ETV Bharat / entertainment

ସରିଲା ପ୍ରି-ୱେଡିଂ ମୁମ୍ବାଇ ମୁହାଁ ସେଲିବ୍ରିଟି, ଜାମନଗର ବିମାନବନ୍ଦରରେ ଭିଡ଼

author img

By ETV Bharat Odisha Team

Published : Mar 4, 2024, 11:03 AM IST

Celebs Leave Jamnagar: ଅନନ୍ତ ଅମ୍ୱାନି-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଧମାକା କରିବା ପରେ ବର୍ତ୍ତମାନ ମୁମ୍ୱାଇ ଫେରୁଛନ୍ତି ବି-ଟାଉନର ତମାମ ସେଲିବ୍ରିଟି । ଜାମନଗର ଏୟାରପୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ମୁମ୍ୱାଇ ଫେରୁଛନ୍ତି ସେଲିବ୍ରିଟି, ଜାମନଗର ଏୟାରପୋର୍ଟରେ ଜମିଲା ଭିଡ଼

ହାଇଦ୍ରାବାଦ: ଗୁଜୁରାଟର ଜାମନଗରରେ ୩ଦିନ ଧରି ଅନନ୍ତ ଅମ୍ୱାନି-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧ରୁ ଉଭୟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିବା ବେଳେ ୩ ତାରିଖରେ ଶେଷ ହୋଇଛି । ଏହି ସମାରୋହରେ ଦେଶ ବିଦେଶର ବହୁ ଶିଳ୍ପଉଦ୍ୟୋଗପତି, ସେଲିବ୍ରିଟି ଏବଂ ରାଜନେତା ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ସମସ୍ତ ଅତିଥି ନିଜ ଘରକୁ ଫେରୁଛନ୍ତି । ମୁମ୍ୱାଇ ଫେରୁଛନ୍ତି ବି-ଟାଉନର ତମାମ ସେଲିବ୍ରିଟି । ଏନେଇ ଜାମନଗର ଏୟାରପୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଆଜି (ସୋମବାର) ସକାଳେ ଜାମନଗର ଏୟାରପୋର୍ଟରେ ବି-ଟାଉନର ତମାମ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ଝିଅ ରାହାଙ୍କ ସହ ଆଲିଆ ଭଟ୍ଟ, ରଣବୀର କପୁର, ବିକି କୌଶଲ, କ୍ୟାଟ୍ରିନା କୈଫ, ପରିବାର ସହ କରୀନା ପୁର ଖାନ ଜାମନଗର ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଏହି ସମୟରେ ଆଲିଆ ପିଙ୍କ ରଙ୍ଗର କୋ-ଅର୍ଡ ସେଟରେ ନଜର ଆସିଥିବା ବେଳେ ରଣବୀର ବ୍ଲାକ ରଙ୍ଗର ଆଉଟଫିଟ ଏବଂ ରାହା ବ୍ଲୁ ରଙ୍ଗର ଡ୍ରେସରେ କ୍ୟୁଟ ଲୁକରେ ନଜର ଆସିଛନ୍ତି ।

ସେହିପରି କରୀନା, ସ୍ୱାମୀ ସୈଫ ଅଲ୍ଲି ଖାନ, ପୁଅ ତୈମୁର ଏବଂ ଜେହଙ୍କ ସହ ବିମାନବନ୍ଦରରେ ନଜର ଆସିଛନ୍ତି । ସେପଟେ ବରୁଣ ଧୱନ, ପତ୍ନୀ ନତାଶାଙ୍କ ସହ ଏବଂ ବିକି କୌଶଲ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ମୁମ୍ୱାଇ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅକ୍ଷୟ କୁମାର, ଅନୀଲ କପୁର, ସୋନମ କପୁର, ଆମୀର ଖାନ, କିରଣ ରାଓ ଏବଂ ଅମିତାଭ ବଚ୍ଚନଙ୍କ ପରି ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ଜାମନଗରର ଏୟାରପୋର୍ଟରୁ ମୁମ୍ୱାଇ ଫେରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ନାଚିଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

ସୂଚନା ଥାଉ କି, ଅନନ୍ତ ଏବଂ ରାଧିକାଙ୍କ ଏହି ବିବାହ ଉତ୍ସବରେ ଦେଶ ବିଦେଶର ୧୦୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ । ବଲିଉଡର ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ଠାରୁ ଆରମ୍ଭ କରି ରଜନୀକାନ୍ତ, ରାମଚରଣ ଭଳି ତାରକା ଏଥିରେ ସାମିଲ ହୋଇଥିଲେ । ଏଥିସହ ବିଲ ଗେଟ୍ସଙ୍କ ଠାରୁ ଆରମ୍ଭ କରି ମାର୍କ ଜୁକରବର୍ଗ ସମେତ ବହୁ ବରିଷ୍ଠ ଶିଳ୍ପ ଉଦ୍ୟୋଗପତି ସମେତ ହଲିଉଡର ରିହାନା ଭଳି କଳାକାର ମଧ୍ୟ ସାମିଲ ହୋଇଥିଲେ । ରିହାନା ନିଜ ଦମଦାର ପରଫର୍ମରେ ସମସ୍ତଙ୍କୁ ଦିୱାନା କରିଥିବା ବେଳେ ବି-ଟାଉନର ତମାମ ସେଲିବ୍ରିଟି ନିଜ ପରଫର୍ମରେ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାହ୍ନବୀଙ୍କ ସହ ଠୁମକା ଲଗାଇଲେ ରିହାନା, କହିଲେ ପୁଣି ଭାରତ ଆସିବି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.