ETV Bharat / entertainment

ଚୀରନିଦ୍ରାରେ ଶୋଇଗଲେ ତେଲୁଗୁ ସିନେମା ଜଗତର ଆଧୁନିକ ବିନ୍ଧାଣି ରାମୋଜୀ ରାଓ: ଶୋକରେ ବୁଡିଲା ଫିଲ୍ମ ଜଗତ, ଭାରତ ରତ୍ନ ଦାବି - Ramoji Rao Passes Away

author img

By ETV Bharat Odisha Team

Published : Jun 8, 2024, 12:36 PM IST

Updated : Jun 8, 2024, 12:58 PM IST

Ramoji Rao Passes Away: ଆରପାରିରେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ତେଲୁଗୁ ଫିଲ୍ମ ଜଗତରେ ଶୋକର ଛାୟା । ଭାରତ ରତ୍ନ ଦାବି କଲେ ନିର୍ଦ୍ଦେଶକ ଏସଏସ ରାଜାମୌଲି । ଅଧିକ ପଢନ୍ତୁ

Ramoji Rao
Ramoji Rao (ETV BHARAT ODISHA)

ହାଇଦ୍ରାବାଦ: ପରଲୋକରେ ଗଣମାଧ୍ୟମ ଓ ସିନେ ଜଗତର ବେତାଜ ବାଦଶାହ ତଥା ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ରାମୋଜି ରାଓଙ୍କ ଦେହାନ୍ତରେ ତେଲୁଗ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ଚିରଞ୍ଜୀବୀଙ୍କ ଠାରୁ ଆରମ୍ଭ କରି ଜୁନିୟର ଏନଟିଆର, ଖୁସୁବୁ ସୁନ୍ଦର, ନିର୍ଦ୍ଦେଶକ ଏସଏସ ରାଜାମୌଲି, ରଜନୀକାନ୍ତ ଏକ୍ସରେ ଟ୍ବିଟ କରି ଶୋକବ୍ୟକ୍ତ କରିବା ସହ ଭାବପୂର୍ଣ୍ଣ ଶର୍ଦ୍ଧାଞ୍ଜଳି ଜଣାଇଛନ୍ତି । ଏଥି ସହ ରାମୋଜୀ ରାଓଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି କରିଛନ୍ତି ରାଜାମୌଲି ।

ଟ୍ବିଟ କରି ଏସଏସ ରାଜାମୌଲି ଲେଖିଛନ୍ତି, ''ଜଣେ ବ୍ୟକ୍ତି ଦୀର୍ଘ 50 ବର୍ଷ ଧରି ନମନୀୟତା, ପରିଶ୍ରମ ଏବଂ ନବସୃଜନ ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର, ଜୀବିକା ଯୋଗାଇଛନ୍ତି । ରାମୋଜୀ ରାଓ ଗାରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକମାତ୍ର ଉପାୟ ହେଉଛି ତାଙ୍କୁ "ଭରତ ରତ୍ନ" ପ୍ରଦାନ କରିବା ।''

ଏହା ମଧ୍ୟ ପଢନ୍ତୁ-ଅଲବିଦା ବେତାଜ ବାଦଶାହ: ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ - Ramoji Rao passed away

ଅଭିନେତା ରଜନୀକାନ୍ତ ଏକ୍ସରେ ଲେଖିଛନ୍ତି, "ମୋର ଗୁରୁ ତଥା ଶୁଭଚିନ୍ତକ ରାମୋଜୀ ରାଓ ଗାରୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସାମ୍ବାଦିକତା ଏବଂ ସିନେମାରେ ସେ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋ ଜୀବନର ମାର୍ଗଦର୍ଶକ ଏବଂ ପ୍ରେରଣା ଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ।'' ଅଭିନେତା ଚିରଞ୍ଜୀବୀ ଟ୍ବିଟ କରି ଲେଖିଛନ୍ତି, ''ରାମୋଜୀ ରାଓଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଏହି ଖବର ମୋତେ ବ୍ୟଥିତ କରିଛି । ଓମ ଶାନ୍ତି ।''

ଜୁନିୟର ଏନଟିଆର ଲେଖିଛନ୍ତି, ''ରାମୋଜୀ ରାଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି । ମିଡିଆ ଟାଇକୁଣ୍ଡ ଏବଂ ଭାରତୀୟ ସିନେମାର ଜଣେ ବରିଷ୍ଠ ବ୍ୟକ୍ତି । ତାଙ୍କର ଦେହାନ୍ତ ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି, ଏବଂ ତାଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ତେଲୁଗୁ ଚଳଚ୍ଚିତ୍ର ଜଗତରେ ଚଳଚ୍ଚିତ୍ର 'ନିନ୍ନୁ ଚୁଡାଲାନି'ରେ ମୋର ଡେବ୍ୟୁର ସବୁଦିନ ପାଇଁ ମନେ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ​​। ତାଙ୍କ ପରିବାରକ ହୃଦୟରୁ ସମବେଦନା ଜଣାଉଛି ।

ଅଭିନେତ୍ରୀ ଖୁସୁବୁ ସୁନ୍ଦର ଟ୍ବିଟ କରି ଲେଖିଛନ୍ତି, ''ସିନେମା ଜଗତର କିମ୍ଭଦନ୍ତୀ, ଅଗ୍ରଣୀ, ରାମୋଜୀ ରାଓଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କର ଅମର ଆତ୍ମର ସଦଗତି କାମନା କରୁଛି । ''

ଅଭିନେତା ମଞ୍ଚୁ ମନୋଜ ଏକ୍ସରେ ଲେଖିଛନ୍ତି, "ରାମୋଜୀ ରାଓ ଗାରୁଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ପିଲାଟି ଦିନରୁ ମୁଁ ତାଙ୍କୁ ସମ୍ମାନ କରି ଆସୁଛି । ତାଙ୍କର ଉଲ୍ଲେଖନୀୟ ଯାତ୍ରା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି। ତାଙ୍କ ପରବାର ଲୋକଙ୍କୁ ଗଭିର ସମବେଦନା। ଆପଣଙ୍କୁ ବହୁତ ମିସ କରିବି । ''

ଅଭିନେତା ସୁଧୀର ବାବୁ ଏକ୍ସରେ କହିଛନ୍ତି, ''ରାମୋଜୀ ରାଓଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଭାରତୀୟ ଗଣମାଧ୍ୟମ ଏବଂ ଚଳଚ୍ଚିତ୍ର ଜଗତରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କ ପରିବାର ଲୋକହ୍କୁ ହୃଦୟରୁ ସମବେଦନା ଜଣାଉଛି। ''

Last Updated : Jun 8, 2024, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.