ETV Bharat / entertainment

ହସ୍ପିଟାଲରୁ ଫେରିଲେ ସୈଫ ଅଲି ଖାନ, ସ୍ତ୍ରୀଙ୍କ ସହିତ ଆସିଲେ ନଜର

author img

By ETV Bharat Odisha Team

Published : Jan 23, 2024, 3:29 PM IST

Saif Ali Khan Discharged From Hospital: ସର୍ଜରୀ ପରେ ଘରକୁ ଫେରିଲେ ସୈଫ ଅଲି ଖାନ । ଅଧିକ ପଢନ୍ତୁ

Saif Ali Khan
Saif Ali Khan

ହାଇଦ୍ରାବାଦ: ବଲିଉଡ ନବାବ ସୈଫ ଅଲି ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲି ଖାନ । ଟ୍ରାଇସେଫ ସର୍ଜରୀ ପରେ ସେ ଆଜି ଘରକୁ ଫେରିଛନ୍ତି । ଆଜି(ମଙ୍ଗଳବାର) ଅପରାହ୍ନରେ ସୈଫ ସର୍ବସାଧାରଣକୁ ଆସିଥିବା ବେଳେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୈଫ ଅଲି ଖାନ ।

ସୂଚନା ଅନୁସାରେ, ଲାଟେଷ୍ଟ ଫିଲ୍ମର ସୁଟିଂ ସମୟରେ ସେଟରେ ଆହତ ହୋଇଥିଲେ ସୈଫ । ଏହି କାରଣରୁ ସୋମବାର ସକାଳେ ଅଭିନେତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରାଇସେଫ ସର୍ଜରୀ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ହସ୍ପିଟାଲରୁ ଫେରିବା ପରେ ସର୍ବ ସମ୍ମୁଖକୁ ସ୍ତ୍ରୀ କରିନାଙ୍କ ସହ ଆସିଛନ୍ତି ।

ସୈଫ ଅଲି ଖାନ କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନିଜ ସ୍ବାସ୍ଥ୍ୟବସ୍ଥା ନେଇ ଫ୍ୟାନ୍ସକୁ ଅପଡେଟ ଦେଇଛନ୍ତି । ସେ କହିଛନ୍ତି, "ସେଟରେ ଆଘାତ ଲାଗିଥିଲା । ଏହାପରେ ମୋତେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା। ଆମେ ଦୈନନ୍ଦିନ ଜୀବନରେ ଯାହା କରୁ ଏହା ତାର ଏକ ଝଲକ ଅଟେ । ମୁଁ ଏଭଳି ସର୍ଜିକାଲ ହାତରେ ରହି ବହୁତ ଖୁସି । ପ୍ରେମ ଏବଂ ଚିନ୍ତା କରିଥିବାରୁ ମୁଁ ସମସ୍ତ ଶୁଭେଚ୍ଛାକୁ ଧନ୍ୟବାଦ ଜଣାଉଛି । "ତେବେ ନିଜ ସ୍ତ୍ରୀ କରିନାଙ୍କ ସହିତ ସେ ନିଜ ଭାସଭବନକୁ ଫେରିଛନ୍ତି । ଗାଡ଼ିରୁ ଓହ୍ଲାଇବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । କରିନାଙ୍କ ସହିତ ମିଶି ଗଣମାଧ୍ୟମକୁ ଧନ୍ୟବାଦ ଦେଉଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲି ଖାନ

ସୈଫ ଅଲି ଖାନଙ୍କର ଓ୍ବାର୍କଫ୍ରଣ୍ଟ ବା ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଆଦିପୁରୁଷରେ ଦେଖିବାକୁ ମିଳିଥିଲା । ସେ ପ୍ରଭାସ, କ୍ରିତି ସାନନ ଏବଂ ସନ୍ନିସିଂଙ୍କ ସହିତ ନଜର ଆସିଥିଲେ। ଆଦିପୁରୁଷରେ ରାବଣ ଚରିତ୍ର ନିଭାଇଥିଲେ ସୈଫ । ଯଦି ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବା ତାହେଲେ ପରଦାକୁ ଆସିବ ଦେବରା । ଏଥିରେ ଜୁନିୟର ଏଣ୍ଟିଆର ଏବଂ ଜାହ୍ନିବୀ କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ଦୁଇଟି ପାର୍ଟରେ ପରଦାକୁ ଆସିବାର କାର୍ଯ୍ୟକ୍ରମ ରହିଛି କୋରାତାଲା ସିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.