ETV Bharat / entertainment

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଭେଟି, ନିର୍ମାଣ ହେବ ଫିଲ୍ମ ସିଟି - Odia Film Industry budget

author img

By ETV Bharat Odisha Team

Published : Jul 26, 2024, 3:29 PM IST

Odia Industry: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । ଏଥିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଚଳିତ ବଜେଟର ମୋଟ ୨୦ କୋଟି ଟଙ୍କା ବ୍ୟୟବରାଦ ରହିଛି । ଅଧିକ ପଢନ୍ତୁ

ରାଜ୍ୟ ବଜେଟ୍; ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦ କୋଟି ବ୍ୟୟବରାଦ ସହ ଫିଲ୍ମ ସିଟି ହେବ ନିର୍ମାଣ
ରାଜ୍ୟ ବଜେଟ୍; ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦ କୋଟି ବ୍ୟୟବରାଦ ସହ ଫିଲ୍ମ ସିଟି ହେବ ନିର୍ମାଣ (Etv Bharat Odisha)

ହାଇଦ୍ରାବାଦ: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି । ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ଏଥିରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାରେ ଏକ ଫିଲ୍ମ ସିଟି ନିର୍ମାଣ ହେବା ସହ ଚଳିତ ବଜେଟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ ରହିଛି । ଯାହାକୁ ନେଇ ସିନେ ଇଣ୍ଡଷ୍ଟ୍ରିରେ ଖୁସିର ଲହରୀ ଖେଳିଯାଇଛି ।

ସିନେ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ: ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟରେ ନିର୍ମାଣ ହେବ ଫିଲ୍ମ ସିଟି । ଏଥିସହ କଳିଙ୍ଗ ଷ୍ଟୁଡିଓ ପୁନଃବିକାଶ ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଓଡ଼ିଆ କଳାକାର ପାଇଁ ଏକ ନୂଆ ଆଶା ଭରି ଦେଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ନିକଟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଥିଲେ । ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ମନ୍ତ୍ରୀଙ୍କୁ ଭେଟି ସିନେମା ଶିଳ୍ପର ବିକାଶ ଦିଗରେ ଆଲୋଚନା ସହ ପ୍ରତିଶୃତି ପରେ ପଲିସି କାର୍ଯ୍ୟକାରୀ ସହ ଓଡିଆ ଇଣ୍ଡଷ୍ଟ୍ରିର ବିକାଶ ଦିଗରେ ବିଭିନ୍ନ ଦାବି ନେଇ ଆଲୋଚନା କରିଥିଲେ । ଯାହା ପରେ ରାଜ୍ୟ ସରକାର ପ୍ରତିଶୃତି ଦେଇ ସମସ୍ତ ଦାବି ଉପରେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଏହା ଅନୁଯାୟୀ ବର୍ତ୍ତମାନ ରାଜ୍ୟ ବଜେଟରେ ମୋହନ ସରକାର ୨୦ କୋଟି ବ୍ୟୟବରାଦ କରିଛନ୍ତି ଏବଂ ଓଡ଼ିଶାରେ ଏକ ଫିଲ୍ମ ସିଟି ନିର୍ମାଣ କରାଯିବା ସହ ଫିଲ୍ମ ପ୍ରସ୍ତୁତି ପାଇଁ ଷ୍ଟୁଡିଓର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି, ବଦଳିବ ଓଲିଉଡ ଇଣ୍ଡଷ୍ଟ୍ରିର ରୂପରେଖ

ଏହି କ୍ରମରେ ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହେବ ନବକଳେବର ହେବା ସହ ରାଜ୍ୟରେ ଖୁବଶୀଘ୍ର ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି ଲାଗୁ କରାଯିବ ବୋଲି ମଧ୍ୟ ଆଶା କରାଯାଉଛି । ଯାହା ଫଳରେ ବର୍ତ୍ତମାନ ଓଡ଼ିଶାରେ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହ ପୁଣିଥରେ ବଢିବ ଏବଂ ଯଦି ନୂଆ ସିନେ ଷ୍ଟୁଡିଓ ବା ଫିଲ୍ମ ସିଟି ରାଜ୍ୟରେ କରାଯିବ । ତେବେ ଆଉ ସିନେ କଳାକାରଙ୍କୁ ବାହାରକୁ ଯାଇ ସୁଟିଂ ପାଇଁ ହଇରାଣ ହେବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.