ETV Bharat / entertainment

ଫିଲ୍ମ ଫ୍ରାଇଡରେ ଓଡ଼ିଆ ଫିଲ୍ମ 'ତୁ ମୋ କମଜୋରୀ' ରିଲିଜ, ନିଆରା ପ୍ରେମ କାହାଣୀ ଦେଖିବେ ଦର୍ଶକ - ODIA FILM TU MO KAMJORI RELEASE

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ତୁ ମୋ କମଜୋରୀ' । ରାଜ୍ୟର ୨୨ଟି ପ୍ରେକ୍ଷାଳୟରେ ଫିଲ୍ମ ମୁକ୍ତିଲାଭ କରିଛି ।

odia film tu mo kamjori release
odia film tu mo kamjori release (ETV Bharat Odisha)
author img

By ETV Bharat Entertainment Team

Published : Nov 23, 2024, 10:52 AM IST

ଭୁବନେଶ୍ୱର: ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ତୁ ମୋ କମଜୋରୀ' । ସ୍ଵାତି ହଲରେ ଚଳଚିତ୍ରର ପ୍ରିମିୟର ହୋଇଛି । ସେହିପରି ସାରା ଓଡ଼ିଶାରେ୨୨ଟି ପ୍ରେକ୍ଷାଳୟରେ ଏହି ଚଳଚିତ୍ର ମୁକ୍ତିଲାଭ କରିଛି ବୋଲି ପ୍ରଯୋଜକ ସୁରେଶ ସାହୁ କହିଛନ୍ତି । ସୁପ୍ରିମ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଭିନ୍ନ ପ୍ରେମ କାହାଣୀ ଦେଖିବାକୁ ପାଇବେ ଦର୍ଶକ । କରୋନା ସମୟରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ଅନେକ ଦିନ ପରେ ଆଜି ପରଦାକୁ ଆସିଛି । ଲୋକେ ଏହାକୁ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ।

odia film tu mo kamjori release (ETV Bharat Odisha)

୨୨ଟି ହଲରେ ରିଲିଜ 'ତୁ ମୋ କମଜୋରୀ'

ସିନେମା "ତୁ ମୋ କମଜୋରୀ" ସାରା ଓଡ଼ିଶାର ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବ ସହ ମୌଳିକ କାହାଣୀ ଉପରେ ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ହୋଇଥବା ବେଳେ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ପ୍ରଯୋଜକ। ବିଶେଷ କରି ସଂଗୀତ ବେଶ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଛି । ଫିଲ୍ମଟି "ତୁ ମୋ କମଜୋରୀ" ଭୁବନେଶ୍ୱର ସ୍ୱାତୀ,Inox, Cinepolis ସହିତ କଟକ,ବ୍ରହ୍ମପୁର, ଆସ୍କା,ଭବାନୀପାଟଣା,କୋରାପୁଟ,ଅନୁଗୁଳ, ରାୟଗଡା,ବେଗୁନିଆପଡା, ଉମରକୋଟ,ଭଦ୍ରକ, ଯାଜପୁର ରୋଡ଼, ଯାଜପୁର ଟାଉନ, ପାରାଦୀପ, ଢେଙ୍କାନାଳ,ନବରଙ୍ଗପୁର,ଚାନ୍ଦବାଲି ଏବଂ କେନ୍ଦୁଝର ସହିତ ୨୨ ଟି ହଲରେ ରିଲିଜ ହେଉଥିବା ବେଳେ ଆଗାମୀ ସପ୍ତାହରେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ସହିତ ମୁମ୍ବାଇ, ଗୁଜୁରାଟ ଏବଂ ବିଦେଶରେ ମଧ୍ୟ ପ୍ରଦର୍ଶିତ କରାଯିବ ବୋଲି ପ୍ରଯୋଜକ ସୁରେଶ ସାହୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍କୁଲ ଜୀବନୀ ସ୍ମୃତି ନେଇ ନିର୍ମିତ ଓଡ଼ିଆ ଫିଲ୍ମ 'ସ୍କୁଲ ଡ଼ାଏରୀ'ର ଶୁଭ ମହୁରତ

'ତୁ ମୋ କମଜୋରୀ' ଷ୍ଟାରକାଷ୍ଟ

ଆଶୁତୋଷ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ । ଏଥିରେ ପ୍ରଯୋଜକ ସୁରେଶ ସାହୁ, ସହ-ପ୍ରଯୋଜିକା ଭାର୍ଗବୀ ତ୍ରିପାଠୀ ରହିଛନ୍ତି । ଲଭ, ରୋମାନ୍ସ ଓ ପାରିବାରିକ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବା ବେଳେ ତ୍ରୀକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ରାକେଶ ଦେଓ, ଅନୁଭା ଓ ଲିପିକା । ନୃତ୍ୟ କୋରିଓଗ୍ରାଫର ଅଛନ୍ତି ନିଜେ ମୁଖ୍ୟ ଅଭିନେତା ରାକେଶ ଦେଓ, ଏଡିଟର ଅଛନ୍ତି ରଞ୍ଜନ ଖାଟୋଇ । ଅନ୍ୟ ଭୂମିକାରେ ଅନୁଭା, ରତନ ମେହେର, ଅଶ୍ରୁମୋଚନ ମହାନ୍ତି, ସ୍ମୃତି ନଟିଆ, ସଚିନ, ଆଶିଷ, ସୁଶାନ୍ତ, ଯୋଗେଶ ଯୋଜ ପ୍ରମୁଖ ଅଭିନୟ କରିଛନ୍ତି । ଏଥିସହ ଏହି ଫିଲ୍ମରେ ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନ ରେ ୬ଟି ଗୀତ ରହିଛି ବୋଲି ସିନେମାର କ୍ରିଏଟିଭ ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । କଣ୍ଠଶିଳ୍ପୀ ଦୀପ୍ତିରେଖା, ହ୍ୟୁମାନ ସାଗର, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି । ଗୀତ ଗୁଡିକୁ ରଚନା କରିଛନ୍ତି ବସନ୍ତ ରାଜ ସାମଲ, ସୁବ୍ରତ ସ୍ୱାଇଁ ଏବଂ ନିର୍ମଳ ନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.