ETV Bharat / entertainment

ଓସ୍କାର ୨୦୨୪: 'ଓପେନହାଇମର-ପୋର୍ ଥିଙ୍ଗସ'ର ଜଲୱା, ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା

author img

By ETV Bharat Odisha Team

Published : Mar 11, 2024, 10:10 AM IST

Oscars 2024 Winners: ୯୬ତମ ଏକାଡେମୀ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା ହୋଇଛି । ଚଳିତ ବର୍ଷ ହଲିଉଡ ଫିଲ୍ମ 'ଓପେନହାଇମର ଏବଂ ପୁଅର ଥିଙ୍ଗସ' ବାଜି ମାରିଥିବା ବେଳେ ସର୍ବାଧିକ ଆୱାର୍ଡ ନିଜ ନାଁରେ କରିଛନ୍ତି । ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା,

ଓସ୍କାର ୨୦୨୪: 'ଓପେନହାଇମର-ପୁଅର ଥିଙ୍ଗସ'ର ଜଲୱା, ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା

ଲସ ଆଞ୍ଜେଲସ: ପ୍ରତିବର୍ଷ ପରି ଏଥର ମଧ୍ୟ ଓସ୍କାର ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ପୁରସ୍କାରର ଏହି ଇଭେଣ୍ଟ ମାର୍ଚ୍ଚ ୧୦ ତାରିଖ ଗତକାଲି ରାତିରେ କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଆୟୋଜିତ ହୋଇଛି । ତେବେ ଭାରତୀୟ ସମୟ ଅନୁଯାୟୀ ସୋମବାର(ଅର୍ଥାତ୍ ଆଜି ମାର୍ଚ୍ଚ ୧୧ ତାରିଖ) ସକାଳେ ଏହି ଶୋ' ଲାଇଭ ଡିଜ୍ନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିଲା । ତେବେ ୯୬ ତମ ଏକାଡେମୀ ପୁରସ୍କାର ବିଜେତାଙ୍କ ତାଲିକା ସାମ୍ନାକୁ ଆସିଛି । ଏହି ବର୍ଷ ପୁଣି ଥରେ ଜିମି କିମେଲ ଓସ୍କାର ପୁରସ୍କାରର ହୋଷ୍ଟ କରିଥିବା ବେଳେ ଶ୍ରେଷ୍ଠ ପିକ୍ଚର, ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀଙ୍କ ସମେତ ୨୦ରୁ ଅଧିକ ବର୍ଗ ପାଇଁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି । ଓସ୍କାର ୨୦୨୪ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା, ଦେଖନ୍ତୁ,

ବିଭିନ୍ନ ବର୍ଗରେ 'ଓପେନହାଇମର' ପାଇଁ ମୋଟ ୧୩ଟି ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ଖ୍ରୀଷ୍ଟୋଫର ନୋଲାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୭ଟି ଆୱାର୍ଡ ନିଜ ନାଁରେ କରିଛି । ସେହିପରି ହଲିଉଡ ଫିଲ୍ମ 'ପୁଅର ଥିଙ୍ଗସ' ୧୧ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ୪ଟି ଆୱାର୍ଡ ହାତେଇଛି । ସେପଟେ ଓସ୍କାରରେ ଜଲୱା ଦେଖାଇପାରିଲାନି ଭାରତୀୟ ଫିଲ୍ମ 'ଟୁ କିଲ ଏ ଟାଇଗର' । ଏହି ଫିଲ୍ମ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ମନୋନୀତ ହୋଇଥିବା ବେଳେ ଆୱାର୍ଡ ଜିତିପାରିଲା ନାହିଁ । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ '୨୦ ଇଜ ଇନ ମାରିୟୋପୋଲ' ଫିଲ୍ମ ଏହି ଆୱାର୍ଡ ହାତେଇଛି ।

ଓସ୍କାର ୨୦୨୪ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:-

  • ଶ୍ରେଷ୍ଠ ଫିଲ୍ମ- ଓପେନହାଇମର
  • ଶ୍ରେଷ୍ଠ ଅଭିନେତା- କିଲିୟନ ମର୍ଫି (ଓପେନହାଇମର)
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଖ୍ରୀଷ୍ଟୋଫର୍ ନୋଲନ (ଓପେନହାଇମର)
  • ଶ୍ରେଷ୍ଠ ସହ-ଅଭିନେତା- ରୋବର୍ଟ ଡାଉନି ଜୁନିଅର (ଓପେନହାଇମର)
  • ଶ୍ରେଷ୍ଠ ଫିଲ୍ମ ଏଡିଟିଂ- ଜେନିଫର ଲାମ (ଓପେନହାଇମର)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି- ଓପେନହାଇମର
  • ଶ୍ରେଷ୍ଠ ଅରିଜିନାଲ ସ୍କୋର- ଓପେନହାଇମର
  • ଶ୍ରେଷ୍ଠ ଅଭିନେତ୍ରୀ- ଏମା ଷ୍ଟୋନ୍ (ପୋର୍ ଥିଙ୍ଗସ)
  • ଶ୍ରେଷ୍ଠ ପୋଷାକ ଡିଜାଇନ- ହୋଲି ୱାଡିଙ୍ଗଟନ୍ (ପୋର ଥିଙ୍ଗସ)
  • ପ୍ରଡକ୍ସନ ଡିଜାଇନ- ଜେମ୍ସ ପ୍ରାଇଜ ଏବଂ ଶୋନା ହେଥ (ପୋର ଥିଙ୍ଗସ)
  • ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍- ପୋର ଥିଙ୍ଗସ
  • ଶ୍ରେଷ୍ଠ ଅରିଜିନାଲ ଗୀତ- ୱାଟ ୱାଜ ଆଇ ମେଡ ଫର୍ (ବାର୍ବି)
  • ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ- ଦ ଜୋନ ଅଫ ଇଣ୍ଟରେଷ୍ଟ (ୟୁକେ ଚଳଚ୍ଚିତ୍ର)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ- ଡ ୱାଇନ୍ ଆନନ୍ଦ ରାଣ୍ଡୋଲ୍ଫ (ଦ ହୋଲ୍ଡଓଭର୍ସ)
  • ଅରିଜିନାଲ୍ ସ୍କ୍ରିନ ପ୍ଲେ- ଜଷ୍ଟିନ ଟ୍ରେଟ୍ ଏବଂ ଆର୍ଥର ହରାରି (ଆନାଟୋମି ଅଫ ଏ ଫୋଲ)
  • ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ- ଗୋଡଜିଲ୍ଲା ମାଇନସ ୱାନ
  • ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର- ଦ ଲଷ୍ଟ ରିପେୟର ସୋପ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ- ୨୦ ଇଜ ଇନ ମାରିୟୋପୋଲ
  • ଲାଇଭ ଆକ୍ସନ ସର୍ଟ ଫିଲ୍ମ- ଦ ୱଣ୍ଡରଫୁଲ ଷ୍ଟୋରୀ ଅଫ ହେନେରୀ ସୁଗର
  • ଶ୍ରେଷ୍ଠ ଧ୍ୱନି- ଦ ଜୋନ ଅଫ ଇଣ୍ଟରେଷ୍ଟ

ଏହା ମଧ୍ୟ ପଢନ୍ତୁ: ଜାଣନ୍ତୁ ଏହି ସମ୍ମାନଜନକ ପୁରସ୍କାରର ନାଁ ପଛର କାରଣ ଏବଂ ଇତିହାସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.