ETV Bharat / entertainment

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା; 'ଆର କୋବେ' ଗୀତ ଗାଇ ପୀଡିତାଙ୍କ ପାଇଁ ନ୍ୟାୟ ମାଗିଲେ ଅରଜିତ ସିଂ - ARIJIT SINGH NEW SONG KOLKATA CASE

author img

By ETV Bharat Odisha Team

Published : Aug 29, 2024, 12:13 PM IST

Updated : Aug 29, 2024, 1:27 PM IST

Arijit Singh New Song For Kolkata Case: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସାରା ଦେଶରେ ଆନ୍ଦୋଳନ ଜୋର ଧରିଛି । ବର୍ତ୍ତମାନ ଅରିଜିତ ସିଂ ଏହି ଆନ୍ଦୋଳନକୁ ସମର୍ଥନ କରି ନିଜର ବଙ୍ଗୀୟ ଗୀତ 'ଆର କୋବେ' ସହ ନ୍ୟାୟ ଦାବି କରିଛନ୍ତି ।

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ସହ ହୋଇଥିବା ଅତ୍ୟାଚାର ସମଗ୍ର ଦେଶର ଲୋକଙ୍କୁ ଚକିତ କରିଛି । ଦୁଷ୍କର୍ମ-ହତ୍ୟା ମାମଲାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ପାଇଁ ସାରା ଦେଶରେ ବିରୋଧ ଜାରି ରହିଛି। ସାଧାରଣ ଜନତା କିମ୍ବା ସେଲିବ୍ରିଟି ହୁଅନ୍ତୁ, ସମସ୍ତେ ଏନେଇ ସ୍ୱର ଉଠାଇବା ସହ ନାରୀର ସୁରକ୍ଷା ପାଇଁ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ବଲିଉଡ ଲୋକପ୍ରିୟ ଗାୟକ ଅରଜିତ ସିଂ ମଧ୍ୟ କୋଲକାତା ପ୍ରସଙ୍ଗରେ ବିରୋଧକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ସେ ଏକ ଗୀତ ଗାଇଛନ୍ତି, ଯାହା ମାଧ୍ୟମରେ ସେ କୋଲକାତାରେ ଚାଲିଥିବା ଆନ୍ଦୋଳନର ଏକ ଅଂଶ ହୋଇପାରିଛନ୍ତି।

ପୀଡିତାଙ୍କ ପରିବାର ପାଇଁ ଅରଜିତ ସିଂ ମାଗିଲେ ନ୍ୟାୟ

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସାରା ଦେଶରେ ଆନ୍ଦୋଳନ ଜୋର ଧରିଛି। ବର୍ତ୍ତମାନ ଅରଜିତ ସିଂ ଏହି ଆନ୍ଦୋଳନକୁ ସମର୍ଥନ କରି ନିଜର ବଙ୍ଗୀୟ ଗୀତ 'ଆର କୋବେ' ଗାଇ ନ୍ୟାୟ ଦାବି କରିଛନ୍ତି। ଏହି ଗୀତ ଲଞ୍ଚ କରିବାବେଳେ ସେ ଏହା ମଧ୍ୟ କହିଛନ୍ତି, ''ଏହା ଏକ ବିରୋଧ ଗୀତ ନୁହେଁ, ବରଂ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ।''

'ଆର କୋବେ' ଅର୍ଥ ଏହା କେବେ ଶେଷ ହେବ?

ଅରଜିତ୍ କେବଳ 'ଆର କୋବେ' ଗୀତରେ କେବଳ ନିଜର ସ୍ୱର ଦେଇ ନାହାଁନ୍ତି ବରଂ ସେ ଏହାକୁ ଲେଖିଛନ୍ତି ଏବଂ ରଚନା ମଧ୍ୟ କରିଛନ୍ତି । ଏହି ଗୀତର ଭିଡିଓ ଅରଜିତ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି। ଗୀତରେ ଅରଜିତଙ୍କ ଯନ୍ତ୍ରଣା ଅନୁଭବ କରାଯାଇପାରେ । ସେ ଗୀତ ପୋଷ୍ଟରେ ଲେଖିଛନ୍ତି, ଏହି ଗୀତ ନ୍ୟାୟର ଆହ୍ୱାନ, ଅସଂଖ୍ୟ ମହିଳାଙ୍କ ଲୁହ, ଯେଉଁମାନେ ଚୁପଚାପ୍ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ପରିବର୍ତ୍ତନ ଦାବି କରୁଛନ୍ତି ।

"ଏହା କେବଳ ବିରୋଧର ଗୀତ ନୁହେଁ, ଏହା କାର୍ଯ୍ୟାନୁଷ୍ଠାନର ଆହ୍ୱାନ''

ସେ ଆହୁରି ଲେଖିଛନ୍ତି, "ଏହା କେବଳ ବିରୋଧର ଗୀତ ନୁହେଁ, ଏହା କାର୍ଯ୍ୟାନୁଷ୍ଠାନର ଆହ୍ୱାନ । ଏହା ଆମକୁ ମନେ ପକାଇ ଦେଇଛି ଯେ ମହିଳାଙ୍କ ସୁରକ୍ଷା ତଥା ସମ୍ମାନ ପାଇଁ ଆମର ସଂଗ୍ରାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେତେବେଳେ ଆମେ ଗୀତ ଗାଉ, ସେତେବେଳେ ଆମେ ଆମର ଡାକ୍ତର, ଆମର ସାମ୍ବାଦିକା ଏବଂ ଛାତ୍ର ମାନଙ୍କର ଅକ୍ଲାନ୍ତ ପରିଶ୍ରମକୁ ମନେରଖ, ଯେଉଁମାନେ କେବଳ ଆମର ସମ୍ମାନ ନୁହେଁ ଆମର ସୁରକ୍ଷା ପାଇଁ ଯୋଗ୍ୟ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-'ଆମେ କେଉଁ ସ୍ୱାଧୀନତା ପାଇଛୁ ?'

ସ୍ୱର ଉତ୍ତୋଳନ କରନ୍ତୁ

ଅରଜିତ ଆହୁରି ଲେଖିଛନ୍ତି, 'ଆମର ସ୍ୱର ଉତ୍ତୋଳନ କରିବାରେ ଯୋଗ ଦିଅନ୍ତୁ । ଆସନ୍ତୁ ଏହି ଗୀତ ଗାଇବା ଗୋଷ୍ଠୀରେ ଯୋଗଦେବା । ଏହା ଆଶାର ସ୍ୱର, ନ୍ୟାୟ ପାଇଁ ଗୁହାରି ଏବଂ ପରିବର୍ତ୍ତନର ସ୍ୱର ହୋଇପାରେ । ଏକତ୍ର ଆମେ ଚେଷ୍ଟା କରିବା ଯେ ଏହିପରି ଦୁଃଖଦ ଘଟଣା ଆଉ କେବେ ନ ଘଟୁ ।'' ତେବେ ଏହି ଗୀତ 'ଆର କୋବେ' ତିନି ମିନିଟର ଅଟେ, ଯାହା ଏବେ ସମସ୍ତଙ୍କ ମନକୁ ଛୁଇଁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2024, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.