ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'RC 16' ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ରାମ ଚରଣଙ୍କ ସହ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ଲଞ୍ଚ ସମାରୋହ ଆୟୋଜନ ହୋଇଛି । ଆଜି ୨୦ ମାର୍ଚ୍ଚରେ ଫିଲ୍ମର ଲଞ୍ଚ ସମାରୋହ ଏକ ପୂଜାରୁ ଅନୁଷ୍ଠିତ ହୋଇଛି । 'ଆରସି 16' ପୂଜା ସମାରୋହରେ ରାମ ଚରଣ, ଜାହ୍ନବୀ କପୁର ଏବଂ ଫିଲ୍ମର ନିର୍ଦ୍ଦେଶକ ବୁଚି ବାବୁ ସମେତ ପୁରା ଷ୍ଟାର କାଷ୍ଟ ସାମିଲ ହୋଇଛନ୍ତି । ଏଥିସହ ସାଉଥର ଅନେକ ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ପୂଜା ସମାରୋହରୁ ଆରମ୍ଭ ହୋଇଛି ଜାହ୍ନବୀ କପୁର ଏବଂ ରାମ ଚରଣଙ୍କ ଫିଲ୍ମ 'RC 16' । ହାଇଦ୍ରାବାଦରେ ପୂଜା ଆୟୋଜିତ ହୋଇଥିବା ବେଳେ ଏହି ସମାରୋହର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରାମଚରଣ, ଜାହ୍ନବୀ, ଏଆର ରେହମାନ, ପୁଷ୍ପା ନିର୍ଦ୍ଦେଶକ ସୁକୁମାର, ସାଉଥ ମେଗାଷ୍ଟାର ତଥା ରାମଙ୍କ ବାପା ଚିରଞ୍ଜୀବୀଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଛନ୍ତି । ଏହି ପୂଜାରେ ଜାହ୍ନବୀ ଗ୍ରୀନ ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ ରାମ ହ୍ବାଇଟ କୁର୍ତ୍ତାରେ ନଜର ଆସିଛନ୍ତି ।
ଜାତୀୟ ପୁରସ୍କାର ବିଜେତା 'ଅପ୍ପେନା' ସହ ଡେବ୍ୟୁ କରିଥିବା ବୁଚି ବାବୁ ସନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ମୈଥ୍ରୀ ମୁଭି ମେକର୍ସ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ଏବଂ ବୃଦ୍ଧି ସିନେମା ଏବଂ ସୁକୁମାର ରାଇଟିଙ୍ଗ୍ସ ଦ୍ୱାରା ନିର୍ମିତ। ଫିଲ୍ମର ଗୀତଗୁଡିକ ଏଆର ରେହମାନ ରଚନା କରିଛନ୍ତି । ରାମଚରଣଙ୍କ ସହ ମଧ୍ୟ ଜାହ୍ନବୀ 'RC16' ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ । ନିକଟରେ ଜାହ୍ନବୀଙ୍କ ଜନ୍ମଦିନରେ ଏହି ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବା ନେଇ ଘୋଷଣା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଜାହ୍ନବୀଙ୍କୁ ଜନ୍ମଦିନ ଭେଟି; ରାମ ଚରଣଙ୍କ ସହ ନୂଆ ଫିଲ୍ମ ଘୋଷଣା, ଦେବରା ପ୍ରଥମ ଲୁକ ଆଉଟ୍
ଜାହ୍ନବୀଙ୍କ କଥା କହିବାକୁ ଗଲେ, ଜାହ୍ନବୀ ଏହି ଫିଲ୍ମ ପୂର୍ବରୁ 'ଦେବରା' ସହ ସାଉଥରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ଜାହ୍ନବୀ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ସହ ନଜର ଆସିବେ । ଏଥିସହ ଏହି ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କୁ ବି ଦେଖିବାକୁ ମିଳିବ । ଏହି ଫିଲ୍ମର ଦୁଇଟି ଭାଗ ରହିଥିବା ବେଳେ 'ଦେବରା: ପ୍ରଥମ ଭାଗ' ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରିବ । 'ଦେବରା' ପରେ 'ଆରସି ୧୬' ଜାହ୍ନବୀଙ୍କ ଦ୍ୱିତୀୟ ଟଲିଉଡ ଫିଲ୍ମ ହେବ ।