ETV Bharat / entertainment

ସର୍ଭାଇକଲ କ୍ୟାନ୍ସର ସଚେତନତାର ଆମ୍ୱାସଡର ହେବେନି ପୁନମ, ସ୍ପଷ୍ଟ କଲା କେନ୍ଦ୍ର

author img

By ETV Bharat Odisha Team

Published : Feb 8, 2024, 1:31 PM IST

Poonam Pandey: ନିକଟରେ ପୁନମ ପାଣ୍ଡେ ଗର୍ଭାଶୟ କର୍କଟ ସଚେତନତା କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ୱାସଡର ହୋଇପାରନ୍ତି ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ଗୁଜବ ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଅଭିନେତ୍ରୀ ପୁନମ ପାଣ୍ଡେ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କରି ଚର୍ଚ୍ଚାରେ ରହିଛନ୍ତି । ସେ ଫେବୃଆରୀ ୨ରେ ନିଜ ମୃତ୍ୟୁ ଖବର ଦେଇଥିଲେ । ପରେ ୩ ତାରିଖରେ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସେ ଏହି ମିଥ୍ୟା କହିଥିବା ସଫେଇ ଦେଇଥିଲେ । ଏହି ସମୟରେ ଖବର ସାମ୍ନାକୁ ଆସିଥିଲା ଯେ, ଅଭିନେତ୍ରୀ ଭାରତ ସରକାରଙ୍କ ଗର୍ଭାଶୟ କର୍କଟ ସଚେତନତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହୋଇପାରନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଗୁଜବକୁ ଖଣ୍ଡନ କରିଛି ।

ସୂଚନା ଅନୁସାରେ, ପୁନମ ପାଣ୍ଡେ ଗର୍ଭାଶୟ କର୍କଟ ସଚେତନତା କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଖବର ସାମ୍ନାକୁ ଆସିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଏନେଇ ସେ ଏବଂ ତାଙ୍କ ଟିମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଏହି ଗୁଜବ ଖବର ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ମନ୍ତ୍ରାଳୟର ଅଧିକାରୀମାନେ ବୁଧବାର(ଫେବୃଆରୀ ୭) ସ୍ପଷ୍ଟ କରି କହିଛନ୍ତି ଯେ, ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଗର୍ଭାଶୟ କର୍କଟ ଉପରେ ସରକାରଙ୍କ ଜାତୀୟ ସଚେତନତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ଭାବେ ବିବେଚନା କରାଯିବ ନାହିଁ ।

ସୂଚନା ଥାଉକି, ପ୍ରଥମେ ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁ ପରେ ଜୀବିତ ଥିବା କହିଥିଲେ ପୁନମ । ସେ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବାକୁ ଏପରି କରିଥିବା କହିଥିଲେ । ଯାହାପରେ ସବୁ ମହଲରୁ ଅଭିନେତ୍ରୀଙ୍କ ଏପରି ଉଦ୍ୟମକୁ ସମାଲୋଚନା କରାଯିବା ସହ ବିରୋଧ କରାଯାଇଥିଲା । ଏପରିକି ଅଭିନେତ୍ରୀଙ୍କ ଏହି ଉଦ୍ୟମକୁ 'ପବ୍ଲିସିଟି ଷ୍ଟଣ୍ଟ' କହି ମଧ୍ୟ ଟ୍ରୋଲ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ଏହାପରେ ପୁନମ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଓକିଲ ଅଲି କାଶିଫ ଖାନ ଦେଶମୁଖ ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ପୁନମଙ୍କ ନାଁରେ ମାମଲା ରୁଜୁ, ପବ୍ଲିସିଟି ଷ୍ଟଣ୍ଟକୁ ଖଣ୍ଡନ କଲେ ଅଭିନେତ୍ରୀ

ସେପଟେ 'ପବ୍ଲିସିଟି ଷ୍ଟଣ୍ଟ' କହି ଲୋକେ ଟ୍ରୋଲ କରିବା ପରେ ଅଭିନେତ୍ରୀ ସ୍ପଷ୍ଟୀକରଣ ଦେଇ 'ମୋତେ ପ୍ରଚାରର ଆବଶ୍ୟକତା ନାହିଁ' ବୋଲି କହିଥିଲେ । ସେ ଏକ ଭଲ ଉଦ୍ଦେଶ୍ୟ ନେଇ ଏହା କରିଥିବା କହିଥିଲେ । ସେପଟେ ଏକ ମିଡିଆ କମ୍ପାନୀ ମଧ୍ୟ ପୁନମଙ୍କ ସହ ଜଡ଼ିତ ମିଥ୍ୟା ମୃତ୍ୟୁ ଷ୍ଟଣ୍ଟରେ ସାମିଲ ଥିଲା । ପରେ ଏହି ଅଭିଯାନରେ ଅସଫଳ ଏବଂ ସମାଲୋଚନା ପରେ କମ୍ପାନୀ କ୍ଷମା ପ୍ରାର୍ଥନା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.