ହାଇଦ୍ରାବାଦ: ମାଆ ଏପରି ଏକ ଅନୁଭବ ଯାହା ପିଲାମାନଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଲାଦିନରୁ ସେମାନେ ବଡ ହେବା ପର୍ଯ୍ୟନ୍ତ ନିଜ ପିଲାମାନଙ୍କୁ ସବୁ ବିପଦ ଆପଦରୁ ରକ୍ଷା କରେ ମାଆ । ଜଣେ ମାଆ ସବୁ ବାଧାବିଘ୍ନ କଷ୍ଟ ସହି ଶିଶୁର ଜୀବନକୁ ଉନ୍ନତ କରିଥାଏ । ଏପରିକି ମାଆର ପ୍ରେମକୁ ଚଳଚ୍ଚିତ୍ରରେ ମଧ୍ୟ ବହୁତ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି । ତେବେ ପରଦାରେ ମାଆ ପ୍ରତି ଭଲପାଇବା ଦେଖାଉଥିବା କିଛି ସେଲିବ୍ରିଟି ଏମିତି ଅଛନ୍ତି, ଯିଏ ବାସ୍ତବ ଜୀବନରେ ମଧ୍ୟ ନିଜ ପିଲାମାନଙ୍କୁ ଏକାକି ପାଳନ ପୋଷଣ କରିଛନ୍ତି ଏବଂ ମାଆର କର୍ତ୍ତବ୍ୟ ଖୁବ ଭଲରେ ପାଳନ କରିଛନ୍ତି ।
![ଚନ୍ଦ୍ରଚୂଡ଼ ସିଂଙ୍କ ପୋଷ୍ଟ](https://etvbharatimages.akamaized.net/etvbharat/prod-images/12-05-2024/21448000_1.jpg)
ଏହି ସେଲିବ୍ରିଟିଙ୍କ ତାଲିକାରେ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ତୁଷାର କପୁର ଭଳି ତାରକା ଯିଏ ବିବାହ ନ କରି ମଧ୍ୟ ପିଲାଙ୍କ ଏକାକୀ ଯତ୍ନ ନେଇଛନ୍ତି । ଏମାନେ ବାପାର କର୍ତ୍ତବ୍ୟ ସହ ମାଆର କର୍ତ୍ତବ୍ୟ ମଧ୍ୟ ବେଶ ଭଲ ଭାବେ ନିର୍ବାହ କରୁଛନ୍ତି । ସେହିପରି ଏହି ତାଲିକାରେ ଅଭିନେତା ଚନ୍ଦ୍ରଚୂଡ ସିଂ, ରାହୁଲ ଦେବ ଏବଂ ବୋନି କପୁର ମଧ୍ୟ ରହିଛନ୍ତି । ଯିଏ ସ୍ତ୍ରୀଙ୍କ ଦେହାନ୍ତ ପରେ ନିଜ ପିଲାଙ୍କୁ ବାପା ସହ ମାଆର ଭଲପାଇବା ଦେଇଛନ୍ତି ।
କରଣ ଜୋହର
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର, ଯିଏ ପରଦାରେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ପାରିବାରିକ ସମ୍ପର୍କର ପରିଭାଷାକୁ ବେଶ ଭଲଭାବେ ବୁଝାଇ ଆସିଛନ୍ତି ଯାହା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛି । ତେବେ ଫିଲ୍ମ ପରି ସେ ବାସ୍ତବ ଜୀବନରେ ମଧ୍ୟ ନିଜ ପରିବାର ପ୍ରତି ବେଶ ଯତ୍ନବାନ ଅଟନ୍ତି । କରଣ ଜୋହର ଏପର୍ଯ୍ୟନ୍ତ ବିବାହିତ ନୁହଁନ୍ତି, କିନ୍ତୁ ସେ ସରୋଗେସି ମାଧ୍ୟମରେ ଆଜି ଦୁଇଟି ସନ୍ତାନର ପିତା ଅଟନ୍ତି । ସେ ଏକାକୀ ପିଲାଙ୍କ ଲାଳନପାଳନ କରିଆସିଛନ୍ତି । କରଣ ସରୋଗେସି ମାଧ୍ୟମରେ ୨୦୧୭ ମସିହାରେ ଯାଆଁଳା ଶିଶୁ ୟଶ ଏବଂ ରୋହିଙ୍କ ପିତା ହୋଇଥିଲେ ।
ତୁଷାର କପୁର
ଏହି ତାଲିକାରେ ବଲିଉଡ ଅଭିନେତା ତୁଷାର କପୁରଙ୍କ ନାମ ମଧ୍ୟ ଅଛି । ତୁଷାର ମଧ୍ୟ ଅବିବାହିତ । କିନ୍ତୁ ସେ ଏବେ ଜଣେ ଶିଶୁଙ୍କ ପିତା ଅଟନ୍ତି । 'ଗୋଲମାଲ' ଅଭିନେତା ୨୦୧୬ରେ ତାଙ୍କ ପୁଅ ଲକ୍ଷ୍ୟଙ୍କ ପିତା ହୋଇଥିଲେ । ଲକ୍ଷ୍ୟ ମଧ୍ୟ ସରୋଗେସି ସାହାଯ୍ୟରେ ଜନ୍ମ ହୋଇଛନ୍ତି । ତୁଷାରଙ୍କ ପୁଅ ବର୍ତ୍ତମାନ ୭ ବର୍ଷର ଥିବାବେଳେ ଅଭିନେତା ଏକାକୀ ପିତା ସହ ଜଣେ ମାଆ ଭାବେ ତା'ର ସବୁ ଦାୟିତ୍ୱ ତୁଲାଉଛନ୍ତି ।
ଚନ୍ଦ୍ରଚୂଡ଼ ସିଂ
ଏକ ସମୟରେ ଚନ୍ଦ୍ରଚୂଡ଼ ସିଂଙ୍କ ଅଭିନୟର ଆକର୍ଷଣ ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ ଥିଲା । ସେ 'ଜୋସ୍', 'କିୟା କେହନା' ଏବଂ 'ମାଚିସ୍' ପରି ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିଲେ । କିଛି ବର୍ଷ ପୂର୍ବେ ସେ ୱେବ୍ ସିରିଜ୍ 'ଆର୍ଯ୍ୟ' ସହ ପୁଣି ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିଥିଲେ । ଚନ୍ଦ୍ରଚୂଡ଼ ସିଂ ବଡ ପରଦାରେ ଜଣେ ଭଲ ଅଭିନେତା ଯେପରି ସେ ବାସ୍ତବ ଜୀବନରେ ଜଣେ ଭଲ ପିତା ଅଟନ୍ତି । ସେ ମଧ୍ୟ ସେହି ବଲିଉଡ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କ ପୁଅକୁ ଏକାକୀ ପାଳନ କରିଛନ୍ତି । ସେ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇ ପୁଅକୁ ଏକୁଟିଆ ପାଳୁଛନ୍ତି ।
ରାହୁଲ ଦେବ
ରାହୁଲ ଦେବ ବଡ ପରଦାରେ ସବୁଠାରୁ ବଡ ଭିଲେନ ବାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ହୁଏତ ପରଦାରେ ଖଳନାୟକ ହୋଇପାରନ୍ତି, କିନ୍ତୁ ବାସ୍ତବ ଜୀବନରେ ଜଣେ ବହୁତ ଭଲ ବାପା । ତାଙ୍କ ପତ୍ନୀ ରୀନା ଦେବଙ୍କ ଦେହାନ୍ତ ପରେ ସେ ପୁଅ ସିଦ୍ଧାର୍ଥ ଦେବଙ୍କୁ ଏକାକି ଲାଳନପାଳନ କରିଛନ୍ତି । ସେ ନିଜ ପୁଅ ପାଇଁ ବାପାର କର୍ତ୍ତବ୍ୟ ସହ ମାଆଙ୍କ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ବୋନି କପୁର
ଚଳଚ୍ଚିତ୍ର ନିର୍ମାତା ହେବା ବ୍ୟତୀତ ବୋନି କପୁର ମଧ୍ୟ ଭଲ ବାପା ଅଟନ୍ତି । ଭେଟେରାନ ଅଭିନେତ୍ରୀ ତଥା ବୋନିଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀ ଏବଂ ପ୍ରଥମ ପତ୍ନୀ ମୋନା ଶୌରି କପୁରଙ୍କ ବିୟୋଗ ପରେ ଏବେ ବୋନି, ଶ୍ରୀଦେବୀଙ୍କ ଦୁଇ ଝିଅ ଖୁସି କପୁର, ଜାହ୍ନବୀ କପୁର ଏବଂ ମୋନାଙ୍କ ଦୁଇଟି ପୁଅ ଝିଅ ଅର୍ଜୁନ କପୁର ଓ ଅଂଶୁଲା କପୁରଙ୍କ ପାଇଁ ଉଭୟ ପିତାମାତା କର୍ତ୍ତବ୍ୟ ତୁଲାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିଶ୍ବ ମାତୃ ଦିବସ: ମା'ର ତ୍ୟାଗ ଆଗରେ ନତମସ୍ତକ ସାରା ଜଗତ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ