ETV Bharat / entertainment

ଆମେରିକାରେ କନସର୍ଟକୁ ଫେକ୍ କହିଲେ ସଲମାନ, ଅଫିସିଆଲ ନୋଟିସ୍ ଜାରି କରି ଠକଙ୍କୁ ଦେଲେ ଚେତାବନୀ - Salman Khan on False Concert News

author img

By ETV Bharat Entertainment Team

Published : Sep 17, 2024, 10:54 AM IST

Salman Khan Official Notice: ଆମେରିକାରେ ସଲମାନ ଖାନ ଏକ କନସର୍ଟ କରିବାକୁ ଯାଉଛନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ବର୍ତ୍ତମାନ ଅଭିନେତା ମୁହଁ ଖୋଲିଛନ୍ତି । ସେ ଏହି କନସର୍ଟ ଫେକ୍ କହିବା ସହ ଫ୍ୟାନ୍ସଙ୍କୁ ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଠକାମି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଆମେରିକାରେ କନସର୍ଟକୁ ଫେକ୍ କହିଲେ ସଲମାନ, ନୋଟିସ୍ ଜାରି କରି ଠକଙ୍କୁ ଦେଲେ ଚେତାବନୀ
ଆମେରିକାରେ କନସର୍ଟକୁ ଫେକ୍ କହିଲେ ସଲମାନ, ନୋଟିସ୍ ଜାରି କରି ଠକଙ୍କୁ ଦେଲେ ଚେତାବନୀ (ETV Bharat/Instagram)

ହାଇଦ୍ରାବାଦ: ଚଳଚ୍ଚିତ୍ର ତାରକାଙ୍କ ନାମ ବ୍ୟବହାର କରି ଏକ ଠକେଇ ବ୍ୟବସାୟ ଚଳାଇବା ବଡ଼ କଥା ନୁହେଁ । ଫ୍ୟାନ୍ସଙ୍କୁ ଠକି କିମ୍ବା ସେମାନଙ୍କ ପ୍ରିୟ ତାରକାଙ୍କ ନାମରେ ଟଙ୍କା ନେବା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ। ନିକଟରେ ଖବର ଆସିଥିଲା ​​ଯେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାଁ ନେଇ କେହି ଜଣେ ତାଙ୍କ ଫ୍ୟାନ୍ସଙ୍କୁ ଠକିଛନ୍ତି । ସେହିପରି ବର୍ତ୍ତମାନ ସଲମାନ ଖାନଙ୍କ ନାଁ ନେଇ ମଧ୍ୟ ଠକେଇ କରିବାକୁ ଚେଷ୍ଟା କରାଯାଇଛି । ଯାହା ଜାଣିବା ପରେ ସଲମାନ ଖାନ ଏବଂ ତାଙ୍କ ଟିମ ଏକ ଅଫିସିଆଲ ନୋଟିସ ଜାରି କରି ଫ୍ୟାନ୍ସଙ୍କୁ ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଠକାମି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଆମେରିକାରେ କନସର୍ଟ ଫେକ୍

ସୂଚନା ଅନୁସାରେ, ଆମେରିକାରେ ସଲମାନ ଖାନ କନସର୍ଟ କରୁଥିବା ଖବର ସାମ୍ନକୁ ଆସିଥିଲା । ଯାହାକୁ ନେଇ ଏବେ ସଲମାନ ଖାନ ଓ ତାଙ୍କ ଟିମ ସ୍ପଷ୍ଟୀକରଣ ଦେଇଛନ୍ତି। ସୋମବାର, ସେପ୍ଟେମ୍ବର 16 ରେ, ସଲମାନ ଖାନ ଇନଷ୍ଟାଗ୍ରାମରେ ଆମେରିକାର ଯାତ୍ରା ସମ୍ବନ୍ଧରେ ଅଫିସିଆଲ ନୋଟିସ ଜାରି କରିଛନ୍ତି । ସେ ଏହି ପୋଷ୍ଟରେ ଆମେରିକି କନସର୍ଟକୁ ମିଥ୍ଯା କହିବା ସହ ଫ୍ୟାନ୍ସଙ୍କୁ ଏପରି ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ସଲମାନ ଖାନଙ୍କ ଅଫିସିଆଲ ନୋଟିସ୍

ଏହି ପୋଷ୍ଟରେ ଲେଖାଅଛି, 'ଶ୍ରୀ ଖାନଙ୍କ ପ୍ରଦର୍ଶନକୁ ନେଇ ସମସ୍ତ ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଦୟାକରି କୌଣସି ଏକ କନସର୍ଟକୁ ପ୍ରୋତ୍ସାହିତ କରୁଥିବା କୌଣସି ଇମେଲ, ବାର୍ତ୍ତା କିମ୍ବା ବିଜ୍ଞାପନରେ ବିଶ୍ୱାସ କରନ୍ତୁ ନାହିଁ ଯେ ଯଦି କେହି ସଲମାନ ଖାନଙ୍କ ନାମକୁ ଜାଲିଆତି କରିଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଲମାନ ଖାନ କିମ୍ବା ତାଙ୍କର କୌଣସି କମ୍ପାନୀ କିମ୍ବା ଟିମ 2024 ରେ ଆମେରିକାରେ କୌଣସି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରୁନାହାଁନ୍ତି ।''

ଏହା ମଧ୍ୟ ପଢନ୍ତୁ: ଫିଲ୍ମର କାଷ୍ଟିଂ ନେଇ ଅଫିସିଆଲ ନୋଟିସ ଜାରି କଲେ ସଲମାନ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ

ସଲମାନ ଖାନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଭିନେତା ବର୍ତ୍ତମାନ ଫିଲ୍ମ 'ସିକନ୍ଦର'ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଆର୍ ମୁରୁଗାଦୋସ । ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । ଏଥିସହ ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ରମଜାନରେ ଏହି ଫିଲ୍ମ ଘୋଷଣା କରିଥିବା ବେଳେ ଇଦରେ ଏହାର ଟାଇଟଲ ଘୋଷଣା କରିଥିଲେ । ଚଳଚ୍ଚିତ୍ର 'ସିକନ୍ଦର' ଆକ୍ସନ୍ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ ରହିବ । ଆସନ୍ତା ବର୍ଷ (୨୦୨୫) ଇଦରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ଇଦରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କଲେ ଭାଇଜାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.