ETV Bharat / entertainment

ପୁନଃପ୍ରସାରଣ ହେବ ରାମାୟଣ, ଛୋଟ ପରଦାକୁ ପୁଣି ଫେରିବେ ଅରୁଣ-ଦୀପିକା-ସୁନୀଲ - ପୁନଃପ୍ରସାରଣ ହେବ ରାମାୟଣ

Ramayan Comeback On Tv: 'ରାମାୟଣ' ଦର୍ଶକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଛୋଟ ପରଦାକୁ ଫେରୁଛି 'ରାମାୟଣ' । ଦୂରଦର୍ଶନ ନ୍ୟାସନାଲରେ ପ୍ରସାରିତ ହେବ ଏହି ଶୋ' । ଅଧିକ ପଢନ୍ତୁ

ପୁନଃପ୍ରସାରଣ ହେବ ରାମାୟଣ, ଛୋଟ ପରଦାକୁ ପୁଣି ଫେରିବେ ଅରୁଣ-ଦୀପିକା-ସୁନୀଲ

author img

By ETV Bharat Odisha Team

Published : Jan 31, 2024, 5:41 PM IST

ହାଇଦ୍ରାବାଦ: ରାମାନନ୍ଦ ସାଗର 'ରାମାୟଣ' ସହ ପୁଣି ଦର୍ଶକଙ୍କୁ ମନ ଜିତିବାକୁ ପ୍ରସ୍ତୁତ ରହିଛନ୍ତି । ଭାରତୀୟ ଟେଲିଭିଜନ ଇତିହାସରେ ନିର୍ମିତ ସମସ୍ତ ପିରିୟଡ ଡ୍ରାମା ମଧ୍ୟରୁ ରମାନନ୍ଦ ସାଗରଙ୍କ 'ରାମାୟଣ'କୁ ଦର୍ଶକମାନେ ଅଧିକ ପସନ୍ଦ କରିଛନ୍ତି । ୧୯୮୭ରେ ରିଲିଜ ହୋଇଥିବା ଏହି ସିରଏଲ ଆଜି ବି ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିଛି । ତେବେ ପୁଣି ଥରେ 'ରାମାୟଣ' ଟେଲିଭିଜନ ପରଦାକୁ ଫେରୁଛି । ଦୂରଦର୍ଶନ ସୋସିଆଲ ମିଡିଆରେ 'ରାମାୟଣ'ର ଦର୍ଶକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ।

  • धर्म, प्रेम, और समर्पण की अद्वितीय गाथा...एक बार फिर आ रहा है पूरे भारत का सबसे लोकप्रिय शो 'रामायण', जल्द देखिए #DDNational पर। #Ramayan | @arungovil12 | @ChikhliaDipika | @LahriSunil pic.twitter.com/NR8LJ32qyL

    — Doordarshan National दूरदर्शन नेशनल (@DDNational) January 31, 2024 " class="align-text-top noRightClick twitterSection" data=" ">

ଦୂରଦର୍ଶନରେ ପ୍ରସାରିତ ହେବ 'ରାମାୟଣ' ଧାରାବାହିକ । ସୋସିଆଲ ମିଡିଆ ଏକ୍ସରେ 'ରାମାୟଣ'ର ପୁନଃ ପ୍ରସାରଣ ଖବରକୁ ସେୟାର କରି ଦୂରଦର୍ଶନ ଲେଖିଛନ୍ତି,' ଧର୍ମ, ପ୍ରେମ ଏବଂ ଉତ୍ସର୍ଗର ଅନନ୍ୟ ଗାଥା । ପୁଣି ଥରେ ସମଗ୍ର ଭାରତର ସବୁଠାରୁ ଲୋକପ୍ରିୟ ଶୋ' 'ରାମାୟଣ' ହେଉଛି । ଖୁବଶୀଘ୍ର ଦୂରଦର୍ଶନ​​ରେ ପ୍ରସାରିତ ହେବ ଏହି ଧାରାବାହିକ । ଏହି ପୋଷ୍ଟ ପରେ ଦର୍ଶକଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ଲୋକେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ନିଜର ଖୁସି ବ୍ୟକ୍ତ କରୁଛନ୍ତି ।

ରମାନନ୍ଦ ସାଗରଙ୍କ ଦ୍ବାରା ନିର୍ମିତ 'ରାମାୟଣ' ପ୍ରଥମେ ୧୯୮୭ରେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ଅରୁଣ ଗୋବିଲ 'ଶ୍ରୀ ରାମ' ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ଦୀପିକା ଚିଖଲିଆଙ୍କୁ 'ସୀତା' ଏବଂ ସୁନୀଲ ଲହରୀଙ୍କୁ 'ଲକ୍ଷ୍ମଣ' ଭୂମିକାରେ ଦେଖିବାକୁ ମିଳିଥିଲା । ଆଜି ବି ଦର୍ଶକମାନେ ଶ୍ରୀ ରାମଙ୍କ ନାମରେ ଅରୁଣ ଗୋବିଲ ଏବଂ ମାତା ସୀତାଙ୍କ ନାମରେ ଦୀପିକା ଚିଖଲିଆଙ୍କୁ ମନେ ରଖିଛନ୍ତି । ଏହା ହେଉଛି 'ରାମାୟଣ'ର ଅବଦାନ । ଏହି ଧାରାବାହିକ ସେ ସମୟରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ‘ରାମାୟଣ’ର ପୁନଃପ୍ରସାରଣକୁ ନେଇ ଖୁସି ପ୍ରକାଶ କଲେ ଟିଭିର ସୀତା

ନିକଟରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ନେଇ ସାରା ଦେଶ ଉତ୍ସବମୁଖର ରହିଥିବା ବେଳେ ଏହି ପୌରାଣିକ ଧାରାବାହିକ 'ରାମାୟଣ'କୁ ଦର୍ଶକ ପୁଣି ପସନ୍ଦ କରିବ ବୋଲି କୁହାଯାଉଛି । ତେବେ ଏହା ପ୍ରଥମ ଥର ନୁହେଁ ଯେ ରାମାୟଣ ପୁନଃ ପ୍ରସାରଣ ହେବ । ପୂର୍ବରୁ କୋଭିଡ ସମୟରେ ମଧ୍ୟ ଏହି ଧାରାବାହିକକୁ ପୁନଃପ୍ରସାରଣ କରାଯାଇଥିଲା । ଲକଡାଉନ ସମୟରେ ଏହା ଅଧିକ ଲୋକପ୍ରିୟତା ହାସଲ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.