ହାଇଦ୍ରାବାଦ: ଏକ ବିଜ୍ଞାପନ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ । ଏହି ବିଜ୍ଞାପନରେ ଅଭିନେତା ପର୍ଣ୍ଣ ଷ୍ଟାର ଜନି ସିନ୍ସଙ୍କ ସହ ଯୌନ ସ୍ୱାସ୍ଥ୍ୟସେବା ନେଇ ଏକ ବ୍ରାଣ୍ଡକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ଏହି ବିଜ୍ଞାପନକୁ ଏକ ଟିଭି ସିରିଏଲ ଅନ୍ଦାଜରେ ସୁଟ୍ କରାଯାଇଛି । ରଣବୀର ନିଜେ ଏହାକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେଉଛି । ଏହି ପରିପ୍ରେକ୍ଷୀରେ ଟିଭି ଅଭିନେତ୍ରୀ ରଶ୍ମୀ ଦେଶାଇ ଏହି ବିଜ୍ଞାପନକୁ ଦେଖି ରାଗି ଯାଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା ଟିଭି ଇଣ୍ଡଷ୍ଟ୍ରି ପାଇଁ ଅପମାନଜନକ ବୋଲି କହିଛନ୍ତି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ରଶ୍ମୀ ଏହି ବିଜ୍ଞାପନ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ''ମୁଁ ଏଭଳି ଯୋଡିଙ୍କୁ କେବେ ଆଶା କରିନଥିଲି, ମୁଁ ଆଞ୍ଚଳିକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ମୋର କ୍ୟାରିଅର୍ ଆରମ୍ଭ କରିଥିଲି ଏବଂ ତା'ପରେ ଟିଭିରେ କାମ କରିବା ଆରମ୍ଭ କରିଥିଲି । ଲୋକମାନେ ଏହାକୁ ଛୋଟ ପରଦା ବୋଲି କୁହନ୍ତି । ଯେଉଁଠାରେ ସାଧାରଣ ଲୋକମାନେ ଶୋ ସହ ନ୍ୟୁଜ୍, କ୍ରିକେଟ୍ ଏବଂ ବଲିଉଡ୍ ଚଳଚ୍ଚିତ୍ର ଦେଖନ୍ତି । ହେଲେ ଏହି ରିଲ୍ ଦେଖିବା ପରେ ମୋତେ ଏହା ଅନୁଭବ ହେଲା ଯେ, ଏହା ସମଗ୍ର ଟିଭି ଇଣ୍ଡଷ୍ଟ୍ରି ଏବଂ ଟିଭିରେ କାମ କରୁଥିବା ଲୋକଙ୍କ ପାଇଁ ଅପମାନଜନକ ଅଟେ ।''
ରଶ୍ମୀ ଆହୁରି ଲେଖିଛନ୍ତି, ''ସମସ୍ତେ କଠିନ ପରିଶ୍ରମ କରନ୍ତି, କିନ୍ତୁ ଟିଭି ଶୋ'ରେ ଏସବୁ ଦେଖାଇ ନାହାଁନ୍ତି । ଏସବୁ କେବଳ ବଡ ପରଦାରେ ଦେଖାଯାଏ ଏବଂ ବାସ୍ତବତା ଦେଖାଇବାରେ କିଛି ଭୁଲ ନାହିଁ କିନ୍ତୁ ଏହା ସମଗ୍ର ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ବାସ୍ତବତା ଯାଞ୍ଚ ଅଟେ । କାରଣ ଏହା ମୋତେ ଚାପୁଡ଼ା ମାରିଲା ଭଳି ଲାଗିଲା । ବୋଧହୁଏ ମୁଁ ଅତ୍ୟଧିକ ପ୍ରତିକ୍ରିୟା ହେଉଛି । କିନ୍ତୁ ଆମେ ଦର୍ଶକଙ୍କୁ ପ୍ରେମ ଏବଂ ସଂସ୍କୃତି ପ୍ରଦର୍ଶନ କରିଆସୁଛୁ । ଟିଭିରେ ମୋର ଏକ ସମ୍ମାନଜନକ ଯାତ୍ରା ହୋଇଥିବାରୁ ଏହା ମୋତେ ଆଘାତ ଦେଇଛି । ମୁଁ ଆଶା କରେ ଆପଣମାନେ ମୋ ଭାବନାକୁ ବୁଝି ପାରୁଥିବେ ।''
ଏହା ମଧ୍ୟ ପଢନ୍ତୁ: Nude Photoshootକୁ ନେଇ ମୁହଁ ଖୋଲିଲେ ରଣଭୀର, କହିଲେ ମୋ ଫଟୋକୁ ଏଡିଟ କରାଯାଇଛି
ସେପଟେ କିନ୍ତୁ ରଣଭୀରଙ୍କ ଏହି ପ୍ରୟାସକୁ ନକୁଲ ମେହେତା ଏବଂ କରଣ କୁନ୍ଦ୍ରାଙ୍କ ଭଳି ଅଭିନେତାଙ୍କ ପ୍ରଶଂସା କରିଥିଲେ । ଏଥିସହ ଅର୍ଜୁନ କପୁର, ପ୍ରିୟଙ୍କା ଚୋପ୍ରା ଏବଂ ବିକ୍ରାନ୍ତ ମାସିଙ୍କ ପରି ସେଲିବ୍ରିଟିମାନେ ରଣଭୀର ଏବଂ ଜନି ସିନ୍ସଙ୍କ ସହଯୋଗକୁ ପ୍ରଶଂସା କରି ଏହାକୁ ଯୌନ ସ୍ୱାସ୍ଥ୍ୟ ପାଇଁ ଏକ ସକରାତ୍ମକ ସମର୍ଥନ ବୋଲି ବର୍ଣ୍ଣନା କରିଛନ୍ତି ।