ETV Bharat / entertainment

ମିସ୍ ୱାର୍ଲ୍ଡ ୨୦୨୪: ହ୍ୟୁମାନିଟାରିଆନ ଆୱାର୍ଡ ପାଇଲେ ନୀତା ଅମ୍ୱାନୀ, ପ୍ରଶଂସା କଲେ ଦେଶୀ ଗାର୍ଲ

author img

By ETV Bharat Odisha Team

Published : Mar 10, 2024, 3:17 PM IST

Miss World 2024: ମିସ୍ ୱାର୍ଲ୍ଡ ୨୦୨୪ ଇଭେଣ୍ଟରେ ହ୍ୟୁମାନିଟାରିଆନ ପୁରସ୍କାର ପାଇଲେ ନୀତା ଅମ୍ବାନୀ । ଯାହାକୁ ନେଇ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କର ବେଶ ପ୍ରଶଂସା କରିଛନ୍ତି ।

ମିସ୍ ୱାର୍ଲ୍ଡ ୨୦୨୪: ହ୍ୟୁମାନିଟାରିଆନ ଆୱାର୍ଡ ପାଇଲେ ନୀତା ଅମ୍ୱାନୀ, ପ୍ରଶଂସା କଲେ ଦେଶୀ ଗାର୍ଲ
ମିସ୍ ୱାର୍ଲ୍ଡ ୨୦୨୪: ହ୍ୟୁମାନିଟାରିଆନ ଆୱାର୍ଡ ପାଇଲେ ନୀତା ଅମ୍ୱାନୀ, ପ୍ରଶଂସା କଲେ ଦେଶୀ ଗାର୍ଲ

ହାଇଦ୍ରାବାଦ: ମାର୍ଚ୍ଚ ୯, ଶନିବାର ରାତିରେ ୭୧ ତମ ମିସ୍ ୱାର୍ଲ୍ଡର ବିଜେତା ଘୋଷିତ ହୋଇଛି । ମିସ୍ ୱାର୍ଲ୍ଡ ୨୦୨୪ର ବିଜୟ ମୁକୁଟ ନିଜ ନାଁରେ କରିଛନ୍ତି କ୍ରିଷ୍ଟିନା ପିଜକୋଭା । ଏହି କାର୍ଯ୍ୟକ୍ରମରେ ନୀତା ଅମ୍ୱାନୀଙ୍କୁ ହ୍ୟୁମାନିଟାରିଆନ ପୁରସ୍କାର ପ୍ରଦାନ କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ୨୦୦୦ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିବା ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନୀତାଙ୍କ ଖୁବ ପ୍ରଶଂସା କରିବା ସହ ଏହି ଇଭେଣ୍ଟ ନେଇ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ସୂଚନା ଥାଉ କି, ମୁମ୍ୱାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ୭୧ ତମ ମିସ୍ ୱାର୍ଲ୍ଡ ଫାଇନାଲ ଶୋ' ଆୟୋଜିତ କରାଯାଇଥିଲା । ଯେଉଁଥିରେ ୧୧୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା । ଏହି ସମୟରେ ନୀତା ଅମ୍ୱାନୀ ଏବଂ ମିସ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନର ସିଇଓ ଜୁଲିଆ ମୋର୍ଲିଙ୍କ ପ୍ରଶଂସା କରିଛନ୍ତି ପ୍ରିୟଙ୍କା । ଏଥିସହ ସେ ତାଙ୍କ ଜୀବନରେ 'ଉଦ୍ଦେଶ୍ୟ' ଶବ୍ଦର ଅର୍ଥ କଣ ସେ ବିଷୟରେ ବି ବର୍ଣ୍ଣନା କରିଛନ୍ତି । କେବଳ ଏତିକି ନୁହଁ ପ୍ରିୟଙ୍କା କିପରି ତାଙ୍କ ପିତାମାତା ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା ପାଇଁ କିପରି ସେମାନଙ୍କର ଜ୍ଞାନକୁ ବ୍ୟବହାର କରିଥିଲେ ସେ ବିଷୟରେ ଆଲୋଚନା କରିଛନ୍ତି । ଏଥିସହ ସେ ନାରୀତ୍ୱର ଆଭିମୁଖ୍ୟ ନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି । ସେ ଏଥିରେ ନୀତାଙ୍କ ପ୍ରଶଂସାରେ କହିଛନ୍ତି, ଗତ କିଛି ବର୍ଷ ଧରି ନୀତା ଅମ୍ବାନୀଙ୍କୁ ଜାଣିବାର ସୌଭାଗ୍ୟ ପାଇଛି । ସେ ହେଉଛନ୍ତି ଏପରି ଜଣେ ମହିଳା ଯାହାକୁ ମୁଁ ସବୁ ଜିନିଷ ପାଇଁ ପ୍ରଶଂସା କରେ ଏବଂ ସମ୍ମାନ କରେ । ଗତ କିଛି ବର୍ଷ ଧରି ମୁଁ ତାଙ୍କର ବିଭିନ୍ନ ପ୍ରୟାସ ମାଧ୍ୟମରେ ଅନେକ ଜିନିଷ ଉପରେ ତାଙ୍କର ଗଭୀର ପ୍ରଭାବ ଦେଖିଛି । ସେ ଭାରତୀୟ କଳାର ସମର୍ଥକ ଏବଂ ରକ୍ଷକ ଅଟନ୍ତି ।

ସେହିପରି ମିସ ୱାର୍ଲ୍ଡ ଅର୍ଗାନାଇଜେସନର ଚେୟାରମ୍ୟାନ ତଥା ସିଇଓ ଜୁଲିଆ ମୋର୍ଲିଙ୍କୁ ପ୍ରଶଂସା କରି ପ୍ରିୟଙ୍କା କହିଛନ୍ତି, ''୨୦୦୦ ମସିହାରେ ଯେତେବେଳେ ମୁଁ କେବଳ ଏଥିରେ ପ୍ରତିଯୋଗୀ ଭାବେ ନୁହେଁ ବରଂ ମିସ୍ ୱାର୍ଲ୍ଡର ମୁକୁଟ ପିନ୍ଧିବାର ସୁଯୋଗ ପାଇଥିଲି, ସେତେବେଳେ ମୁଁ ଶ୍ରୀମତୀ ମର୍ଲିଙ୍କ ଏକ ସୌନ୍ଦର୍ଯ୍ୟ ସହ ଉଦ୍ଦେଶ୍ୟ (BeautyWithaPurpose)ର ଧାରଣା ସହ ପରିଚିତ ହୋଇଥିଲି, ଯିଏ ଆମକୁ ମନେ ପକାଇ ଦେଇଛନ୍ତି ଯେ ମିସ୍ ୱାର୍ଲ୍ଡ ଟାଇଟଲ୍ କେବଳ ଭଲ ଦେଖାଯିବା ବିଷୟରେ ନୁହେଁ, ଏହା ଆମର ଆଭ୍ୟନ୍ତରୀଣ କର୍ତ୍ତବ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ପ୍ଲାଟଫର୍ମ ବ୍ୟବହାର କରିବା ବିଷୟରେ ଅଟେ । ବର୍ତ୍ତମାନ ମୁଁ ମଧ୍ୟ ସେହି ମହିଳାମାନଙ୍କ ମଧ୍ୟରେ ନିଜର ଯାତ୍ରା ଜାରି ରଖିବା ନେଇ ବହୁତ ଭାଗ୍ୟବାନ ମନେ କରୁଛି, ଯେଉଁମାନେ ସେମାନଙ୍କର ଶକ୍ତି, ସୌନ୍ଦର୍ଯ୍ୟ ଏବଂ ବିଶ୍ୱକୁ ପରିବର୍ତ୍ତନ କରିବା ଭଳି କ୍ଷମତାରେ ନାରୀତ୍ୱର ଆଭିମୁଖ୍ୟକୁ ପୁଣି ପରିଭାଷିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିସ ୱାର୍ଲ୍ଡର ତାଜ ପିନ୍ଧିଲେ ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.