ETV Bharat / entertainment

ଅଧା ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ନୂଆ ଓଡ଼ିଆ ଫିଲ୍ମ 'ହାଫ୍ ଲଭ୍ ଷ୍ଟୋରୀ', ରିଲିଜ ହେଲା ଅଡ଼ିଓ - HALF LOVE STORY AUDIO RELEASE

ଓଡ଼ିଆ ଫିଲ୍ମ 'ହାଫ୍ ଲଭ୍ ଷ୍ଟୋରୀ' ଅଡ଼ିଓ ରିଲିଜ ହୋଇଛି । ଅଧା ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଖୁବଶୀଘ୍ର ପରଦାକୁ ଆସିବ ।

Odia Film Half Love Story
Odia Film Half Love Story (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 7:11 PM IST

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ପରଦାକୁ ଆସିବ ନୂଆ ଓଡ଼ିଆ ଫିଲ୍ମ "ହାଫ୍ ଲଭ୍ ଷ୍ଟୋରୀ'' । ନଭେମ୍ବର ୧୫ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ ଚଳଚ୍ଚିତ୍ର 'ହାଫ ଲଭ ଷ୍ଟୋରୀ' । ତେବେ ମୁକ୍ତିଲାଭ ପୂର୍ବରୁ ଅଧା ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଫିଲ୍ମର ଅଡିଓ ରିଲିଜ ହୋଇଛି । ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଅଡିଓର ରିଲିଜ ହୋଇଛି । ଏହି ସମୟରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଏବଂ ନିର୍ମାତା ସାମିଲ ହୋଇଥିଲେ ।

Odia Film Half Love Story (ETV Bharat Odisha)

ଏହି ତାରକା ଆସିବେ ନଜର

ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନାରେ ପ୍ରଭାତ କୁମାର ପ୍ରଧାନ ଥିବା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତା ସୁନୀଲ ଥିବା ବେଳେ ଅଭିନେତ୍ରୀ ଅଛନ୍ତି ମନସ୍ଵିନୀ ଓ କୁକିଜ । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ,ବବି ମିଶ୍ର । ଗୀତ ଗୁଡ଼ିକର କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ,ଅସୀମା ପଣ୍ଡା ।

'ହାଫ୍ ଲଭ୍ ଷ୍ଟୋରୀ' କାହାଣୀ

ଫିଲ୍ମର କାହାଣୀ କହିବାକୁ ଗଲେ, ଏକ ମଫସଲ ଗାଁ ର ବାପା ମାଆ ଛେଉଣ୍ଡ ଯୁବକ ଶିବୁ । ଗାଁ ରେ ମାମୁଁଙ୍କର ଡାଲି ଚାଉଳ ଦୋକାନଟିଏ । ହରିଆ ତାର ଘନିଷ୍ଠ ବନ୍ଧୁ। ପଡୋଶୀ ଗାଁର ଝିଅକୁ ଦେଖି ଶିବୁ ପସନ୍ଦ କରିଛି ଏବଂ ମନେ ମନେ ଭଲ ପାଇବସିଛି । ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଛି । ଝିଅ ମଧ୍ୟ ରାଜି ହୋଇଯାଇଛି । ମାମୁଁ, ମାଇଁଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି । ତଥାପି ମାମୁଁ ମାଇଁଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି । ଶିବୁ ଝିଅ ସହିତ ପୁଣି ଥରେ ଦେଖା ହେବା ପରେ ସବୁ କଥା କହିଛି ହେଲେ ଝିଅ କହେ ଆଉ ପ୍ରସ୍ତାବ ନୁହଁ ଚାଲ ସିଧା ମନ୍ଦିରରେ ଆମେ ବାହା ହେଇଯିବା । ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣ ଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂ କୁ ନେଇ ମାମୁଁ ଘରକୁ ଆସିଛି । ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ । ତେବେ କାହାଣୀରେ ଟ୍ୱିଷ୍ଟ କଣ ରହିଛି ତାହା ଫିଲ୍ମ ଦେଖିଲେ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: 'ଖୋକା ଭାଇ ତୁମ ପାଇଁ' ଦେଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ, ସିନେମା ଶିଳ୍ପର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.