ହାଇଦ୍ରାବାଦ : 'ସ୍ବତନ୍ତ୍ର ବୀର ସାବରକର' ସହ ପୁଣିଥରେ ପରଦାକୁ ଫେରିଛନ୍ତି ରଣଦୀପ ହୁଡା । ଫିଲ୍ମ ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ନିକଟରେ ଫିଲ୍ମର ମୋଶନ ପୋଷ୍ଟର ସହ ରିଲିଜ ତାରିଖ ଘୋଷଣା ହୋଇଥିବା ବେଳେ ଗତକାଲି (ସୋମବାର) ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ ଫିଲ୍ମ 'ସ୍ବତନ୍ତ୍ର ବୀର ସାବରକର' ରିଲିଜ ହେବ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରି ରଣଦୀପ ହୁଡା ଲେଖିଛନ୍ତି, 'ବ୍ରିଟିଶମାନେ ତାଙ୍କୁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ବୋଲି କହିଥିଲେ ! ଭାରତୀୟ ବିପ୍ଳବୀମାନେ ତାଙ୍କୁ 'ବୀର' ଭାବରେ ସମ୍ମାନ କରୁଥିଲେ ! ତଥାପି ମୁଁ ଅନାଦାର ଓ ଅଜ୍ଞାତ ରହିଥିଲି । ଚଳିତ ମାସ ୨୨ ତାରିଖରେ ପ୍ରେକ୍ଷାଳୟରେ ଇତିହାସ ପୁନରାବୃତ୍ତି ହେବ !' ଏହା ସହିତ ଅଭିନେତା ହାସଟାଗ୍ ସହିତ ଲେଖିଛନ୍ତି, 'ସ୍ବତନ୍ତ୍ରତା ବୀର ସାବରକରଙ୍କ ଜୀବନ ତଥା ଭାରତୀୟ ସଶସ୍ତ୍ର ବିପ୍ଳବର ସାକ୍ଷୀ ହୁଅନ୍ତୁ ।'
ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ଏହି ଫିଲ୍ମ ସହ ରଣଦୀପ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ରଣଦୀପ ହୁଡାଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ - 'ସ୍ୱତନ୍ତ୍ର ବୀର ସାବରକର' ମୋଶନ ପୋଷ୍ଟର ଆଉଟ , ଏହି ଦିନ ରିଲିଜ ହେବ ଫିଲ୍ମ
ଏହା ମଧ୍ୟ ପଢନ୍ତୁ - Randeep Hooda : ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା
ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ , 'ସ୍ବତନ୍ତ୍ର ବୀର ସାବରକର' ହେଉଛି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ ଅଟେ । ସେ ଜଣେ ବିପ୍ଳବୀ, ସାମାଜିକ ସଂସ୍କାରକ ତଥା ରାଜନେତା ଥିଲେ । ହିନ୍ଦୁ ଜାତୀୟତାର ରାଜନୈତିକ ଆଦର୍ଶ 'ହିନ୍ଦୁତ୍ୱ' ର ବିକାଶ ପାଇଁ ସାବରକାରଙ୍କ ଏକ ବଡ ଅବଦାନ ରହିଛି । ଯଦିଓ ଦେଶର ସ୍ବତନ୍ତ୍ରତା ପାଇଁ ସାବରକରଙ୍କ ପ୍ରମୁଖ ଭୂମିକା ରହିଥିଲା , କିନ୍ତୁ ଲୋକମାନେ ତାଙ୍କ ବିଷୟରେ କମ୍ ଜାଣନ୍ତି । ତାଙ୍କର ଉଗ୍ରବାଦୀ ବ୍ୟବାହାର ହେତୁ ମହାତ୍ମା ଗାନ୍ଧୀଙ୍କ ସହ ସାବରକରଙ୍କ ଆଦୌ ଭଲ ସମ୍ପର୍କ ନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ