୍ସନ୍ ଥ୍ରୀଲର ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍'ର ନୂଆ ରିଲିଜ ଡେଟ ଘୋଷଣା

'ଅପରେସନ ଭାଲେଣ୍ଟାଇନ' ସୋନି ପିକ୍ଚର୍ସ ଇଣ୍ଟରନ୍ୟାସନାଲ୍ ପ୍ରଡକ୍ସନ୍ସ, ସନ୍ଦୀପ ମୁଡ୍ଡାଙ୍କ ରିନାଇସେନ୍ସ ପିକ୍ଚର୍ସ ଏବଂ ଗଡୱେଲ୍ସ ଏଣ୍ଟରଟେନମେଣ୍ଟ (ବକିଲ୍ ଖାନ୍) ଏବଂ ନନ୍ଦକୁମାର ଅବ୍ବେନେନିଙ୍କ ଦ୍ୱାରା ପ୍ରଯୋଜିତ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶକ୍ତି ପ୍ରତାପ ହାଡା । ସେ 'ଅପରେସନ୍ ଭାଲେଣ୍ଟାଇନ୍' ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିସହ ବରୁଣଙ୍କ ସହ ମାନୁଷୀଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.