ETV Bharat / entertainment

ଉତ୍ତରକାଶୀରେ ଷ୍ଟାର ଦମ୍ପତି ସବ୍ୟ-ଅର୍ଚ୍ଚିତା, ବାଜା ବଜାଇ ପାଛୋଟି ନେଲେ ଗ୍ରାମବାସୀ - Odia Star Couple at Uttarkashi

author img

By ETV Bharat Odisha Team

Published : Jul 14, 2024, 10:37 PM IST

Sabyasachi And Archita at Uttarkashi: ଉତ୍ତରକାଶୀ ସାଲଡ ଗ୍ରାମରେ ଓଲିଉଡ ଷ୍ଟାର ଦମ୍ପତିଙ୍କୁ ଦେଖିବାକୁ ମିଳିଛି । ଯେଉଁ ମନ୍ଦିରକୁ ଲୋକଲୋଚନକୁ ଆଣି ଚର୍ଚ୍ଚାରେ ରହିଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା, ପୁଣି ଥରେ ସେହି ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Sabyasachi And Archita
Sabyasachi And Archita (ETV Bharat Odisha)

ଡେରାଡୁନ: ଉତ୍ତରକାଶୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଷ୍ଟାର ଦମ୍ପତି । ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ସାଲ୍‌ଡ ଗ୍ରାମରେ ପହଞ୍ଚିବା ମାତ୍ରେ ଉଭୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମବାସୀ । ସେଠାରେ ସେମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୂଚନା ଅନୁସାରେ, ଆଜି(ରବିବାର) ପାଖାପାଖି ୪ଟା ୩୦ ମିନିଟ ସମୟରେ କରୁଣାଘାଟି ନିକଟ ସାଲ୍‌ଡ ଗ୍ରାମରେ ପହଞ୍ଚିଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ସେମାନଙ୍କୁ ଦେଖିବା ପରେ ଗ୍ରାମବାସୀମାନେ ଅତି ଆନନ୍ଦ ଉଲ୍ଲାସର ସହ ଢୋଲ, ବାଜା ବଜାଇ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ଭବ୍ୟ ସ୍ବାଗତ ଜଣାଇଥିଲେ ।

ଅଭିନେତ୍ରୀ ଅର୍ଚ୍ଚିତା ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ଏଠାକୁ ଆସିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲି । ସବୁ ଅପେକ୍ଷାର ଅନ୍ତ ହୋଇଛି । ଆଜି ଏଠାକୁ ଆସି ମୁଁ ବହୁତ ଖୁସି ।" ମନ୍ଦିରର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଏହି ସିନେ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଗନ୍ନାଥ ମନ୍ଦିର ସମିତି ଅଧ୍ୟକ୍ଷ କୁଲଦୀପ ନେଗୀ । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ କେକେ ଜୋଶୀ, ସାଲ୍‌ଡର ଗ୍ରାମର ସଞ୍ଜୁ ନେଗୀ, ପ୍ରେମବଲ୍ଲଭ ନୌଟିୟାଲ, ସତ୍ୟପ୍ରସାଦ, ବଳରାମ ନୌଟିୟାଲ, ଆନନ୍ଦଣୀ ସେମୱାଲ ପ୍ରମୁଖ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ବାଜିଲା "ମେରି ଇଷ୍ଟ ଦେବ ଜଗନ୍ନାଥ ତେରୀ ଜୟ ଜୟ କାରା", ଶାଶୁଘରକୁ ବିଦା ହେଲେ ଅର୍ଚ୍ଚିତା

କହିରଖୁଛୁ, ଗତ ବର୍ଷ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିରକୁ ଲୋକଲୋଚନକୁ ଆଣିଥିଲେ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା । ଏହି ମନ୍ଦିର ବହୁ ପୁରାତନ ହୋଇଥିବାବେଳେ ଅବହେଳିତ ଅବସ୍ଥାରେ ରହିଥିଲା । ହେଲେ ଏହା ଲୋକଲୋଚନକୁ ଆସିବା ପରେ ଏହାର ବିକାଶ ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏହି ଷ୍ଟାର ଦମ୍ପତି ମନ୍ଦିରକୁ ଲୋକଲୋଚନକୁ ଆଣିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ବର୍ତ୍ତମାନ ପୁଣି ଥରେ ଉଭୟ ସେଠାକୁ ଯାଇ ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଭଗବାନଙ୍କ ଆଶୀର୍ବାଦ ଲାଭ କରି ଏହି ଦମ୍ପତି ଖୁସି ବ୍ୟକ୍ତ କରିଥିବାବେଳେ ଗ୍ରାମବାସୀମାନେ ସେମାନଙ୍କୁ ଖୁବ ଆଦରରେ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଉତ୍ତରାଖଣ୍ଡ ସମେତ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି ଏହି ଷ୍ଟାର ଦମ୍ପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.