ETV Bharat / entertainment

ପରଲୋକରେ ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲ୍ୟୁକ

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲ୍ୟୁକଙ୍କ ଦେହାନ୍ତ ହୋଇଛି । ସେ ଆମେରିକାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି ।

mithun chakrabortys first wife helena luke passes away
mithun chakrabortys first wife helena luke passes away (Photo: A still from Mard, ANI)
author img

By ETV Bharat Entertainment Team

Published : 19 hours ago

ହାଇଦ୍ରାବାଦ: ଭେଟେରାନ ହିନ୍ଦୀ ସିନେମା ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲ୍ୟୁକଙ୍କ ଦେହାନ୍ତ ହୋଇଛି । ନଭେମ୍ୱର 3 ଅର୍ଥାତ୍ ରବିବାର ହେଲେନା ଆମେରିକାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା । କୁହାଯାଉଛି ଯେ ହେଲେନା ଆମେରିକାରେ ରହୁଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଏହା ସତ୍ତ୍ୱେ ସେ ଡାକ୍ତରଙ୍କ ସହ ପରାମର୍ଶ ନେଇନଥିଲେ । ଫଳରେ ସେ ଗତକାଲି ଆଖି ବୁଜିଛନ୍ତି ।

ବିବାହର 4 ମାସ ପରେ ମିଥୁନଙ୍କ ସହ ଛାଡପତ୍ର

ଅଭିନେତ୍ରୀ ସାରିକାଙ୍କ ସହ ବ୍ରେକଅପ୍ ପରେ ମିଥୁନ ମଡେଲ ତଥା ଅଭିନେତ୍ରୀ ହେଲେନା ଲୁକଙ୍କୁ ପ୍ରେମରେ ପଡିଥିଲେ । ପରେ ଦୁହେଁ 1979 ରେ ବିବାହ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ବିବାହର 4 ମାସ ପରେ ଦୁହେଁ ଛାଡପତ୍ର ହୋଇଥିଲେ । ଏହା ପରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ । ହେଲେନା ଆଓଁ ପ୍ୟାର କରେଁ, ଦୋ ଗୁଲାବ ଏବଂ ସାଥ ସାଥ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: 63 ବର୍ଷ ବୟସରେ ଆଖି ବୁଜିଲେ ଫ୍ୟାଶନ ଡିଜାଇନର ରୋହିତ ବଲ

ଅମିତାଭଙ୍କ ସହ ଫିଲ୍ମ 'ମର୍ଦ'ରେ ନଜର ଆସିଥିଲେ

ହେଲେନା ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଫିଲ୍ମ 'ମର୍ଦ'ରେ ମଧ୍ୟ କାମ କରିଥିଲେ । ଏଥିରେ ସେ ବ୍ରିଟିଶ ରାଣୀ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିପାଇଁ ସେ ଲୋକପ୍ରିୟତା ହାସଲ କରିଥିଲେ। ତେବେ ପରେ ସେ ଚଳଚ୍ଚିତ୍ର ଛାଡି ନ୍ୟୁୟର୍କ ପଳାଇଥିଲେ । ଯେଉଁଠାରେ ସେ ଡେଲଟା ଏୟାରଲାଇନ୍ସରେ ବିମାନ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ମିଥୁନ ଠାରୁ ଅଲଗା ହେବା ପରେ ହେଲେନା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର 4 ମାସର ବିବାହ ବିଚ୍ଛେଦ ବିଷୟରେ କହିଥିଲେ । ସେ କହିଥିଲେ ଯେ, 'ମୁଁ ଚାହୁଁଥିଲି କି ଏହା କେବେ ହୋଇ ନଥାନ୍ତା । ମିଥୁନ ମୋତେ ବିଶ୍ୱାସ କରାଇଥିଲେ ଯେ ଆମେ ପରସ୍ପର ପାଇଁ ତିଆରି ହୋଇଥିଲୁ କିନ୍ତୁ ଏହା ଅଧିକ ସମୟ ରହିପାରିଲା ନାହିଁ ।' ତେବେ ତାଙ୍କ ବିଯୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ କନ୍ନଡ଼ ନିର୍ଦ୍ଦେଶକ ଗୁରୁପ୍ରସାଦ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.