ETV Bharat / entertainment

ଓସ୍କାର ୨୦୨୪: କିଏ ମାରିବ ବାଜି ? ଭାରତରେ ଏଇଠି ଦେଖିପାରିବେ ଲାଇଭ - Oscar 2024 Live Streaming in India

Oscar 2024 Live Streaming in India: ୯୬ ତମ ଏକାଡେମୀ ପୁରସ୍କାର ନେଇ ସାରା ବିଶ୍ୱର ନଜର ରହିଛି । ଆଜି ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖ ରାତିରେ କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଭାରତରେ ଦର୍ଶକମାନେ ଏହି ପୁରସ୍କାର ଉତ୍ସବ କେବେ, କିପରି ଏବଂ କେଉଁଠାରେ ଓସ୍କାର ପୁରସ୍କାର ୨୦୨୪ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ? ଜାଣନ୍ତୁ,

ଓସ୍କାର ୨୦୨୪: କିଏ ମାରିବ ବାଜି? ଭାରତରେ ଏଇଠି ଦେଖିପାରିବେ ଲାଇଭ

author img

By ETV Bharat Odisha Team

Published : Mar 10, 2024, 5:07 PM IST

ହାଇଦ୍ରାବାଦ: ଆଉ ମାତ୍ର ଅଳ୍ପ ସମୟର ଅପେକ୍ଷା । ଆରମ୍ଭ ଦେବକୁ ଯାଉଛି ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ ଓସ୍କାର ପୁରସ୍କାର ୨୦୨୪ । ଓସ୍କାର ପୁରସ୍କାର ହେଉଛି ଦୁନିଆର ଅନ୍ୟତମ ସମ୍ମାନଜନକ ପୁରସ୍କାର, ଯାହାକୁ ସମସ୍ତଙ୍କ ନଜର ରହିଥାଏ । ଆଜି ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖ ରାତିରେ କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଆୟୋଜିତ ହେବ । ଆଜି (ରବିବାର)ର ରାତିରେ ଆମେରିକାରେ ରେଡ କାର୍ପେଟ ଇଭେଣ୍ଟ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ତେବେ ଭାରତୀୟ ସମୟ ଅନୁଯାୟୀ ସୋମବାର(କାଲି ଅର୍ଥାତ୍ ମାର୍ଚ୍ଚ ୧୧ ତାରିଖ) ସକାଳେ ଏହି ଶୋ' ଦେଖିପାରିବେ ଭାରତୀୟ ଦର୍ଶକ ।

ଭାରତର ଦର୍ଶକମାନେ ନିଜ ଘରେ ଓସ୍କାର ୨୦୨୪ ମଧ୍ୟ ଦେଖିପାରିବେ, କାରଣ ଡିଜନି ପ୍ଲସ୍ ହଟଷ୍ଟାର ଏହାକୁ ଷ୍ଟ୍ରିମିଂ ହେବ । ମାର୍ଚ୍ଚ ୧୧, ସୋମବାର ଦିନ ଭୋର ୪ଟାରୁ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଲାଇଭ ଦେଖିପାରିବେ । ଆଜି ଆମେରିକାରେ ଆୟୋଜିତ ହେବାକୁ ଥିବା ଏହି ଶୋ'ରେ ହଲିଉଡ ଅଭିନେତା ଜିମି କିମେଲ ଚତୁର୍ଥ ଥର ପାଇଁ ହୋଷ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି । କହିରଖୁଛୁ କି, ୯୬ତମ ଏକାଡେମୀ ପୁରସ୍କାର ରାଜ କପୁର, ମଲ୍ଲିକ ମ୍ୟାକନର୍ନି ଏବଂ କେଟି ମଲାନଙ୍କ ଦ୍ୱାରା ନିର୍ମିତ । ଏକାଡେମୀ ଅଫ ମୋଶନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଅଫ୍(ଓସ୍କାର) ପୁରସ୍କାର ସିନେମା ସହ ଜଡିତ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସମ୍ମାନିତ କରେ ।

ଏହି ଫିଲ୍ମ ଓସ୍କାର ପାଇଁ ହୋଇଛି ମନୋନୀତ

ଜାନୁଆରୀ ୨୩ରେ ଓସ୍କାର ୨୦୨୪ ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ନାମାଙ୍କନ ତାଲିକାରେ ହଲିଉଡ ଫିଲ୍ମ 'ଓପେନହାଇମର' ସର୍ବାଧିକ ୧୩ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଭାରତୀୟ ଫିଲ୍ମ ଭାବେ ନିଶା ପାହୁଜାଙ୍କ 'ଟୁ କିଲ ଏ ଟାଇଗର'କୁ ମନୋନୀତ କରାଯାଇଛି । ସେହିପରି ୧୧ଟି ବର୍ଗରେ ହଲିଉଡ ଫିଲ୍ମ 'ପୁଅର ଥିଙ୍ଗସ', ୧୦ଟି ବର୍ଗରେ 'କିଲର୍ସ ଅଫ ଦ ଫ୍ଲାଭାର ମୁନ' ଏବଂ ୮ଟି ବର୍ଗରେ 'ବାର୍ବି' ମନୋନୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଲ୍ମ ରେସରେ 'ବାର୍ବି ଓ ଓପେନହାଇମର', ଦେଖନ୍ତୁ ପୁରା ତାଲିକା

ଭାରତୀୟ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ 'ଟୁ କିଲ ଏ ଟାଇଗର'

ଭାରତୀୟ ଫିଲ୍ମ 'ଟୁ କିଲ ଏ ଟାଇଗର' ବିଷୟରେ କହିବାକୁ ଗଲେ, ଦିଲ୍ଲୀରେ ଜନ୍ମିତ ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ 'ଟୁ କିଲ୍ ଏ ଟାଇଗର' ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ଝାଡଖଣ୍ଡରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବଂ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପରିବାରର ଏକ ସତ ଘଟଣା ଉପରେ ପ୍ରସ୍ତୁତ କରାଯାଇଛି । ଓସ୍କାରରେ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ 'ଟୁ କିଲ୍ ଟାଇଗର' ମନୋନୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଏହି ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ମନୋନୀତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.