ETV Bharat / entertainment

ଜାକିର-ମହାଦେବନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ 'ଭାରତ ଆପଣମାନଙ୍କ ପାଇଁ ଗର୍ବିତ'

author img

By ETV Bharat Odisha Team

Published : Feb 5, 2024, 4:25 PM IST

Updated : Feb 5, 2024, 5:23 PM IST

Modi Congratulates Shankar-Zakir: ଜାକିର ହୁସେନ ଏବଂ ଶଙ୍କର ମହାଦେବନ ଗ୍ରାମୀ ପୁରସ୍କାର ପାଇ ସଫଳତା ହାସଲ କରିଛନ୍ତି । ଏନେଇ ବର୍ତ୍ତମାନ ସଙ୍ଗୀତକାରଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ

ଜାକିର-ମହାଦେବନଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ, କହିଲେ- 'ଭାରତ ଆପଣମାନଙ୍କ ପାଇଁ ଗର୍ବିତ'

ହାଇଦ୍ରାବାଦ: ୬୬ତମ ଗ୍ରାମୀ ଆୱାର୍ଡ ଶୋ'ରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ଲସ ଆଞ୍ଜେଲସରେ ଆୟୋଜିତ ଏହି ସମାରୋହରେ ତବଲା ବାଦକ ଜାକିର ହୁସେନଙ୍କ ସମେତ ବଲିଉଡର ଲୋକପ୍ରିୟ ଗାୟକ ଶଙ୍କର ମହାଦେବନ, ଜନ୍ ମ୍ୟାକଲାଉଲିନ୍, ଭି ସେଲଭାଗଣେଶ, ରାକେଶ ଚୌରାସିଆ ଏବଂ ଗଣେଶ ରାଜଗୋପାଲାନ ଗ୍ରାମୀ ପୁରସ୍କାର ଜିତିଛନ୍ତି । ଏହି ଅନ୍ତର୍ଜାତୀୟ ପୁରସ୍କାରରେ ଭାରତୀୟ ସଙ୍ଗୀତକାର ସଫଳତା ହାସଲ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଙ୍ଗୀତକାରଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ୍ସରେ ମୋଦି ଏକ ପୋଷ୍ଟ ସେୟାର କରି ସେଥିରେ ଲେଖିଛନ୍ତି, "ଏହି ସାନଦାର ବିଜୟ ପାଇଁ ଜାକିର ହୁସେନ, ଶଙ୍କର ମହାଦେବନ, ରାକେଶ ଚୌରାସିଆ, ଜନ୍ ମ୍ୟାକଲାଉଲିନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ସଙ୍ଗୀତ ପ୍ରତି ଆପଣଙ୍କ ଆଗ୍ରହ ବିଶ୍ୱକୁ ଜିତିଛି । ଭାରତ ଆପଣମାନଙ୍କ ପାଇଁ ଗର୍ବିତ । ଏହି ସଫଳତା ଆପଣଙ୍କ କଠିନ ପରିଶ୍ରମର ଫଳାଫଳ । ଯାହା ଆଗାମୀ ପୀଢିକୁ ପ୍ରେରଣା ଦେବ, ଫଳରେ ସେମାନେ ଭବିଷ୍ୟତରେ ସଙ୍ଗୀତ ଜଗତରେ ସମାନ ନାମ ସୃଷ୍ଟି କରିପାରିବେ ।"

ସେହିପରି ଏକ୍ସରେ ସଙ୍ଗୀତକାରଙ୍କୁ ଅଭିନନ୍ଦନ ଜଣାଇ ଅମିତ ଶାହା ଲେଖିଛନ୍ତି, 'ଭାରତର ସଙ୍ଗୀତମୟ ପରମ୍ପରା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଅମିତ ଶାହ ସମସ୍ତ ଗ୍ରାମୀ ବିଜେତାଙ୍କୁ ଟ୍ୟାଗ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଆହୁରି ଲେଖିଛନ୍ତି, 'ଆପଣମାନେ ଆପଣଙ୍କ ପ୍ରତିଭା ସହ ବିଶ୍ୱକୁ ପଛରେ ପକାଇ ଆମ ଦେଶ ଏବଂ ଆମର ସଂସ୍କୃତି ଐତିହ୍ୟକୁ ଗୌରବାନ୍ୱିତ କରିଛନ୍ତି ।" ସେପଟେ ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ଏ ଆର ରେହମାନ ମଧ୍ୟ ଗ୍ରାମୀ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ବିଜେତା ସଙ୍ଗୀତଜ୍ଞଙ୍କ ସହ ଏକ ସେଲଫି ଫଟୋ ସେୟାର କରି ଲେଖିଛନ୍ତି, "ଭାରତ ପାଇଁ ଗ୍ରାମୀ ବର୍ଷା ହେଉଛି । ଗ୍ରାମୀ ବିଜେତାଙ୍କୁ ଅଭିନନ୍ଦନ ।"

ଏହା ମଧ୍ୟ ପଢନ୍ତୁ: ଗ୍ରାମୀ ଆୱାର୍ଡରେ ବାଜି ମାରିଲା ଭାରତ, ଜାକିର-ମହାଦେବନଙ୍କ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ

ସୂଚନା ଥାଉ କି, ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ପିଏମ ମୋଦିଙ୍କ ଦ୍ୱାରା ଲିଖିତ ଗୀତ 'ଏବ୍ୟୁଡେନ୍ସ ଇନ ମିଲେଟ୍ସ' ଗ୍ଲୋବାଲ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗ ପାଇଁ ମନୋନୀତ ହୋଇଥିଲା । ପିଏମ ମୋଦିଙ୍କ ଦ୍ୱାରା ଲିଖିତ ଏହି ଗୀତ ୧୬ ଜୁନ୍ ୨୦୨୩ରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହି ବର୍ଗରେ ଜାକିର ହୁସେନଙ୍କ ଗୀତ 'ପାସ୍ତୋ' ଏହି ଆୱାର୍ଡ ଜିତିଥିଲା । ଜାକିର ଏହି ଶୋ' ୩ଟି ଗ୍ରାମୀ ପୁରସ୍କାର ହାସଲ କରିଛନ୍ତି । ଜାକିର ପାସ୍ତୋ ସମେତ 'ଏଜ ୱି ସ୍ପିକ' ଏବଂ 'ମୋସନ' ଗୀତ ପାଇଁ ପୁରସ୍କାର ହାସଲ କରିଛନ୍ତି । ରାକେଶ ଚୌରାସିଆ 'ପାସ୍ତୋ' ଏବଂ 'ମୋସନ' ଗୀତ ପାଇଁ ପୁରସ୍କାର ଜିତିଥିବା ବେଳେ ‘ଦିସ ମୁମେଣ୍ଟ’ ପାଇଁ ଶ୍ରେଷ୍ଠ ଶଙ୍କର ମହାଦେବନ, ଜନ୍ ମ୍ୟାକଲାଉଲିନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ ପୁରସ୍କାର ଜିତିଛନ୍ତି ।

Last Updated : Feb 5, 2024, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.