ETV Bharat / entertainment

ଓସ୍କାର ୨୦୨୪: ଜାଣନ୍ତୁ ଏହି ସମ୍ମାନଜନକ ପୁରସ୍କାରର ନାଁ ପଛର କାରଣ ଏବଂ ଇତିହାସ

author img

By ETV Bharat Odisha Team

Published : Mar 10, 2024, 4:49 PM IST

Oscars 2024: ଆଜି ମାର୍ଚ୍ଚ ୧୦ରେ ଅନୁଷ୍ଠିତ ହେବ ଓସ୍କାର ୨୦୨୪ । ଏହି ଅବସରରେ ଫିଲ୍ମରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ତେବେ ଏହି ବିଶେଷ ସମ୍ମାନ ପୁରସ୍କାର ନାଁ ପଛର କାରଣ ଏବଂ ଏହା କେବେ ଠାରୁ ଆରମ୍ଭ ହୋଇଛି ? ଜାଣନ୍ତୁ ଏହାର ଇତିହାସ

ଓସ୍କାର ୨୦୨୪: ଜାଣନ୍ତୁ ଏହି ସମ୍ମାନଜନକ ପୁରସ୍କାରର ନାଁ ପଛର କାରଣ ଏବଂ ଇତିହାସ
ଓସ୍କାର ୨୦୨୪: ଜାଣନ୍ତୁ ଏହି ସମ୍ମାନଜନକ ପୁରସ୍କାରର ନାଁ ପଛର କାରଣ ଏବଂ ଇତିହାସ

ହାଇଦ୍ରାବାଦ: ଆଜି କାଲି, ଓସ୍କାର ପୁରସ୍କାର ବିଷୟରେ ସବୁଆଡେ ଚର୍ଚ୍ଚା ହେଉଛି । ଚଳିତ ବର୍ଷ ମାର୍ଚ୍ଚ ୧୦ ଅର୍ଥାତ ଆଜି କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଓସ୍କାର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ଏହି ସମ୍ମାନରେ ଆଜି ଦେଶ ବିଦେଶର ଅନେକ ଫିଲ୍ମ ଏବଂ ତାରକା ସମ୍ମାନିତ ହେବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ରହିଛନ୍ତି ବିଶ୍ୱବାସୀ । ଏକାଡେମୀ ପୁରସ୍କାର ଯଥା ଓସ୍କାର ପୁରସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର । ଏହି ପୁରସ୍କାର ଆମେରିକାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥାଏ । ତେବେ ଏକାଡେମୀ ପୁରସ୍କାର ଟ୍ରଫିକୁ ଓସ୍କାର କୁହାଯାଏ ଏବଂ ଏହାର ଟ୍ରଫି କିପରି ଆରମ୍ଭ ହେଲା ? ଜାଣନ୍ତୁ

ଓସ୍କାର ଟ୍ରଫି କିପରି ତିଆରି ହେଲା ?

୧୯୨୭ ମସିହାରେ, ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଅନେକ କଳାକାରଙ୍କୁ ଓସ୍କାର ପୁରସ୍କାର ଟ୍ରଫି ପାଇଁ ସେମାନଙ୍କର ଡିଜାଇନ୍ ଉପସ୍ଥାପନ କରିବାକୁ କହିଥିଲେ, ଯାହା ପରେ ଶିଳ୍ପୀ ଜର୍ଜ ଷ୍ଟେନଲିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍କୁ ପସନ୍ଦ କରାଯାଇଥିଲା । ଏହି ଟ୍ରଫି ଧାତୁରେ ନିର୍ମିତ । ଏଥିରେ ଥିବା ପ୍ରତିମୂର୍ତ୍ତି ଉପରେ ସୁନାର ଏକ ସ୍ତର ଅଛି । ଏହି ଓସ୍କାର ଟ୍ରଫିର ଲମ୍ବ 13.5 ଇଞ୍ଚ ଏବଂ ଓଜନ 8.5 ପାଉଣ୍ଡ ଯଥା 3.85 କିଲୋଗ୍ରାମ ଅଟେ ।

ପୁରସ୍କାରର ନାଁ ଓସ୍କାର କାହିଁକି ରଖାଗଲା ?

ଆଜି ସାରା ବିଶ୍ୱରେ ଲୋକମାନେ ଏହି ପୁରସ୍କାରକୁ ଓସ୍କାର ପୁରସ୍କାର ନାମରେ ଜାଣିଛନ୍ତି, କିନ୍ତୁ ଏହାର ପ୍ରକୃତ ନାମ ହେଉଛି 'ଏକାଡେମୀ ପୁରସ୍କାର ଅଫ୍ ମେରିଟ୍' । ଏହି ପୁରସ୍କାର ଶୋ' ପ୍ରଥମେ ୧୬ ମଇ ୧୯୨୯ରେ ଆୟୋଜିତ ହୋଇଥିଲା । ପ୍ରଥମ ଓସ୍କାର ସମାରୋହ ଆମେରିକାର ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଯାହାକି ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏକାଡେମୀ ପୁରସ୍କାର ଟ୍ରଫି 'ଓସ୍କାର' ନାମରେ ଏକାଡେମୀ ଲାଇବ୍ରେରିଆନ ମାର୍ଗେଟ ହେରେକଙ୍କ ସମ୍ମାନାର୍ଥେ କରାଯାଇଛି । ଏହି ଟ୍ରଫି ତାଙ୍କ ମାମୁଁ ଓସ୍କାର ଭଳି ଲାଗୁଥିବା ନେଇ ସେ ଏହାର ନାମ ଓସ୍କାର ରଖିଥିଲେ ।

ଏହି ଦିନ ଠାରୁ ଆରମ୍ଭ ହେଲା ଓସ୍କାର ଶୋ'

ଏହା ୧୯୨୭ରେ ଆରମ୍ଭ ହୋଇଥିଲା । ଏନେଇ ମୋଶନ୍ ପିକର୍ଚ୍ସ ଇଣ୍ଡଷ୍ଟ୍ରିର କିଛି ଲୋକ ଭାବିଥିଲେ ଯେ, ସିନେମା ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ଲୋକଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରିବେ । ମିଡିଆ ରିପୋର୍ଟ ଅନୁଯାୟୀ, ସେହି ଦିନ ଏମଜିଏମ ଷ୍ଟୁଡିଓର ମୁଖ୍ୟ ଥିଲେ ଲୁଇସ ବି ମେୟର । ସେ ଅଭିନେତା କନରାଡ ନାଗେଲ, ନିର୍ଦ୍ଦେଶକ ଫ୍ରେଡ ନିବ୍ଲୋ ଏବଂ ନିର୍ମାତା ଫ୍ରିଡ ବିଟସନଙ୍କ ସହ ଆଲୋଚନା କରିଥିଲେ ଏବଂ ଏଠାରୁ ଓସ୍କାର ପୁରସ୍କାରର ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ କ୍ଲିକରେ ଜାଣନ୍ତୁ ଓସ୍କାରର ଚୟନ ପ୍ରକ୍ରିୟା

୩୬ ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ଓସ୍କାର

ଏମଜିଏମ ଷ୍ଟୁଡିଓର ମୁଖ୍ୟ ଲୁଇସ ବି ମେୟରଙ୍କ କଥାକୁ ଅନ୍ୟ ଲୋକମାନେ ମଧ୍ୟ ପସନ୍ଦ କରିଥିଲେ । ଶେଷରେ ସିନେମା ସହି ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ଏହା ଏକ ଭଲ ପଦକ୍ଷେପ ବୋଲି କହିଥିଲେ । ତା’ପରେ ସେହି ବର୍ଷ, ଜାନୁଆରୀ ୧୧, ୧୯୨୭ରେ, କାଲିଫର୍ଣ୍ଣିଆର ଆମ୍ବାସାଡର ହୋଟେଲରେ ଏକ ଡିନର ପାର୍ଟି ଅନୁଷ୍ଠିତ ହୋଇଥିଲା । ଏହି ପାର୍ଟୀରେ ମୋଟ ୩୬ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓସ୍କାର ପୁରସ୍କାର ପାଇଁ ଏକ ସଂଗଠନ ଗଠନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା ଏବଂ ଡଗଲାସ୍ ଫେୟାରବ୍ୟାଙ୍କ ଅଧ୍ୟକ୍ଷତାରେ ସଂଗଠନର ଅଫିସ୍ ଧାରକମାନେ ନିର୍ବାଚିତ ହୋଇଥିଲେ । ଏହା ପରେ, ମେ ୧୧, ୧୯୨୭ରେ, ଓସ୍କାର ପୁରସ୍କାରର ଏହି ସଂଗଠନକୁ ଏକ ଏନଜିଓ ଭାବରେ ଘୋଷିତ କରାଯାଇଥିଲା । ଏହି ସଂଗଠନରେ ଅଭିନେତା, ନିର୍ଦ୍ଦେଶକ, ଲେଖକ ଏବଂ ଟେକ୍ନିସିଆନମାନଙ୍କର ଏକ ଶାଖା ଗଠନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମନୋନୀତ କଳାକାରଙ୍କୁ କୋଟିଏ ଟଙ୍କାର ଉପହାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.