ETV Bharat / entertainment

ବଲିଉଡରେ ଡେବ୍ୟୁ କରିବେ ରବୀନାଙ୍କ ଝିଅ ରାଶା-ଅଜୟଙ୍କ ଭଣଜା ଅମନ, ଏହି ଫିଲ୍ମରେ ଆସିବେ ନଜର - AZAAD TEASER OUT

ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ଏବଂ ରବୀନୀ ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଉଭୟଏହି ଫିଲ୍ମ ସହ ପରଦାରେ ନଜର ଆସିବେ ? ଜାଣନ୍ତୁ,

RASHA THADANI AAMAN DEVGAN BOLLYWOOD DEBUT
RASHA THADANI AAMAN DEVGAN BOLLYWOOD DEBUT (film poster)
author img

By ETV Bharat Entertainment Team

Published : Nov 7, 2024, 10:22 AM IST

ହାଇଦ୍ରାବାଦ: ଅଜୟ ଦେବଗାନଙ୍କ ଭଣଜା ଅମନ ଦେବଗନ ଏବଂ ରବୀନୀ ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଉଭୟ ଫିଲ୍ମ 'ଆଜାଦ' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ଦୁହିଁଙ୍କର ପ୍ରଥମ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି । ଏହି ଟିଜରରେ ଉଭୟଙ୍କ ଝଲକ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି ।

ଆଜାଦ ଟିଜର ରିଲିଜ

ଟିଜର ପ୍ରଥମରେ ଅଶ୍ୱାରୋହୀଙ୍କ ପ୍ରବେଶରୁ ଆରମ୍ଭ ହୋଇଛି । ସେମାନେ ଶତ୍ରୁମାନଙ୍କ ସହ ଯୁଦ୍ଧ କରୁଛନ୍ତି । ପୃଷ୍ଠଭୂମିରେ ଜଣେ ବୃଦ୍ଧ ମହିଳାଙ୍କ ସ୍ୱର ଶୁଣିବାକୁ ମିଳେ । ସେ କୁହନ୍ତି- ସେହି ଦିନ ମହାରଣା ପ୍ରତାପଙ୍କର ହଲଦିଘାଟିରେ 8-9 ହଜାର ସୈନ୍ୟ ଥିଲେ । ଅନ୍ୟ ପାର୍ଶ୍ୱରେ 40 ହଜାର ସୈନିକ ଥିଲେ । ଏହି ଜେଜେମା ମହାରଣା ପ୍ରତାପଙ୍କ ସାହସୀ ଏବଂ ନିର୍ଭୀକ ଘୋଡା ବିଷୟରେ କଥାବାର୍ତ୍ତା କରନ୍ତି । ସେ କୁହନ୍ତି- କିନ୍ତୁ ସବୁଠାରୁ ବିଶେଷ ଘୋଡା ନିଜେ ମହାରଣା ପ୍ରତାପଙ୍କ ସହିତ ଥିଲା । ହାତୀ ପରି ଉଚ୍ଚ, ବଜ୍ର ପରି ଗତି ସହ ଏବଂ ଯଦି ସେ ଡିଏଁ ତେବେ ସେ ସମଗ୍ର ଉପତ୍ୟକା ପାର କରିପାରେ । ଅମନ ଏକ ଛୋଟ ପୁଅ ଭାବରେ ଏବଂ ରାଶା ଜଣେ ଧନୀ ଝିଅ ଭାବରେ ଏଣ୍ଟ୍ରି କରନ୍ତି । ଭିଡିଓ ଶେଷରେ, ଅମନ ଉପରେ ଆକ୍ରମଣ ହୁଏ କିନ୍ତୁ ଆଜାଦ ତାଙ୍କୁ ସୁରକ୍ଷା ଦେବା ପାଇଁ ଠିଆ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମାଆ ରବିନାଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ଝିଅ ରାଶା, ଦେଖନ୍ତୁ ଫଟୋ

ଏହି ଦିନ ରିଲିଜ ହେବ ଫିଲ୍ମ

ଅଜୟ ଦେବଗନ ଇନଷ୍ଟାଗ୍ରାମରେ ଟିଜର ପୋଷ୍ଟ କରି ଲେଖିଛନ୍ତି, 'ପ୍ରତ୍ୟେକ ଯୁଦ୍ଧରେ, ପ୍ରତ୍ୟେକ ସାହସୀ ଯୋଦ୍ଧାଙ୍କ ସହ ନିଶ୍ଚିତ ଭାବରେ ଏକ ବିଶ୍ୱସ୍ତ ଘୋଡା ଅଛି । ଆଜାଦର ଟିଜର ବର୍ତ୍ତମାନ ରିଲିଜ ହୋଇଛି, ଫିଲ୍ମ ଜାନୁଆରୀ 2025 ରେ ରିଲିଜ ହେବ । ତେବେ ପ୍ରଥମ ଥର ପାଇଁ ଏହି ଡେବ୍ୟୁ ଫିଲ୍ମରେ ଅମନ ଏବଂ ରାଶାଙ୍କ ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ତେବେ ଏଥିରେ ଡାଏନା ପେଣ୍ଟି, ପୀୟୁଷ ମିଶ୍ର ଏବଂ ମୋହିତ ମଲିକଙ୍କ ଭଳି ତାରକା ମଧ୍ୟ ନଜର ଆସିବେ । ଅମନ ଦେବଗନଙ୍କ ବିଷୟରେ କହିବାକୁ ଗଲେ ସେ ଅଜୟ ଦେବଗନଙ୍କ ଭଉଣୀ ନୀଲମ ଦେବଗନଙ୍କ ପୁଅ ଅମନ । ଉଭୟ ଷ୍ଟାର ପିଲାମାନଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହିତ ଥିବା ବେଳେ ଅମନ ଏବଂ ରାଶାଙ୍କ ଦର୍ଶକଙ୍କ ମନ ଜିତୁଛନ୍ତି କି ନାହିଁ ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.