ETV Bharat / entertainment

'ବଡ଼େ ମିୟାଁ ଛୋଟେ ମିୟାଁ'ରୁ ସାମ୍ନାକୁ ଆସିଲା ପୃଥ୍ବୀରାଜଙ୍କ ଦମଦାର ଲୁକ, ଖଳନାୟକ ଭୂମିକାରେ ଆସିବେ ନଜର - Bade Miyan Chote Miyan

Bade Miyan Chote Miyan: ଟାଇଗର ଶ୍ରଫ ଏବଂ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ବଡ଼େ ମିୟାଁ ଛୋଟେ ମିୟାଁ'ରୁ ଖଳନାୟକଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 30, 2024, 2:12 PM IST

Bade Miyan Chote Miyan
Bade Miyan Chote Miyan

ହାଇଦ୍ରାବାଦ: ଟାଇଗର ଶ୍ରଫ ଏବଂ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ବଡ଼େ ମିୟାଁ ଛୋଟେ ମିୟାଁ'ର ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବର୍ତ୍ତମାନ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ପୃଥ୍ବୀରାଜ ସୁକୁମାରନଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଆଜି ତାଙ୍କର ଲୁକ ସାମ୍ନାକୁ ଆସିଥିବା ବେଳେ ଫଟୋରେ ଅଭିନେତାଙ୍କ ମୁହଁ ଦେଖାଯାଇନି ।

ଫିଲ୍ମ ନିର୍ମାତା ଖଳନାୟକର ଲୁକ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଆମର ଆକ୍ସନ ହିରୋଙ୍କ ଅଲ୍ଟିମେଟ ଆଣ୍ଟି ହିରୋ ଏଠି ଅଛନ୍ତି । ମୋଶନ ପୋଷ୍ଟରରେ ଅଭିନେତାଙ୍କୁ ବ୍ଲାକ ଲୁକରେ ଦେଖିବାକୁ ମିଳିଥିବା ବେଳେ ମୁହଁରେ ମାସ୍କ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଗତ ମାର୍ଚ୍ଚ 26ରେ ବଡେ ମିୟାଁ ଛୋଟେ ମିୟାଁର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଲିଡ଼ ରୋଲରେ ନଜର ଆସିଛନ୍ତି । ଏଥିରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସିଟିମାର ଆକ୍ସନ ସିନ ଭରପୁର ହୋଇ ରହିଛି।

ଏହା ମଧ୍ୟ ପଢନ୍ତୁ-‘ବଡ଼େ ମିୟାଁ ଛୋଟେ ମିୟାଁ' ଟ୍ରେଲର ରିଲିଜ, ଆକ୍ସନରେ ଫ୍ୟାନ୍ସଙ୍କୁ ଦିୱାନା କଲେ ଅକ୍ଷୟ ଓ ଟାଇଗର

ତେବେ ଏହି ଆକ୍ସନ୍ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଅଲି ଅବ୍ବାସ ଜାଫର ଦେଇଥିବା ବେଳେ ଜ୍ୟାକି ଭଗ୍ନାନୀ ଏବଂ ରକୁଲ ପ୍ରୀତ ସିଂଙ୍କ ପ୍ରଡକ୍ସନ ହାଉସ ପୂଜା ଏଣ୍ଟରଟେନମେଣ୍ଟ ଏହାର ପ୍ରଡ୍ୟୁସର ରହିଛି । ତେବେ ଏହି ଫିଲ୍ମ ଆଗାମୀ ଇଦ୍ (ଏପ୍ରିଲ୍ 10)ରେ ରିଲିଜ୍ ହେବାକୁ ଥିବା ସୂଚନା ରହିଛି । ତେବେ ଏହି ଫିଲ୍ମର ଲିଡ଼ କାଷ୍ଟିଂ ଭାବରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା ଏବଂ ମାନୁଶି ଚିଲର ନଜର ଆସିବେ। ଫିଲ୍ମରେ ଅନେକ ଆକ୍ସନ ସିନ ଥିବା ବେଳେ ଏହା ଅଲଗା ଅଲଗା ଲୋକେସନ ପାଇଁ ଅନେକ ସହରରେ ସୁଟିଂ କରାଯାଇଛି। ତେବେ ପ୍ରଥମଥର ପାଇଁ ଫ୍ୟାନ୍ସମାନେ ଅକ୍ଷୟ ଏବଂ ଟାଇଗରଙ୍କୁ ଏକାଠି ବଡ଼ ପରଦାରେ ଦେଖିବାକୁ ପାଇବେ । ଅଲି ଅବ୍ବାସ ଯେ ସଲମାନ ଖାନଙ୍କ ସହ ଭାରତ ଏବଂ ଟାଇଗର ଜିନ୍ଦା ହେ ଭଳି ଫିଲ୍ମ ଦେଇଛନ୍ତି ସେ ଏହି ଆକ୍ସନ୍ ଯୋଡିକୁ ଏକାଠି କାଷ୍ଟ କରିଛନ୍ତି । ତେବେ ଏହି ଦୁଇ ଜଣ ଷ୍ଟାର ତାଙ୍କ ଫିଲ୍ମ ପ୍ରମୋସନ କରୁଥିବା ବେଳେ ଆଇପିଏଲ୍ ଉଦଘାଟନୀ ସମାରୋହ ଏବଂ ହୋଲି ସେଲିବ୍ରେସନରେ ମଧ୍ୟ ଏକାଠି ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.