ETV Bharat / entertainment

ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ; କୋଲକାତା କାଣ୍ଡ ଉପରେ ପୋଷ୍ଟ ପରେ ମିଳିଛି ଚେତାବନୀ - Mimi Chakraborty Rape Threat

author img

By ETV Bharat Odisha Team

Published : Aug 21, 2024, 1:26 PM IST

Mimi Chakraborty Rape Threat: ପୂର୍ବତନ ଟିଏମସି ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ ମିଳିଛି । କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଏଭଳି ଧମକ ଦିଆଯାଇଛି । ଅଧିକ ପଢନ୍ତୁ,

ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ; କୋଲକାତା କାଣ୍ଡ ଉପରେ ପୋଷ୍ଟ ପରେ ମିଳିଛି ଚେତାବନୀ
ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ; କୋଲକାତା କାଣ୍ଡ ଉପରେ ପୋଷ୍ଟ ପରେ ମିଳିଛି ଚେତାବନୀ (ANI)

ହାଇଦ୍ରାବାଦ: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ସମଗ୍ର ଦେଶକୁ ସ୍ତବ୍ଧ କରିଛି । ଅଗଷ୍ଟ 9 ହୋଇଥିବା ଏହି ଘଟଣାକୁ ବର୍ତ୍ତମାନ ଦୁଇ ସପ୍ତାହ ବିତିଥିଲେ ହେଁ ପ୍ରତିବାଦ କମିବାର ନନେଉନି । ସାରା ଦେଶରେ ଘଟଣାକୁ ବିରୋଧ କରିବା ସହ ନାରୀଙ୍କ ସୁରକ୍ଷା ନେଇ ଆନ୍ଦୋଳନ ଜୋର ଧରିଛି । ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏନେଇ ବଲିଉଡରୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟିମାନେ ମଧ୍ୟ ସ୍ୱର ଉଠାଇଛନ୍ତି । ଏହି ତାଲିକାରେ ବଙ୍ଗାଳୀ ଚଳଚ୍ଚିତ୍ର ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିବା ବେଳେ କିନ୍ତୁ ଏହା ତାଙ୍କୁ ମହଙ୍ଗା ପଡିଛି । ଅଭିନେତ୍ରୀଙ୍କୁ ଓଲଟା ଦୁଷ୍କର୍ମ ଧମକ ମିଳିଛି । ମିମି ଚକ୍ରବର୍ତ୍ତୀ କୋଲକାତା ମାମଲାରେ ପୋଷ୍ଟ କରିବା ପରେ ଏହି ଧମକ ମିଳିଥିବା ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

ମିମିଙ୍କୁ ଦୁଷ୍କର୍ମ ଧମକ

ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ମିମି ସୋସିଆଲ ମିଡିଆ ଏକ୍ସରେ ଧମକପୂର୍ଣ୍ଣ ପୋଷ୍ଟର ସ୍କ୍ରିନସର୍ଟ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ମିମି ତାଙ୍କ ପୋଷ୍ଟରେ କହିଛନ୍ତି ଯେ କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଷ୍ଟ କରିବା ପରେ ତାଙ୍କୁ ଓଲଟି ଦୁଷ୍କର୍ମ ଧମକ ଏବଂ ଅଶ୍ଳୀଳ ବାର୍ତ୍ତା ମିଳୁଛି । ମିମି ତାଙ୍କ ପୋଷ୍ଟରେ କୋଲକାତା ପୋଲିସର ସାଇବର ସେଲ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ''ଆମେ ମହିଳାମାନଙ୍କ ପାଇଁ ଦାବି କରୁଛୁ । ମହିଳାଙ୍କ ସହ ଭିଡରେ ଠିଆ ହୋଇଥିବା ଏବଂ ମାସ୍କ ପଛରେ ଲୁଚି ରହିଥିବା ଏପରି କିଛି ପୁରୁଷ ରହିଛନ୍ତି ଯେଉଁମାନେ ଏପରି ଦୁଷ୍କର୍ମ ଧମକ ଦେଉଛନ୍ତି । କେଉଁ ଶିକ୍ଷା ଏହା ଅନୁମତି ଦିଏ?''

ମିମିଙ୍କୁ ସମର୍ଥନ କଲେ ଫ୍ୟାନ୍ସ

ମିମିଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସ ତାଙ୍କୁ ସମର୍ଥନ କରିଛନ୍ତି ଏବଂ ତାହ୍କର ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ଜଣେ ମହିଳା ସାଂସଦ ମଧ୍ୟ ଦୁଷ୍କର୍ମ ଧମକ ପାଉଛନ୍ତି, ଏହା ଚିନ୍ତାର ବିଷୟ । ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ଆମ ମା, ଭଉଣୀ ଏବଂ ଝିଅମାନେ ଦେଶରେ ଆଉ ସୁରକ୍ଷିତ ନୁହଁନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ପୁରୁଷମାନଙ୍କର ମାନସିକତା ନଷ୍ଟ ହେଲାଣି ।

ଏହା ମଧ୍ୟ ପଢନ୍ତୁ: କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-'ଆମେ କେଉଁ ସ୍ୱାଧୀନତା ପାଇଛୁ ?'

ମିମି ଚକ୍ରବର୍ତ୍ତୀଙ୍କ ବିଷୟରେ କହିବାକୁ ଗଲେ,

ସୂଚନା ଥାଉ କି, ମିମି ଚକ୍ରବର୍ତ୍ତୀ 2014 ରୁ 2019 ପର୍ଯ୍ୟନ୍ତ ଟିଏମସି ପାର୍ଟିରୁ ସାଂସଦ ରହିଆସିଛନ୍ତି । ସେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଆସନରୁ ସାଂସଦ ହୋଇଥିଲେ । ମିମି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ତାଙ୍କ ପୋଷ୍ଟ ସହିତ ଲାଇମଲାଇଟରେ ରହିଥା’ନ୍ତି । ଅଗଷ୍ଟ 14 ରେ, ମିମି କୋଲକାତା ମାମଲା ବିରୋଧରେ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ, ଯାହା ପରେ ତାଙ୍କୁ ଧମକ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.