ETV Bharat / entertainment

63 ବର୍ଷ ବୟସରେ ଆଖି ବୁଜିଲେ ଫ୍ୟାଶନ ଡିଜାଇନର ରୋହିତ ବଲ - ROHIT BAL PASSES AWAY

ମନୋରଞ୍ଜନ ଜଗତକୁ ଝଟକା । ଜଣାଶୁଣା ଫ୍ୟାଶନ ଡିଜାଇନର୍ ରୋହିତ ବଲଙ୍କ ଦେହାନ୍ତ ହୋଇଛି । 63 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Rohit Bal Death
Rohit Bal Death (Photo: PTI)
author img

By ETV Bharat Entertainment Team

Published : Nov 2, 2024, 11:43 AM IST

ହାଇଦ୍ରାବାଦ: ଫ୍ୟାଶନ ଡିଜାଇନ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ । ବର୍ତ୍ତମାନ ଏହି ସମୟରେ ଏହି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଲଙ୍କ ଦେହାନ୍ତ ହୋଇଛି । ରିପୋର୍ଟ ଅନୁସାରେ, ସେ ଦୀର୍ଘ ଦିନ ଧରି ହୃଦଘାତରେ ପୀଡିତ ଥିଲେ । ନିକଟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୁକ୍ରବାର ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ପ୍ରିୟଙ୍କା ଚୋପ୍ରା ଠାରୁ ଆରମ୍ଭ କରି ସୋନମ କପୁର, ଅନନ୍ୟା ପାଣ୍ଡେ ଯାଏଁ ସେଲିବ୍ରିଟି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ରୋହିତ ବଲଙ୍କ ଦେହାନ୍ତରେ ଶୋକବ୍ୟକ୍ତ କଲେ ସେଲିବ୍ରିଟି
ରୋହିତ ବଲଙ୍କ ଦେହାନ୍ତରେ ଶୋକବ୍ୟକ୍ତ କଲେ ସେଲିବ୍ରିଟି (INSTAGRAM)

ପରଲୋକରେ ଫ୍ୟାଶନ ଡିଜାଇନର ରୋହିତ ବଲ

2010 ରେ ରୋହିତ ବାଲ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପରେ ସୁସ୍ଥ ହେବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ରୋହିତ ବାଲ ପୁଣି କାମକୁ ଫେରିଥିଲେ ଏବଂ ଗତ ମାସରେ ଦିଲ୍ଲୀର ଲେକମେ ଇଣ୍ଡିଆ ଫ୍ୟାଶନ ସପ୍ତାହରେ ତାଙ୍କର ଶେଷ ଶୋ' କରିଥିଲେ । ବର୍ତ୍ତମାନ କିଛି ଦିନ ଧରି ସେ ପୁଣି ଅସୁସ୍ଥ ହୋଇଥିଲେ । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ସେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଶୋକ ପ୍ରକାଶ କଲେ ସେଲିବ୍ରିଟି

ଅନନ୍ୟା ପାଣ୍ଡେ ରୋହିତ ବଲଙ୍କ ଶେଷ ସୋ’ର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ଲେଖିଛନ୍ତି, ଗୁଡ୍ଡା ଓମ ଶାନ୍ତି । ସେହିପରି ପ୍ରିୟଙ୍କା ଚୋପ୍ରା ରୋହିତଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ତୁମ ଆତ୍ମାକୁ ଶାନ୍ତି ମିଳୁ । ସେହିପରି, ସୋନମ କପୁର ଲେଖିଛନ୍ତି, ମୁଁ ଆଶା କରୁଛି ତୁମ ଆତ୍ମାକୁ ଶାନ୍ତି ମିଳିବ । ସର୍ବଦା ତୁମର ସବୁଠାରୁ ବଡ ପ୍ରଶଂସକ ହୋଇ ରହିବି ।

ଏହା ମଧ୍ୟ ପଢନ୍ତୁ: ସାଉଥ୍ ଇଣ୍ଡଷ୍ଟ୍ରିକୁ ଝଟକା; ଆରପାରିରେ ଅଭିନେତ୍ରୀ କାବିୟୁର ପୋନ୍ନମା

ରୋହିତ ବଲ କାହିଁକି ପ୍ରସିଦ୍ଧ ଥିଲେ?

ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ରୋହିତ ବଲ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ, ସେତେବେଳେ ସେ ନିଜର ଏକ ଫ୍ୟାଶନ ଲେବଲ୍ ତିଆରି କରିଥିଲେ, ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ତାଙ୍କ ପୋଷାକର ଡିଜାଇନରେ ଏକ ସ୍ୱତନ୍ତ୍ରତା ଥିଲା ଯେ Lotus କିମ୍ବା Peacock ତାଙ୍କ ପରିକଳ୍ପିତ ପୋଷାକରେ ସାମିଲ କରାଯାଉଥିଲା । ଏହି ଟ୍ରେଡ୍ ମାର୍କ ତାଙ୍କୁ ପ୍ରସିଦ୍ଧ କରିଥିଲା ।ଏହା ବ୍ୟତୀତ ଭେଲଭେଟ ଏବଂ ବ୍ରୋକେଡ୍ ପରି କପଡା ମଧ୍ୟ ବ୍ୟବହାର କରୁଥିଲେ । ସେ ଅନେକ ବଲିଉଡ ତାରକାଙ୍କ ପାଇଁ ପୋଷାକ ଡିଜାଇନ୍ କରିଥିଲେ । କେବଳ ଏତିକି ନୁହେଁ, ସେ ଅମିତାଭ ବଚ୍ଚନଙ୍କ କୁଇଜ୍ ସୋ କୌନ ବନେଗା କରୋଡପତି ପାଇଁ ପୋଷାକ ମଧ୍ୟ ଡିଜାଇନ୍ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.