ETV Bharat / entertainment

ଗଣେଶ ପୂଜାରେ ଜମିବ ମାହୋଲ; ମୁକ୍ତିଲାଭ କରିବ ପାରିକରିବେ ଭୋଳାଶଙ୍କର 3 - ODIA FILM PARIKARIBE BHOLASANKAR 3

author img

By ETV Bharat Odisha Team

Published : Sep 6, 2024, 5:42 PM IST

Odia Film Parikaribe Bhola Sankar 3 Release: ରାତି ପାହିଲେ ଗଣେଶ ପୂଜା । ଯାହାକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । ଏହି ଅବସରରେ ରିଲିଜ ହେବାକୁ ଯାଉଛି 'ପାରିକରିବେ ଭୋଳାଶଙ୍କର 3' । ଏହି ଫିଲ୍ମ ଛୋଟ ପରଦାରେ ରିଲିଜ ହେବାକୁ ଯାଉଥିବା ବେଳେ ପୂଜାର ମାହୋଲକୁ ଦ୍ୱିଗୁଣ କରିବ ବୋଲି ଆଶା କରାଯାଉଛି । କେବେ ରିଲିଜ ହେବ ଫିଲ୍ମ ଏବଂ କାହାଣୀ କ'ଣ ? ଜାଣନ୍ତୁ

ଗଣେଶ ପୂଜାରେ ଜମିବ ମାହୋଲ; ମୁକ୍ତିଲାଭ କରିବ ଚଳଚ୍ଚିତ୍ର 'ପାରିକରିବେ ଭୋଳାଶଙ୍କର 3'
ଗଣେଶ ପୂଜାରେ ଜମିବ ମାହୋଲ; ମୁକ୍ତିଲାଭ କରିବ ଚଳଚ୍ଚିତ୍ର 'ପାରିକରିବେ ଭୋଳାଶଙ୍କର 3' (ETV Bharat Odisha)

ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଯାହାକୁ ନେଇ ପ୍ରସ୍ତୁତି ସରିଥିବା ବେଳେ ଏବେ ଠୁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର । ଏପରି ସମୟରେ ରିଲିଜ ହେବାକୁ ଯାଉଛି 'ପାରିକରିବେ ଭୋଳାଶଙ୍କର 3' । ଏହି ଫିଲ୍ମ ଛୋଟ ପରଦା ଜୀ ସାର୍ଥକରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭକ୍ତ ଓ ଭଗବାନର କାହାଣୀ ଦେଖିବେ ଦର୍ଶକ । ଯାହାକୁ ଉତ୍ସାହିତ ରହିଛନ୍ତି କଳାକାର ଏବଂ ସିନେପ୍ରେମୀ ।

ଏହି ଦିନ ରିଲିଜ ହେବ 'ପାରିକରିବେ ଭୋଳାଶଙ୍କର 3'

ଶିବଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଶ୍ରଦ୍ଧା ଥିବା ଜଣେ ଭକ୍ତର କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର 'ପାରିକରିବେ ଭୋଳାଶଙ୍କର 3' ଗଣେଶ ପୂଜାରେ ମୁକ୍ତିଲାଭ କରିବ । ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମ ରବିବାର ଦିନ ଅର୍ଥାତ୍ 8 ତାରିଖ ଦିନ ଟିଭି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି 'ପାରିକରିବେ ଭୋଳା ଶଙ୍କର ୩' । ତେବେ ଫିଲ୍ମରେ ଜଣାଶୁଣା କଳାକାର ଅଭିନୟ କରିଥିବା ବେଳେ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ।

'ପାରିକରିବେ ଭୋଳାଶଙ୍କର 3' କାହାଣୀ

ଏହି ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବା ସହିତ ରୁଚିକର ମଧ୍ୟ ରହିଛି । ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଦିନରେ ଶଙ୍କର ନାମରେ ଜଣେ ଶିଶୁ ଗାଁର ଶିବ ମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ । ଗାଁ ଲୋକଙ୍କ ଭଲପାଇବା ଦ୍ଵାରା ବଡ଼ ହୋଇ ସେ ମନ୍ଦିରର ସୁରକ୍ଷା କର୍ତ୍ତା ଭାବରେ ପରିଣତ ହୁଏ । ଗାଁ ମନ୍ଦିରରେ ରହିଥାଏ ଏକ ଦିବ୍ୟମଣୀ ଯାହାକୁ ହାତେଇବାକୁ ପରାଶର ନାମକ ଜଣେ ତନ୍ତ୍ର ମନ୍ତ୍ର ସାଧକ ନିଜର ଅହରହ ଚେଷ୍ଟା ଜାରି ରଖିଥାଏ କିନ୍ତୁ ସବୁ ଯୋଜନା ଶଙ୍କର ଥାଉ ଥାଉ ବିଫଳ ହୁଏ । ଶେଷରେ ଅଖଣ୍ଡ କୁଚକ୍ରାନ୍ତ କରି କଳା ଯାଦୁର ପ୍ରୟୋଗ କରି ଶଙ୍କର ଏକ ତନ୍ତ୍ର ମନ୍ତ୍ର ସାଧକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ । କିଛି ବର୍ଷ ପରେ ପୁଣି ଅଖଣ୍ଡ ମଣି ଚୋରି କରିବାର ଯୋଜନା ସମୟରେ ପୁଣି ଫେରିଆସେ ଶଙ୍କର । ତେବେ ଶଙ୍କର କ'ଣ ତାକୁ ରୋକି ପାରିବ ? ଶଙ୍କରକୁ ଏହି କାମ ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଛି ଓ ଶେଷରେ କ'ଣ ହେଉଛି ଫିଲ୍ମ ମାଧ୍ୟମରେ ଜାଣିବାକୁ ପାଇବେ ଦର୍ଶକ ।

ଏହା ମଧ୍ୟ ପଢନ୍ତୁ: Actor Manoj Mishra: 'ଆଇ ଲଭ ୟୁ-ଟୁ' ଫିଲ୍ମ ନିର୍ମାତାଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିଟର୍ଣ୍ଣସ'

'ପାରିକରିବେ ଭୋଳାଶଙ୍କର 3' ଷ୍ଟାରକାଷ୍ଟ

ଫିଲ୍ମରେ ମୁଖ୍ୟ ଅଭିନେତା ରହିଛନ୍ତି ରାଜ ରାଜେଶ । ତାଙ୍କ ସହିତ ମୁମୀତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ରହିଛନ୍ତି । ଫିଲ୍ମର କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା, ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ ଗୀତକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ । ଗୀତ ଗୁଡିକୁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି । ଏହା ଚଳଚିତ୍ରକୁ ନେଇ ପ୍ରଯୋଜନା ସଂସ୍ଥାର ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବା ପରି କାହାଣୀ ହୋଇଛି ତେଣୁ ଆଗ ଭଳି ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିବେ ଓ ଭଲପାଇବା ମଧ୍ୟ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.