ହାଇଦ୍ରାବାଦ: ପ୍ରତିବର୍ଷ ପରି ବିଶ୍ୱର ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୪ ଅନୁଷ୍ଠିତ ହୋଇଛି । ଏହି ଇଭେଣ୍ଟରେ ହଲିଉଡର ବଡ ତାରକା ଏବଂ ଅଭିନେତ୍ରୀମାନେ ନିଜ ଫ୍ୟାଶନ ସହ ରେଡ୍ କାର୍ପେଟରେ ଗ୍ଲାମର ଲୁକରେ ନିଜର ଜଲୱା ଦେଖାଇଛନ୍ତି । କେବଳ ଏତିକି ନୁହଁ ଭାରତୀୟ ସେଲିବ୍ରିଟି ମାନେ ମଧ୍ୟ ନିଜର ସୌନ୍ଦର୍ଯ୍ୟର ଯାଦୁ ଦେଖାଇଥାନ୍ତି । ତେବେ ଏହି ସମାରୋହରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ପରି ଅଭିନେତ୍ରୀଙ୍କ ପରେ ଏବେ ଆଲିଆ ଭଟ୍ଟ ମେଟ ଗାଲାରେ ନିଜର ଜଲୱା ଦେଖାଇଛନ୍ତି । ଏଥିସହ ନତାଶା ପୁନାୱାଲା ଏବଂ ଇଶା ଅମ୍ୱାନୀ ଭଳି ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମରେ ଚଳିତ ବର୍ଷ ମେଟ ଗାଲା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ଶୋ'ର ଏହି ବର୍ଷର ଥିମ 'ସ୍ଲିପିଂ ବ୍ୟୁଟିଜ: ରିୱାକିଂ ଫ୍ୟାଶନ୍' ରହିଥିବା ବେଳେ ଏହି ଅନୁସାରେ ତାରକା ନଜର ଆସିଥିଲେ । ସହରରେ ଗତକାଲି ସନ୍ଧ୍ୟାରେ ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ଆଜି ସକାଳେ ମେଟ ଗାଲାର ରେଡ କାର୍ପେଟରେ ନିଜ ନିଜ ଗ୍ଲାମର ଲୁକ ଦେଖାଇଛନ୍ତି ହଲିଉଡ ଠାରୁ ବଲିଉଡ ସେଲିବ୍ରିଟି । ଏହି ସମୟରେ ଆଲିଆ ଭଟ୍ଟ ଭାରତୀୟ ପାରମ୍ପରିକ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଭାରତର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ନିର୍ମିତ ହ୍ୱାଇଟ ରଙ୍ଗର ଫ୍ଲାଭାର ପ୍ରିଣ୍ଟେଡ ଶାଢୀ ସହ ଦେଶୀ ଲୁକରେ ମେଟ ଗାଲାରେ ନିଜର ଜଲୱା ଦେଖାଇଛନ୍ତି ।
ଆଲିଆ ଏହି ଶୋ'ରୁ ନିଜର ଫଟୋ ସେୟାର କରି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଖୁସିବ୍ୟକ୍ତ କରିଛନ୍ତି । ଏହି ଫଟୋଗୁଡିକରେ ସେ ଭିନ୍ନ ପୋଜ ଦେଉଥିବା ଦେଖିବାକୁ ମିଳିଛି । ସେ ଫଟୋ ସେୟାର କରି ଲେଖିଛନ୍ତି, ''ମୁଁ ବହୁତ ଭଲ ଅନୁଭବ କରୁଛି ମୁଁ ବହୁତ ଉତ୍ସାହିତ ଅଛି ମାସର ପ୍ରସ୍ତୁତି, ଅନେକ ବାର୍ତ୍ତାଳାପ ଏବଂ ଏହି ଗୋଟିଏ ମୁହୂର୍ତ୍ତରେ ସବୁକିଛି ପ୍ରସ୍ତୁତ । ଏହା ସବୁ ଅତ୍ୟନ୍ତ ସ୍ୱତନ୍ତ୍ର । ଇଭେଣ୍ଟରେ ମୁଁ ଦ୍ୱିତୀୟ ଥର ପାଇଁ ଯୋଗ ଦେଉଥିବା ବେଳେ କିନ୍ତୁ ମୋର ପ୍ରଥମ ଥର ଶାଢୀ ପିନ୍ଧି ସାମିଲ ହୋଇଛି ।''
ଆଲିଆ ଭଟ୍ଟଙ୍କ ପରି ଇଶା ଅମ୍ବାନୀ ମଧ୍ୟ ଏକ ଗୋଲ୍ଡେନ ରଙ୍ଗର ଶାଢୀ ଗାଉନ ଲୁକରେ ନଜର ଆସିଥିଲେ । ଅନ୍ୟପଟେ ବିଜେନେସ ୱୁମେନ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଏକ୍ଜ୍ୟୁକୁଟିଭ ଡାଇରେକ୍ଟର ନତାଶା ପୁନାୱାଲା ପ୍ରତିବର୍ଷ ପରି ଚଲିତ ବର୍ଷ ମଧ୍ୟ ଭିନ୍ନ ଅନ୍ଦାଜରେ ନଜର ଆସି ଚାର ଚାନ୍ଦ ଲଗାଇଛନ୍ତି । ସେ ବ୍ଲାକ ଏବଂ ହ୍ୱାଇଟ ରଙ୍ଗର ଏକ ଭିନ୍ନ ଡିଜାଇନର ଗାଉନରେ ନଜର ଆସିଛନ୍ତି । ସେହିପରି ଆଉ ଜଣେ ଭାରତୀୟ ସେଲିବ୍ରିଟି ତଥା ଫ୍ୟାଶନ ଇଣ୍ଟରପ୍ରିନିୟର ମୋନା ପଟେଲ ଏକ ମ୍ୟାଜିକ ଆଉଟଫିଟରେ ନଜର ଆସିଛନ୍ତି । ପ୍ରଜାପ୍ରତି ଡିଜାଇନର ଏକ ଗାଉନରେ ନଜର ଆସିଥିଲେ । ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି । ତେବେ ମୋନା ପ୍ରଥମ ଥର ପାଇଁ ମେଟ ଗାଲାରେ ଡେବ୍ୟୁ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମେଟ ଗାଲାରେ ବଲିଉଡ ସୁନ୍ଦରୀଙ୍କ ଜଲୱା, ଗର୍ଜିୟସ ଲୁକ୍ରେ ଆଲିଆ ଏବଂ ପ୍ରିୟଙ୍କା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ