ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଘରକୁ ଆସିବେ ନୂଆ ଅତିଥି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ ସେ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି । ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇପଡିଛନ୍ତି ।
ନିଜ ଇନଷ୍ଟାଗ୍ରାମରେ ଦୀପିକା ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରରେ ଏହା ଲେଖାଯାଇଛି, ସେପ୍ଟେମ୍ବର 2024, ଦୀପିକା-ରଣଭୀର । ଏହି ଫଟୋରେ ପିଲାମାନଙ୍କର ପୋଷାକ, ଜୋତା, ବେଲୁନର ଫଟୋ ଦେଖିବାକୁ ମିଳିଛି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି । ବିକ୍ରାନ୍ତ ମାସି ଲେଖିଛନ୍ତି- ଓ ମାଇ ଗଡ । ତୁମ ଦୁହିଁଙ୍କୁ ଅନେକ ଅନେକ ଶୁଭେଚ୍ଛା । ସେହିପରି କ୍ରିତି ସାନନ୍ ଲେଖିଛନ୍ତି- ଓ ମାଇ ଗଡ, ତୁମ ଦୁହିଁଙ୍କୁ ଅଭିନନ୍ଦନ । ଜଣେ ପ୍ରଶଂସକ ଲେଖିଛନ୍ତି- ବହୁତ ଖୁସି, ତୁମର ଯତ୍ନ ନିଅ ।
ସୂଚନା ଥାଉ କି, ଦୀପିକା ପାଦୁକୋନ କିଛି ସମୟ ପୂର୍ବରୁ BAFTA ପୁରସ୍କାର 2024ରେ ଉପସ୍ଥାପିକା ଭାବେ ସାମିଲ ହୋଇ ଭାରତ ପାଇଁ ଗୌରବ ଆଣିଥିଲେ । ଏହି ସମୟର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜ ବେବି ବମ୍ପ ଲୁଚାଉଥିବା ନଜର ଆସିଥିଲେ । ଏହା ପରେ ସେ ଗର୍ଭବତୀ ଥିବା ନେଇ ଆଲୋଚନା ଜୋର ଧରିଥିଲା । ତେବେ ବର୍ତ୍ତମାନ ଦମ୍ପତି ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଘରକୁ ନୂଆ ଅତିଥି ଆସିବା ନେଇ ନିଶ୍ଚିତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: BAFTA ପୁରସ୍କାରରେ ଚମକିଲେ ଦୀପିକା, ଦେଶୀ ଲୁକରେ ଜିତିଲେ ମନ
ପ୍ରକାଶ ଥାଉ କି, ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ଏହି ଦମ୍ପତି ବଲିଉଡର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ । ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ । ଉଭୟଙ୍କୁ ଅନେକ ସମୟରେ ପରସ୍ପର ପ୍ରତି ପ୍ରେମବ୍ୟକ୍ତ କରୁଥିବା ନଜର ଆସିଥାନ୍ତି । ଦର୍ଶକ ମଧ୍ୟ ଏହି ଯୋଡ଼ିକୁ ଖୁବ ପସନ୍ଦ କରନ୍ତି ।
ଏହା ମଧ୍ୟ ପଢନ୍ତୁ: ୫ ବର୍ଷ ପରେ ଦୀପିକା-ରଣଭୀର ବିବାହର ଦେଖାଇଲେ ଝଲକ, ଏମିତି ଚାଲିଛି ବିବାହ ଜୀବନ