ETV Bharat / entertainment

ସ୍ବପ୍ନର ସହର ଜାପାନରେ ଛୁଟି କାଟୁଛନ୍ତି ରଶ୍ମିକା

author img

By ETV Bharat Odisha Team

Published : Mar 4, 2024, 9:47 AM IST

Updated : Mar 4, 2024, 10:19 AM IST

Rashmika Mandanna in Japan: ପୁଷ୍ପା ଅଭିନେତ୍ରୀ ବର୍ତ୍ତମାନ ଜାପାନରେ ଛୁଟି କାଟୁଛନ୍ତି । ସୋସିଆଲ ମିଡିଆରେ ଜାପାନରୁ ସେ ଲାଟେଷ୍ଟ ଫଟୋ ସେୟାର କରି ସେ ତାଙ୍କର ଡ୍ରିମ ପ୍ଲେସର ଝଲକ ଦେଖାଇଛନ୍ତି । ଏହା ସହିତ ଅଭିନେତ୍ରୀ ଏକ ନୋଟ ମଧ୍ୟ ସେୟାର କରିଛନ୍ତି ।

Rashmika Mandanna in Japan
Rashmika Mandanna in Japan

ମୁମ୍ବାଇ: ନିଜର ସୁନ୍ଦରତା, ଅଭିନୟ ଓ ଫିଲ୍ମ ଦ୍ଵାରା ସମସ୍ତଙ୍କୁ ଦିଓ୍ବାନା କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା କେବଳ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ପୁରା ଭାରତରେ ପରିଚିତ । ବୃତ୍ତିଗତ ଜୀବନ ବ୍ୟତୀତ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି । ଅଭିନେତ୍ରୀ ରଶ୍ମିକା ବର୍ତ୍ତମାନ ତାଙ୍କର ଡ୍ରିମ ପ୍ଲେସରେ ଛୁଟି କାଟୁଛନ୍ତି । ଯାହାର ଫଟୋ ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରି ଜାପାନର ଝଲକ ଦେଖାଇଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଏକ ନୋଟ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ସେ ଜାପାନ ପାଇଁ ସୁବର୍ଣ୍ଣ ଶବ୍ଦ କହୁଥିବାର ନଜର ଆସିଛନ୍ତି । ଫଟୋରେ ରଶ୍ମିକା ମନ୍ଦନା ଏକ କଳା-ଗୋଲ୍ଡେନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।

ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଲାଟେଷ୍ଟ ଫଟୋ ସେୟାର କରି ରଶ୍ମିକା କ୍ୟାପସନରେ ଲେଖିଛନ୍ତି ଯେ, ଜାପାନ ଏକ ଏଭଳି ଯାଗା ଯେଉଁଠାକୁ ଯିବା ପାଇଁ ବହୁତ ବର୍ଷ ଧରି ସ୍ବପ୍ନରେ ଦେଖିଥିଲି...ପିଲାବେଳୁ କେବେ ଭାବି ନ ଥିଲି ଯେ ଏହା ସମ୍ଭବ ହେବ ବୋଲି...ଏଠାକୁ ଆସିବାର ସ୍ବପ୍ନ ସତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ସମସ୍ତଙ୍କଠୁ ସ୍ନେହ ପାଇବା, ଏଠାର ଖାଇବା, ପାଣି, ପବନ ଓ ଏଠାର ସ୍ବଚ୍ଛ ସ୍ଥାନ, ଏତେ ସୁନ୍ଦର ଲୋକ...ଏଠାରେ ସବୁକିଛି ଅଦ୍ଭୁତ ! ଧନ୍ୟବାଦ ଜାପାନ! ପ୍ରକୃତରେ ମୋର ତମ ପାଁ ଭଲ ପାଇବା ଅଛି ଏବଂ ତୁମେ ପ୍ରକୃତରେ ବହୁତ ସ୍ୱତନ୍ତ୍ର...ମୁଁ ବର୍ତ୍ତମାନ ପ୍ରତିବର୍ଷ ଏଠାକୁ ଆସିବି ।

ଏହା ମଧ୍ୟ ପଢନ୍ତୁ- ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

ସେୟାର କରିଥିବା ଲାଟେଷ୍ଟ ଫଟୋରେ ରଶ୍ମିକା ପୋଜ ଦେଇଥିବା ନଜର ଆସିଛନ୍ତି । ନୂଆ ହେୟାର କଟ ଓ ବ୍ଲାକ- ଗୋଲ୍ଡେନ ଗାଉନରେ ପୁଷ୍ପାର ଶ୍ରୀବଲି ବହୁତ ସୁନ୍ଦର ଓ ଷ୍ଟାଇଲିସ ଲାଗୁଛନ୍ତି । ରଶ୍ମିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଅଭିନେତ୍ରୀଙ୍କୁ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ 'ଆନିମଲ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବମ୍ପର କଲେକ୍ସନ ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ ରଶ୍ମିକାଙ୍କୁ 'ପୁଷ୍ପା ୨' ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ଏହି ଚଳଚ୍ଚିତ୍ରରେ ଫିଲ୍ମର ପ୍ରଥମ ଭାଗ ପରି ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ବ୍ୟତୀତ ଫହାଦ୍ ଫସିଲ, ସୁନୀଲ, ପ୍ରକାଶ ରାଜ, ଜଗପତି ବାବୁ, ଅନୁସୁଆ ଭରଦ୍ୱାଜ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାସହ ରଶ୍ମିକା 'ରେନୱୋ' ଏବଂ 'ଦ ଗାର୍ଲଫ୍ରେଣ୍ଡ' ନାମକ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ । ବର୍ତ୍ତମାନ ଅଭିନେତ୍ରୀ ଏହାର ସୁଟିଂ କରୁଛନ୍ତି । ଏହା ବ୍ୟତୀତ ତାଙ୍କୁ ବିକି କୌଶଲଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର 'ଛାଭା'ରେ ଦେଖିବାକୁ ମିଳିବ ।

Last Updated : Mar 4, 2024, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.