ହାଇଦ୍ରାବାଦ: ଆଜି ପରଦାକୁ ଆସିଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା 2' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମ ରିଲିଜ ପୂର୍ବରୁ ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ ସ୍ଥିତ ସନ୍ଧ୍ୟା ଥିଏଟରରେ ବୁଧବାର(ଗତକାଲି) ରାତିରେ 'ପୁଷ୍ପା ୨' ର ପ୍ରିମିୟର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଠି ଅଲ୍ଲୁ ଅର୍ଜୁନ ସାମିଲ ହୋଇଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା । ଏହି ସମୟରେ ତାଙ୍କ ଝଲକ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଘଟିଥିଲା ବଡ଼ ଧରଣର ଅଘଟଣ । ଭିଡ଼ରେ ଜଣେ ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
#Hyderabad: #Pushpa2 Release at Sandhya Theatre
— Howdy @ Murali Reddy ! ( Jagan కుటుంబం) (@YSJ_21) December 4, 2024
Revati ( 39), a resident of Dilshuknagar came along with her husband Bhaskar and two children Tej (9), Sanvi (7) to Sandhya 70mm theatre at RTC Roads to watch #pusha2 premiere show.
Owing to the chaos, Revathi fell unconscious… pic.twitter.com/JaE5GB0ypP
'ପୁଷ୍ପା 2' ପ୍ରିମିୟର ଶୋ'ରେ ଅଘଟଣ
ରିପୋର୍ଟ ଅନୁଯାୟୀ, ମୃତ ଫ୍ୟାନ୍ ଜଣକ ଦିଲସୁଖନଗରର ବାସିନ୍ଦା 39 ବର୍ଷୀୟ ରେବତୀ । ସୂଚନା ଅନୁସାରେ, ମୃତ ମହିଳା ଜଣକ ତାଙ୍କ ସ୍ୱାମୀ ଭାସ୍କର, ପୁଅ ଏବଂ ଛୋଟ ପିଲାଙ୍କ ସହ 'ପୁଷ୍ପା 2' ଦେଖିବାକୁ ଆସିଥିଲେ। ରାତି ପ୍ରାୟ 10:30 ବେଳେ ରେବତୀ ଏବଂ ତାଙ୍କ ପରିବାର ଥିଏଟରରୁ ବାହାରକୁ ଆସୁଥିବା ବେଳେ ଭିଡ଼ ଜମିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନ ମଧ୍ୟ ଥିଏଟରରେ ସାମିଲ ହୋଇଥିଲେ। ଫଳରେ ଫ୍ୟାନ୍ସ ଅଲୁ ଅର୍ଜୁନଙ୍କ ଝଲକ ପାଇବା ପାଇଁ ଥିଏଟରରେ ଭିଡ଼ ଜମାଇଥିଲେ । ଯାହା ଫଳରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା ।
One woman died & two others including a kid injured after heavy crowd thronged into the Sandhya Theatre in #Hyderabad to have a glance at actor #AlluArjun who arrived there for #PushpaTheRule screening. Police tried to save her but unfortunately declared dead. Kid is safe. pic.twitter.com/BgwpOhxKKm
— Sowmith Yakkati (@YakkatiSowmith) December 4, 2024
ଜଣେ ମହିଳା ମୃତ
ଏହି ଠେଲାପେଲାରେ ରେବତୀ ଏବଂ ତାଙ୍କ ପରିବାର ଆହତ ହୋଇଥିଲେ। ପୋଲିସ କର୍ମଚାରୀ ଏବଂ ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ରେବତୀ ଏବଂ ତାଙ୍କ ପୁଅକୁ ଭିଡ଼ରୁ ଦୂରେଇ ଆଣି ସି.ଆର.ପି. ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପୁଅକୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଭାଗ୍ୟବଶତଃ ରେବତୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଗାନ୍ଧୀ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଦୁର୍ଘଟଣା ପରେ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ବନ୍ଦ କରି ଥିଏଟରର ଫାଟକ ବନ୍ଦ କରିଦେଇଥିଲେ। ଅନ୍ୟପକ୍ଷରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ଡକାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ଭିଡ଼ ବିଛାଇବା ପାଇଁ ଲାଠି ଚାର୍ଜ କରୁଥିବା ମଧ୍ୟ ଦେଖିବାକୁ ମିଳିବ।
Why take a kid to a place knowing there would be a stampede. This is soo irresponsible on the part of parents. The boy fell unconscious and is said to be critical. Prayers for him.
— @Coreena Enet Suares (@CoreenaSuares2) December 4, 2024
Stampede like situation at Sandhya Theatre before the release of #Pushpa2… pic.twitter.com/NXZHBbdApX
ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ 'ପୁଷ୍ପା 2' ରେକର୍ଡ; 'କଲ୍କି'କୁ ପକାଇଲା ପଛରେ
ନିର୍ଦ୍ଦେଶକ ସୁକୁମାରଙ୍କ 'ପୁଷ୍ପା ୨: ଦ ରୁଲ' ଆଜି ଅର୍ଥାତ୍ ଗୁରୁବାର ଏକାଧିକ ଭାଷାରେ ମୁକ୍ତିଲାଭ କରିଛି । ବୁଧବାର ଦିନ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ବେଙ୍ଗାଲୁରୁର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରିମିୟର ସୋ ’ଧାର୍ଯ୍ୟ କରାଯାଇଥିଲା । କହିରଖୁଛୁ କି, 'ପୁଷ୍ପା ୨' 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା 2021 ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ତେବେ ପ୍ରଥମ ଭାଗ ପରି 2ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ